Child Rescued: ନିଖୋଜ ଶିଶୁକନ୍ୟା ଉଦ୍ଧାର: ସନ୍ଦିଗ୍ଧ ଯୁବକ ଅଟକ, ପୁଲିସର ତଦନ୍ତ ଜାରି
ବାରିପଦା: ଘର ଆଗରୁ ନିଖୋଜ ସାଢ଼େ ଚାରି ବର୍ଷର ଶିଶୁକନ୍ୟା ସୁରକ୍ଷିତ ଭାବେ ଉଦ୍ଧାର ହୋଇଛିl ଶିଶୁଟିକୁ ଛାଡ଼ି ଫେରାର ହେବାକୁ ଉଦ୍ୟମ କରୁଥିବା ଜଣେ ଅଜଣା ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି।
Advertisment ବାରିପଦା ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଯମୁନାଦେଇପୁରରେ ଭଡ଼ାରେ ରହୁଥିବା ବିଏସଏଫ ଯବାନ ସୁନିଲ ସୋରେନ ଓ ଚାନ୍ଦମଣୀ ସୋରେନଙ୍କ ଝିଅ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଟ୍ୟୁସନରୁ ଫେରି ଘର ସାମ୍ନା ବାଲିଗଦା ନିକଟରେ ଖେଳୁଥିଲା ଏହି ସମୟରେ ମାଆ ଘର ଭିତରକୁ ରୋଷେଇ କରିବାକୁ ଯାଇଥିବା ବେଳେ ଶିଶୁଟି ଅଚାନକ ନିଖୋଜ ହୋଇଯାଇଥିଲା ବହୁ ଖୋଜାଖୋଜି ପରେ ମଧ୍ୟ ସନ୍ଧାନ ନମିଳିବାରୁ ପରିବାର ଲୋକେ ଭଞ୍ଜପୁର ଥାନାରେ ଅଭିଯୋଗ ଦାୟର କରିଥିଲୋ ଅଭିଯୋଗକୁ ଭିତ୍ତି କରି ପୁଲିସ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଚଳାଇଥିଲା ସୋମବାର ସକାଳେ ଜଣେ ଅଜଣା ଯୁବକ ଶିଶୁଟିକୁ ଘର ପଛପଟେ ଛାଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ସନ୍ଦେହରେ କାବୁ କରିଥିଲୋ ତୁରନ୍ତ ପରିବାର ଓ ପୁଲିସକୁ ଖବର ଦିଆଯାଇଥିଲା ପୁଲିସ ତଦନ୍ତ ଭୟରେ ଯୁବକ ଜଣକ ଶିଶୁଟିକୁ ଫେରାଇ ଦେଇଥିବା ଅନୁମାନ କରାଯାଉଛି।
ଉଦ୍ଧାର ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତାଙ୍କ ପରିଚୟ ଓ ଅପହରଣ ଉଦ୍ଦେଶ୍ୟ ସମ୍ପର୍କରେ ତଦନ୍ତ ଜାରି ରଖିଛି l Cyclone: ବାତ୍ୟା ଅର୍ଣ୍ଣବକୁ ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି: ସ୍ଥାନାନ୍ତର ହେଲେ ୬୦ଗର୍ଭବତୀ, ପହଞ୍ଚିଲା ଏନ ଡି ଆର ଏଫ ଟିମ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
