Dead: ଲଣ୍ଡନର ଉଚ୍ଚ ଅଟ୍ଟଳିକାରୁ ଡେଇଁ ପଡ଼ିଲେ ଭାରତୀୟ ଦମ୍ପତି ଓ ୯ ବର୍ଷର ପୁଅ
"ନୂଆଦିଲ୍ଲୀ: ମେ ୨୭ ତାରିଖ ଦିନ ଲଣ୍ଡନସ୍ଥିତ ୩୬ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ବାଲକୋନିରୁ ଡେଇଁ ଏକ ଭାରତୀୟ ଦମ୍ପତି ଓ ସେମାନଙ୍କର ୯ ବର୍ଷର ଦୁରାରୋଗ୍ୟ ରୋଗରେ ପୀଡ଼ିତ ପୁଅ ଆତ୍ମହତ୍ୟା କରିଥିବା ମଙ୍ଗଳବାର ବ୍ରିଟିସ ଗଣମାଧ୍ୟମ ରିପୋର୍ଟ କରିଛି।Advertisment ରାକେଶ ପାଇ (୪୭) ଓ ଅଦିତି ପାରଲକର (୪୬) ଏବଂ ସେମାନଙ୍କର ନଅ ବର୍ଷର ପୁଅ ସିଡ୍ ଲଣ୍ଡନର ଅଙ୍କଲ୍ ଟାୱାର ବ୍ଲକ୍ରେ ଥିବା ସେମାନଙ୍କ ଆପାର୍ଟମେଣ୍ଟରୁ ଡେଇଁ ପଡ଼ି ପ୍ରାଣ ହରାଇଥିଲେ।
ଡେଲି ମେଲ୍ ଅନୁଯାୟୀ, ଡାକ୍ତରମାନେ ସେମାନଙ୍କ ଅସୁସ୍ଥ ପୁଅ ପାଇଁ ଆଉ କୌଣସି ଚିକିତ୍ସା ବିକଳ୍ପ ନାହିଁ ବୋଲି କହିବା ପରେ ଦମ୍ପତି ଏହି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି।
ତେବେ ପରିବାରର କିଛି ବନ୍ଧୁ ଆତ୍ମହତ୍ୟା ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଓ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ: Indian couple: ଆମେରିକାରେ ବର୍ଣ୍ଣବୈଷମ୍ୟ ମନ୍ତବ୍ୟର ଶିକାର ଭାରତୀୟ ଦମ୍ପତି ରିପୋର୍ଟ ଅନୁଯାୟୀ, ପାଇ ଓ ପାରଲକର ୨୦୦୦ ଦଶକରେ ମୁମ୍ବାଇରୁ ଲଣ୍ଡନ ଆସିଥିଲେ ଏବଂ ସଫଳ କ୍ୟାରିୟର ଗଠନ କରିଥିଲେ।
ପାଇ ଆର୍ଥିକ ପରାମର୍ଶଦାତା ଭାବେ କାମ କରୁଥିବାବେଳେ ପାରଲକର ନିର୍ମାଣ କ୍ଷେତ୍ରରେ ବରିଷ୍ଠ ଭୂମିକା ତୁଲାଇଥିଲେ।
ସେମାନଙ୍କ ପୁଅ ସିଡ୍ ଜନ୍ମରୁ ଦୁରାାରୋଗ୍ୟ ରୋଗରେ ପୀଡ଼ିତ ଥିଲେ।
ସିଡ୍ଙ୍କ ପାଇଁ ଉନ୍ନତ ଚିକିତ୍ସା ଲାଗି ପରିବାର ପ୍ରାୟ ଛଅ ବର୍ଷ ପୂର୍ବେ ମୁମ୍ବାଇ ଫେରିଥିଲେ।
ତଥାପି ଡାକ୍ତରମାନେ ଅଧିକ ଚିକିତ୍ସା ପ୍ରଦାନ କରିବାରେ ଅସମର୍ଥ ହେବା ପରେ ସେମାନେ ବ୍ରିଟେନକୁ ଫେରିଯାଇଥିଲେ।
ବ୍ରିଟେନରେ ଅଦିତିଙ୍କର କୌଣସି ପରିବାର ନଥିଲା ଏବଂ ସେ ମଧ୍ୟ ନିର୍ମାଣ କ୍ଷେତ୍ରରେ ନିଜ କାମରେ ବ୍ୟସ୍ତ ରହୁଥିଲେ, ଯାହାର ବହୁତ ଚାହିଦା ଥିଲା।
ତେଣୁ ତାଙ୍କ ପାଇଁ ସବୁକିଛି ପରିଚାଳନା କରିବା ବହୁତ କଷ୍ଟକର ଥିଲା।
ଏହା ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା।
ସେଥିପାଇଁ ଏପରି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଜଣେ ପାରିବାରିକ ବନ୍ଧୁ ଡେଲି ମେଲକୁ କହିଛନ୍ତି।
ତେବେ ମୃତ୍ୟୁର କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି।
"