Elephant: କେନାଲରେ ଖସି ପଡ଼ିଲା ମା ସହିତ ଛୁଆ ହାତୀ

Aug 20, 2026 - 09:22
Elephant: କେନାଲରେ ଖସି ପଡ଼ିଲା ମା ସହିତ ଛୁଆ ହାତୀ

"କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ କାହ୍ନୁ ସାହି ନିକଟରେ ଯାଇଥିବା କାନପୁର କେନାଲରେ ଖସି ପଡି ଫସି ରହିଛି ହାତୀ ଛୁଆ।

ମିଳିଥିବା ସୂଚନା ମୁତାବକ ଅଠର ଟିକିଆ ହାତୀପଲ ସାତହଳିଆ ଗାଁ ରୁ ଯାମୁଦଲକ ଯାଉଥିବା ବେଳେ କାହ୍ନୂସାହି ନିକଟରେ କେନାଲରେ ମା ହାତୀ ସହିତ ଏକ ଛୁଆ ହାତୀ ଖସି ପଡିଥିଲା।

ତେବେ ମା ହାତୀଟି ଉଠି ପଡିଥିବାବେଳେ ଛୁଆ ହାତୀଟି ଉଠିପାରି ନ ଥିଲା।

ପରେ ଲୋକମାନେ ଏକତ୍ରିତ ହୋଇ ଯିବାରୁ ହାତୀ ପଲ ନିକଟସ୍ଥ ଯାମୁଦଲକ ଜଙ୍ଗଲ ନିକଟକୁ ଚାଲି ଯାଇଥିବାବେଳେ ହାତୀ ଛୁଆଟି କେନାଲ ଭିତରେ ଫସି ରହିଛି।Advertisment ଆହୁରି ପଢନ୍ତୁ :Helicopter Crash: କେନିଆରେ ହେଲିକପ୍ଟର ଦୁର୍ଘଟଣା ନେଲା ୭ଜଣଙ୍କର ଜୀବନ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଂଚି ହାତୀଛୁଆକୁ ଉଠାଇବାକୁ ଉଦ୍ୟମ କରୁଛି।

ମା ହାତୀଟି ଛୁଆ ପାଖରେ ରହି ଛୁଆ ହାତୀକୁ ଉଠେଇବାକୁ ଉଦ୍ୟମ କରୁଛି।

ମା ହାତୀଟି ଛୁଆ ହାତୀ ପାଖରେ ଥିବାରୁ ହାତୀ ଛୁଆକୁ ଉଠାଇବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି | "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media