NEET: ଏନଇଇଟିକୁ ସମ୍ପୂର୍ଣ୍ଣ ବନ୍ଦ କର: ସିଜେପି ପ୍ରତିବାଦ ମଧ୍ୟରେ ବିଜୟ ଥାଲାପତିଙ୍କ ବଡ଼ ଦାବି
"ଚେନ୍ନାଇ: କକ୍ରୋଚ୍ ଜନତା ପାର୍ଟି(ସିଜେପି)ର ବିରୋଧ ମଧ୍ୟରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି କରିଛନ୍ତି।
ସେ ଏନଇଇଟି ପରୀକ୍ଷାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି।
ପ୍ରତିବାଦ ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଟକ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଜୟ ପ୍ରତିକ୍ରିୟା ଦେଇଛନ୍ତି।
ବିଜୟ ଥାଲାପତିଙ୍କ ପାର୍ଟି ଟିଭିକେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛି,ଏନଇଇଟି ପରୀକ୍ଷା ଲାଗୁ ହେବା ପରଠାରୁ, କେବଳ ଏହାର ବିଶ୍ୱସନୀୟତା କ୍ଷୁର୍ଣ୍ଣ ହୋଇଛି ତାହା ନୁହେଁ, ବରଂ ଛାତ୍ରଛାତ୍ରୀମାନେ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କର ଭବିଷ୍ୟତର ସ୍ୱପ୍ନ ଏକ ବଡ଼ ପ୍ରଶ୍ନବାଚୀ ପାଲଟିଛି।Advertisment ଛାତ୍ରଛାତ୍ରୀଙ୍କ କ୍ଷତି ଅସୀମ: ମୁଖ୍ୟମନ୍ତ୍ରୀ ବିଜୟ ଏନଇଇଟି ପରୀକ୍ଷା ଦ୍ୱାରା ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା କ୍ଷତି ଅସୀମ।
ତେଣୁ, ଆମେ କେନ୍ଦ୍ର ସରକାରଙ୍କୁ ଏନଇଇଟି ପରୀକ୍ଷାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଦୃଢ଼ ଅନୁରୋଧ କରୁଛୁ।ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ପ୍ରତିବାଦରେ ବସିଥିବା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଅଟକ ରଖିବା ବିଷୟରେ ଟିଭିକେ କହିଛନ୍ତି ଯେ ରାଜଧାନୀରେ ଗଣତନ୍ତ୍ରର ଏପରି ଦମନ ଅତ୍ୟନ୍ତ ନିନ୍ଦନୀୟ।
ଦିଲ୍ଲୀରେ ଯୁବବର୍ଗଙ୍କ ଅହିଂସା ପ୍ରତିବାଦକୁ ସମର୍ଥନ କରି ଧାରଣା ଦେଇଥିବା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ପୁଲିସ ଟାଣି ଟାଣି ହାତକଡ଼ି ଲଗାଇବା ଗଣତାନ୍ତ୍ରିକ ଅଧିକାର ଉପରେ ଏକ ଖୋଲା ଆକ୍ରମଣ।
War Cost: ଇରାନ ଯୁଦ୍ଧରେ ଆମେରିକା ଏପର୍ଯ୍ୟନ୍ତ ପୋଡ଼ିଛି ୩.୬ ଲକ୍ଷ କୋଟିରୁ ଅଧିକ: ପ୍ରତିରକ୍ଷା ସଚିବଙ୍କୁ ସଂସଦରେ କଡ଼ା ପ୍ରଶ୍ନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।