Dead: ନିଖୋଜ ଯୁବକଙ୍କ ମୃତଦେହ କୁ୍ଆଖାଇରୁ ଉଦ୍ଧାର

Sep 06, 2026 - 18:28
Dead: ନିଖୋଜ ଯୁବକଙ୍କ ମୃତଦେହ କୁ୍ଆଖାଇରୁ ଉଦ୍ଧାର

"ବାଲିଅନ୍ତା (ନିରଞ୍ଜନ ସେନାପତି): ସ୍କୁଟିରେ ଆସି ଟଙ୍କପାଣି ବ୍ରିଜ ଉପରୁ କୁଆଖାଇ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ଯୁବକ ଭବାନୀ ଶଙ୍କର ଖଟେଇଙ୍କ ମୃତଦେହ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଲିଙ୍ଗିପୁର ନିକଟରୁ ମିଳିଛି l ମୃତ ଭବାନୀ ଶଙ୍କରଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ପ୍ରେମରେ ବିଫଳ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।Advertisment ଅଭିଯୋଗ ଅନୁଯାୟୀ ଦୀର୍ଘ ଦିନ ହେବ ଭବାନୀ ବ୍ରାହ୍ମଣ ସୁଆଁଲୋ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ।

କୌଣସି କାରଣକୁ ନେଇ ସେମାନଙ୍କ ପ୍ରେମରେ ଝଡ଼ ଉଠିଥିଲା l ଗତକାଲି ସେ ଟଙ୍କପାଣି ବଜାରକୁ ଆସିଥିଲେ।

ହେଲେ ପ୍ରେମରେ ନିରାଶ ହେବାରୁ ପାଣିକୁ ଡେଇଁ ପଡ଼ିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଅପରପକ୍ଷରେ ପାରିବାରିକ କଳହକୁ ନେଇ ଭବାନୀ ଶଙ୍କର ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ଶ୍ରୀ ଲିଙ୍ଗରାଜ ଥାନା ଅଧୀନ ହରଚଣ୍ଡି ସାହିର ଶରତ ଖଟେଇଙ୍କ ପୁଅ ଭବାନୀ ଶଙ୍କର ଡେଲିଭରି ବଏ କାମ କରୁଥିଲେ।

ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟ ହେବ ଭବାନୀ ଶଙ୍କର ସ୍କୁଟିରେ ଆସି ଟଙ୍କପାଣି ବ୍ରିଜ ଉପରୁ ଗଣ୍ଡକୁ ଡେଇଁ ପଡ଼ିଥିଲେ।

ବାଲିଅନ୍ତା ଅଗ୍ନିଶମ ବାହିନୀ ଏବଂ କଳ୍ପନା ଅଗ୍ନିଶମ ବାହିନୀ ଦୀର୍ଘ ୧୨ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରି ଭବାନୀ ଶଙ୍କରଙ୍କୁ ଉଦ୍ଧାର କରିଥିଲେ।

Youth Jumps: ସୁବର୍ଣ୍ଣରେଖା ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଲେ ଯୁବକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)