Fire: ରାଷ୍ଟ୍ରପତି ଭବନ ସମ୍ମୁଖରେ ଥିବା ନର୍ଥ ବ୍ଲକରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନ ର ଠିକ୍ ସମ୍ମୁଖରେ ଥିବା ଏକ ପ୍ରମୁଖ ସରକାରୀ କୋଠା ନର୍ଥ ବ୍ଲକରେ ଅଗ୍ନିକାଣ୍ଡ ଘଟିଛି।
ଦିଲ୍ଲୀ ଅଗ୍ନିଶମ ସେବା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟା ୧୦ ସମୟରେ ଫୋନ୍ ଆସିଥିଲା, ତା'ପରେ ଛଅଟି ଦମକଳ ଗାଡି ପଠାଯାଇଥିଲା।
ଅଧିକାରୀଙ୍କ ଅନୁସାରେ, କୋଠାରେ ସାମାନ୍ୟ ମରାମତି କାର୍ଯ୍ୟ ସମୟରେ ଏକ ଛୋଟ ଅଗ୍ନିକାଣ୍ଡ ଘଟିଥିଲା।
ଅଗ୍ନିଶମ ସେବା ସଂସ୍ଥା କହିଛି ଯେ, ନିଆଁ ଲିଭାଇ ଦିଆଯାଇଛି।
ନର୍ଥ ବ୍ଲକ ହେଉଛି ନୂଆଦିଲ୍ଲୀର ଦୁଇଟି ଐତିହାସିକ ପ୍ରଶାସନିକ କୋଠା ମଧ୍ୟରୁ ଗୋଟିଏ ଯାହା ରାଇସିନା ହିଲ୍ରେ ସଚିବାଳୟ କୋଠା ଗଠନ କରିଥାଏ।
Advertisment ଶିବସେନା ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରା ସୋସିଆଲ ମିଡିଆ ଏକ୍ସରେ ଅଗ୍ନିକାଣ୍ଡର ଏକ ଫଟୋ ସେୟାର କରିଛନ୍ତି।
ସେ ଲେଖିଛନ୍ତି,ସଂସଦକୁ ଯିବା ବାଟରେ ମୁଁ ନର୍ଥ ବ୍ଲକ୍ରୁ ଧୂଆଁ ଉଠୁଥିବାର ଦେଖିଲି।
ଲାଗୁଛି ସେଠାରେ ନିଆଁ ଲାଗିଛି।
ମୁଁ ଆଶା କରୁଛି ସମସ୍ତେ ସୁରକ୍ଷିତ ଥିବେ।
ରାଷ୍ଟ୍ରପତି ଭବନରେ ଗଞ୍ଜାମର କଳାକାର ସମ୍ମାନିତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
