Dead body: ଟ୍ରେନ୍‌ରୁ ନିଖୋଜ ଜନ ସୁରାଜ ପାର୍ଟି ଡିଜିଟାଲ ମ୍ୟାନେଜର୍‌ଙ୍କ ମୃତଦେହ ମିଳିଲା

Oct 27, 2026 - 21:15
Dead body: ଟ୍ରେନ୍‌ରୁ ନିଖୋଜ ଜନ ସୁରାଜ ପାର୍ଟି ଡିଜିଟାଲ ମ୍ୟାନେଜର୍‌ଙ୍କ ମୃତଦେହ ମିଳିଲା

ପାଟନା: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ନେତୃତ୍ୱାଧୀନ ଜନ ସୁରାଜ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ଟ୍ରେନ୍‌ରେ ପାଟନା ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଯାଇଥିଲେ।

ମଙ୍ଗଳବାର ତାଙ୍କ ମୃତଦେହ ରାଞ୍ଚିରୁ ମିଳିଛି।

ଜନ ସୁରାଜ ପାର୍ଟିର ଡିଜିଟାଲ୍‌ ଯୋଗାଯୋଗ ପରିଚାଳକ ୩୧ ବର୍ଷୀୟ ଦେବପାଲିକ ଗୁପ୍ତାଙ୍କ ମୃତଦେହ ରେଳବାଇ ପୁଲିସ ଜରୱାଡିସ ଗ୍ରାମରେ ଏକ ରେଳଧାରଣା ନିକଟରୁ ଉଦ୍ଧାର କରିଛି।

ରାଞ୍ଚି-ମୁରି ରେଳପଥର ୩୭୯/୧୮ ନମ୍ବର ପୋଲ୍‌ ନିକଟରେ ତାଙ୍କ ମୃତଦେହ ମିଳିଛି।

Advertisment ପ୍ରାଥମିକ ତଦନ୍ତରୁ ଦେବପାଲିକ ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଞ୍ଚିସ୍ଥିତ ରିମ୍ସକୁ ପଠାଯିବ।

ଏହି ଘଟଣାରେ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରାଯିବ ବୋଲି ଅଙ୍ଗାରା ଥାନା ଅଧିକାରୀ ଗୌତମ କୁମାର ରାଜୱର କହିଛନ୍ତି।

ଦେବପାଲିକ ଗୁପ୍ତା ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ପୂର୍ବତନ ଛାତ୍ର ଥିଲେ।

ତାଙ୍କ ସହକର୍ମୀ ଗୌତମ କୁମାରଙ୍କ ସୂଚନା ଅନୁଯାୟୀ, ସେମାନେ ସୋମବାର ରାଞ୍ଚି ରେଳ ଷ୍ଟେସନରୁ ଏକ ଟ୍ରେନ୍‌ରେ ଯାତ୍ରା ଆରମ୍ଭ କରିଥିଲେ।

ଟ୍ରେନ୍‌ଟି ଅପରାହ୍ଣ ୨ଟା ୨୫ ମିନିଟ୍‌ରେ ଷ୍ଟେସନ ଛାଡ଼ିଥିଲା।

ଏହାର ପ୍ରାୟ ୧୦ ମିନିଟ୍‌ ପରେ ଗୁପ୍ତା ପାଣ୍ଟ୍ରି କାର୍‌ରୁ କିଛି ଖାଦ୍ୟ ଆଣିବାକୁ ଯାଉଥିବା କହିଥିଲେ।

କିନ୍ତୁ ସେ ଆଉ ଫେରି ନଥିଲେ।

ଦୀର୍ଘ ସମୟ ଧରି ଗୁପ୍ତା ନ ଫେରିବାରୁ ଗୌତମ ଓ ଅନ୍ୟ ଯାତ୍ରୀମାନେ ପ୍ରତ୍ୟେକ ବଗିରେ ତାଙ୍କୁ ଖୋଜିଥିଲେ।

ତେବେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା।

ଟ୍ରେନ୍‌ଟି ମୁରି ଜଙ୍କସନରେ ପହଞ୍ଚିବା ପରେ ସେମାନେ ସରକାରୀ ରେଳବାଇ ପୁଲିସ (ଜିଆର୍‌ପି) ନିକଟରେ ଅଭିଯୋଗ କରିଥିଲେ।

ଏହାପରେ ତାଙ୍କୁ ଖୋଜିବା ପାଇଁ ତଲାସି ଅଭିଯାନ ଆରମ୍ଭ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)