19 AUGUST 2026

Welcome!

Unlock your personalized experience.
Sign Up
block-728

Abhijeet Dipke: ସ୍ୱାଧୀନତା ଦିବସ ଅବସରରେ ସ୍କୁଲ ବୁଲିଲେ ଅଭିଜିତ; ଆରମ୍ଭ କଲେ ନୂଆ ଅଭିଯାନ

Aug 15, 2026 - 19:36
Abhijeet Dipke: ସ୍ୱାଧୀନତା ଦିବସ ଅବସରରେ ସ୍କୁଲ ବୁଲିଲେ ଅଭିଜିତ; ଆରମ୍ଭ କଲେ ନୂଆ ଅଭିଯାନ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ, 'କକ୍ରୋଚ୍ ଜନତା ପାର୍ଟି' ମହାରାଷ୍ଟ୍ରର ସରକାରୀ ସ୍କୁଲଗୁଡ଼ିକର ଜରାଜୀର୍ଣ୍ଣ ଅବସ୍ଥାକୁ ଉଜାଗର କରିବା ପାଇଁ 'ସ୍କୁଲ୍ ଠିକ କରୋ' ଅଭିଯାନ ଆରମ୍ଭ କରିଛି। ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ ଅଗଷ୍ଟ ୧୫  ସ୍ବାଧୀନତା ଦିବସ ଅବସରରେ ହିଙ୍ଗୋଲି ଜିଲ୍ଲାର ପୈତୃକ ଗ୍ରାମ ସନ୍ତୁକ ପିମ୍ପରିରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି। 

ଅରୁଣାଚଳରେ ଭୂସ୍ଖଳନ ଏବଂ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି, ୪ ମୃତ, ୫ ଯବାନ ନିଖୋଜ

ଅଭିଜିତ ସରକାରୀ ସ୍କୁଲରେ ମୌଳିକ ସୁବିଧାର ଅଭାବ ସମ୍ପର୍କରେ ସରକାରଙ୍କୁ ପ୍ରଶ୍ନ କରି ଉଲ୍ଲେଖ କରିଛନ୍ତି କି, ‘ ଗରିବ ପରିବାରର ପିଲାମାନେ ଏହି ପରିସ୍ଥିତିରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ଭାରତ ସ୍ୱାଧୀନତା ପାଇବାର ୮୦ବର୍ଷ ବିତିଗଲାଣି। ତଥାପି ଯଦି ସରକାରୀ ସ୍କୁଲଗୁଡ଼ିକରେ ପାଣି ଭଳି ମୌଳିକ ସୁବିଧାର ଅଭାବ ରହିବ, ତେବେ ଦେଶ କିପରି ପ୍ରଗତି କରିପାରିବ ତାହା ଆପଣମାନେ ନିଜେ ତର୍ଜମା କରନ୍ତୁ।’ 

ଅଭିଜିତ ଆହୁରି କହିଛନ୍ତି, ‘  ଆମ ଦଳ ସରକାରୀ ସ୍କୁଲଗୁଡ଼ିକର ଅବସ୍ଥା ମୂଲ୍ୟାଙ୍କନ କରିବା ପାଇଁ ଏକ ଚେକଲିଷ୍ଟ ପ୍ରସ୍ତୁତ କରିଛି। ଏହି ତାଲିକାରେ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ସ୍କୁଲଗୁଡ଼ିକରେ ଅଛି କି ନାହିଁ ତାହା ରେକର୍ଡ କରାଯିବ। ସ୍କୁଲରେ ମୌଳିକ ସୁବିଧା ଉପଲବ୍ଧତାକୁ ଦସ୍ତାବିଜ କରିବା ପାଇଁ ଆମେ ଏକ ଚେକଲିଷ୍ଟ ପ୍ରସ୍ତୁତ କରିଛୁ। ଆମେ ମହାରାଷ୍ଟ୍ର ଏବଂ ଦେଶର ଅନ୍ୟାନ୍ୟ ସ୍କୁଲଗୁଡ଼ିକରୁ ତଥ୍ୟ ସଂଗ୍ରହ ଏବଂ ସଂକଳନ କରିବୁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media