Dead: ବେକରେ ଗାମୁଛା ବାନ୍ଧି ଗଛରେ ଝୁଲିପଡ଼ିଲେ ଯୁବକ
"ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚଚରାଗୁଡ଼ା ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଗଛରେ ଝୁଲି ପଡ଼ିଛନ୍ତି।
ମୃତ ଯୁବକ ମାନ ସିଂ ମାଝୀ (୨୩)।Advertisment ସୂଚନା ଅନୁଯାଇ ଚଚରାଗୁଡ଼ା ଗ୍ରାମର ମାନ ସିଂ ମାଝୀ ମାନସିକ ଭାରସାମ୍ୟ ହରାଇ ଚଚରାଗୁଡ଼ା ଓ କେଲିଆ ଗ୍ରାମ ରାସ୍ତା ମଧ୍ୟ ଏକ ଗଛର ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ।
ଶନିବାର ସକାଳ ୫ ଘଣ୍ଟ ସମୟରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଗ୍ରାମବାସୀ ମାନ ସିଂ ମାଝୀ ଜୀବନ ହାରିଥିବା ନେଇ ଦେଖିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ମୃତ ମାନ ସିଂ ମାଝୀର ସାନ ଭାଇ ନରସିଂହ ମାଝୀ ଏ ନେଇ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରିଥିଲେ।
ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ଯୁବକ ମାନ ସିଂ ମାଝୀର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଏଏସ୍ଆଇ ରାମଚନ୍ଦ୍ର ନାୟକ ଘଟଣାର ତଦନ୍ତ କରୁଛନ୍ତି।
ସାପ ଧରୁ ଧରୁ ଚୋଟ ପକେଇଲା ନାଗ...
ହାତରେ ଗାମୁଛା ବାନ୍ଧି ସିଧା ସାପକୁ ଧରି ମେଡିକାଲରେ ହାଜର ଯୁବକ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
