Dead body: ଚିପ୍ସ ବୋଝେଇ ହାଇୱାରୁ ବାହାରିଲା ହେଲ୍ପରଙ୍କ ମୃତଦେହ

Jun 28, 2026 - 19:40
Dead body: ଚିପ୍ସ ବୋଝେଇ ହାଇୱାରୁ ବାହାରିଲା ହେଲ୍ପରଙ୍କ ମୃତଦେହ

"ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବିଜିପୁର ପଞ୍ଚାୟତ ସୁନାଖଳା ଗ୍ରାମର ଦିବାକର ରାଉତଙ୍କ ପୁଅ ମୁନା ରାଉତ (୧୯)।

ସେ ଓଡି ୧୫ଜେ ୭୫୮୨ ନମ୍ୱର ହାଇୱା ଟ୍ରକରେ ହେଲ୍ପର କାମ କରୁଥିଲେ।

ଶନିବାର ରାତିରେ ଚାଳକ ଚିପ୍ସ ବୋଝେଇ କରି ଭାପୁର ବଜାର ନିକଟସ୍ଥ ମହୋତ୍ସବ ପଡ଼ିଆ ନିକଟରେ ଜଣେ ବ୍ୟକ୍ତିଙ୍କ ଜାଗାରେ ଚିପ୍ସ ଅନଲୋଡ୍ କରିଥିଲେ।

ମାତ୍ର ସେହି ଚିପ୍ସ ମଧ୍ୟରୁ ହେଲ୍ପର ମୁନାର ମୃତଦେହ ବାହାରିଥିଲା।

ଖବର ପାଇ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।

ଖବର ପାଇ ଭାପୁର ପୁଲିସ ବିଟ ହାଉସ ଅଧିକାରୀ ସୁଶାନ୍ତ କୁମାର ବେହେରା ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।Advertisment "