Death: ବିଦ୍ୟୁତ ଆଘାତରେ ଶିଶୁପୁତ୍ରର ମୃତ୍ୟୁ
"ପାଲଲହଡା: ବିଦ୍ୟୁତ ଆଘାତରେ ଆସି ଶିଶୁପୁତ୍ରର ମୃତ୍ୟୁ | ଏଭଳି ହୃଦୟ ବିଦାରକ ଘଟଣା ଅନୁଗୁଳ ଜିଲ୍ଲା ପାଲଲହଡାରେ ଘଟିଛି | ମିଳିଥିବା ସୂଚନା ମୁତାବକ ପାଲଲହଡା ବ୍ଲକ ବତିସୁଆଁ ପଂଚାୟତ ପୁରୁଣାପାଣି ଗାଁରେ ଆଜି ସକାଳ ୬ଟା ରେ ତୁଡି କାଏମଙ୍କର ଏକ ବର୍ଷର ପୁଅ ନବ କାଏମ ଘର ଭିତରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହେଇଥିଲା ।
ତାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାଲଲହଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଡାକ୍ତର ଶିଶୁ ପୁତ୍ରଟିକୁ ମୃତ ଘୋଷଣା କରିଥିଲେ | ଏନେଇ ଜଣାପଡିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବାପା-ମା ଦୁଃଖରେ ଭାଙ୍ଗିପଡିଛନ୍ତି |Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
