powerful tank: ଦୁନିଆର ସବୁଠାରୁ ଶକ୍ତିଶାଳୀ ଟ୍ୟାଙ୍କ ବାବଦରେ ଜାଣିଛନ୍ତି କି?

Aug 10, 2026 - 17:39
powerful tank: ଦୁନିଆର ସବୁଠାରୁ ଶକ୍ତିଶାଳୀ ଟ୍ୟାଙ୍କ ବାବଦରେ ଜାଣିଛନ୍ତି କି?

"ନୂଆଦିଲ୍ଲୀ: କୌଣସି ଯୁଦ୍ଧରେ ଶତ୍ରୁକୁ ମାତ ଦେବା ପାଇଁ ଅତ୍ୟାଧୁନିକ ଟ୍ୟାଙ୍କ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ଅତ୍ୟାଧୁନିକ ଟ୍ୟାଙ୍କ ଶତ୍ରୁକୁ ନିପାତ କରିବାରେ ପ୍ରତିପକ୍ଷ ଦେଶକୁ ସାହାଯ୍ୟ କରିଥାଏ | ତେବେ ଆଜି ଆମେ ଆପଣଙ୍କୁ ବିଶ୍ୱର ଦୁଇଟି ପ୍ରମୁଖ ଶକ୍ତିଶାଳୀ ଟ୍ୟାଙ୍କ ବାବଦରେ କହିବୁ | ଯାହାର କାର୍ଯ୍ୟଦକ୍ଷତା ଓ ମାରକ କ୍ଷମତା ଅନ୍ୟ ଟ୍ୟାଙ୍କ ଅପେକ୍ଷା ଏମାନଙ୍କୁ ସ୍ୱତନ୍ତ୍ର କରିପାରିଛି | Advertisment ଆମେରିକାର ଏମ୧ଏ୨ ଅବ୍ରାମସ ଏବଂ ଜର୍ମାନୀର ଲିଓପାର୍ଡ଼ ୨ଏ୮କୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କଭାବରେ ଗଣନା କରାଯାଏ।

ଏହି ଟ୍ୟାଙ୍କଗୁଡ଼ିକର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଶକ୍ତିଶାଳୀ ତୋପ ଏବଂ ନିଶାଣ ସାଧିବା ପ୍ରଣାଳୀ ଏଗୁଡ଼ିକୁ ଯୁଦ୍ଧକ୍ଷେତ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ କରିଥାଏ।

ଆହୁରି ପଢନ୍ତୁ : Ukraine Drone Attack: ତାତାରସ୍ତାନର ତୈଳ ବିଶୋଧନାଗାର ଉପରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ: ୧୨ ମୃତ, ୩୯ ଆହତ ଆଧୁନିକ ଯୁଦ୍ଧରେ ନୂଆ ଆହ୍ବାନ (ଡ୍ରୋନ୍‌ର ବିପଦ)ରୁଷ-ୟୁକ୍ରେନ୍ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟର ସଂଘର୍ଷରୁ ସ୍ପଷ୍ଟ ହୋଇଛି ଯେ ଆଜିକାଲି ଯୁଦ୍ଧର ଶୈଳୀ ବଦଳିଯାଇଛି।

ମାତ୍ର ୫୦୦ ଡଲାରରୁ ୧୦୦୦ ଡଲାର ମୂଲ୍ୟର ଛୋଟ ଡ୍ରୋନ୍ ଏବଂ 'ଜାଭେଲିନ୍' ଭଳି ଆଣ୍ଟି-ଟ୍ୟାଙ୍କ ମିସାଇଲ୍ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ଭାରୀ ଟ୍ୟାଙ୍କକୁ ନଷ୍ଟ କରିପାରୁଛନ୍ତି।

ଟ୍ୟାଙ୍କଗୁଡ଼ିକର ଉପରିଭାଗ (ଛାତ) ଏବଂ ଇଞ୍ଜିନ୍ ଅଞ୍ଚଳରେ ସୁରକ୍ଷା କମ୍ ଥାଏ, ଯାହାଫଳରେ ଉପରୁ ହେଉଥିବା ଆକ୍ରମଣ ଏଗୁଡ଼ିକ ପାଇଁ ସବୁଠାରୁ ବଡ଼ ବିପଦ ସାଜିଛି।

ଆହୁରି ପଢନ୍ତୁ : Congress MP Renuka Chowdhury: "ମୋଦୀୟା ବିନ୍ଦ" ଲେଖାଥିବା ଚଷମା ପିନ୍ଧି ସଂସଦରେ ରେଣୁକା ଚୌଧୁରୀଙ୍କ ନିଆରା ପ୍ରତିବାଦ ଏହି କାରଣରୁ ଏବେ କେବଳ ଓଜନିଆ ଟ୍ୟାଙ୍କ ଯଥେଷ୍ଟ ନୁହେଁ।

ଟ୍ୟାଙ୍କଗୁଡ଼ିକରେ ଇଲେକ୍ଟ୍ରୋନିକ୍ ୱାରଫେୟାର୍, କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍ ଏବଂ ଆକ୍ଟିଭ୍ ପ୍ରୋଟେକ୍ସନ୍ ସିଷ୍ଟମ୍ ରହିବା ଅତ୍ୟାବଶ୍ୟକ ହୋଇପଡ଼ିଛି।

ତେବେ ଜର୍ମାନୀ ପାଖରେ ଥିବା ଲିଓପାର୍ଡ଼ ୨ଏ୮ ଟ୍ୟାଙ୍କରେ ଅନେକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଥିବାବେଳେ ୧୨୦ ଏମଏମର ସ୍ମୁଥବୋର ଗନ୍, ଗତିଶୀଳତା (Mobility) ଏହାକୁ ଅଧିକ ଶକ୍ତି ଦେଇଥାଏ | ଆହୁରି ପଢନ୍ତୁ : SIR Hearing ଉପାନ୍ତରେ ଏସ୍‌ଆଇଆର୍‌ ଶୁଣାଣି ପ୍ରହସନ, ନାହାନ୍ତି ଅଧିକାରୀ, ଫେରୁଛନ୍ତି ଭୋଟର ସେହିଭଳି ଆମେରିକାର ଏମ୧ଏ୨ ଅବ୍ରାମସ ଟ୍ୟାଙ୍କ ଅନେକ ଯୁଦ୍ଧରେ ଏହାର ଦମଦାର ପ୍ରଭାବକୁ ପ୍ରମାଣିତ କରିଛି।

୧୫୦୦ ହର୍ଷପାୱାର ଗ୍ୟାସ୍ ଟରବାଇନ୍ ଇଞ୍ଜିନରେ ଚାଲୁଥିବା ଏହି ଟ୍ୟାଙ୍କ ବହୁତ ଦ୍ରୁତ ଗତିରେ ଯାଇପାରିଥାଏ | କିନ୍ତୁ ଏଥିରେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media