Dead: ପଞ୍ଜାବରେ ନଡ଼ାପାଳ ଧୂଆଁରୁ ଦୁର୍ଘଟଣା, ମହିଳା ମୃତ, ୩ ଆହତ
ଅମୃତସର: ପଞ୍ଜାବର ଲୁଧିଆନା ଜିଲ୍ଲାରେ ନଡ଼ାପାଳ ଧୂଆଁ ଯୋଗୁ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।
ଏଥିରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।
ନିକଟସ୍ଥ ଚାଷଜମିରେ ନଡ଼ାପାଳ ଜାଳିବା ଯୋଗୁ ରାସ୍ତାରେ ଧୂଆଁ ଭରିଯାଇଥିଲା।
ଫଳରେ ଦୃଶ୍ୟମାନତା କମିଯିବାରୁ ଜୟପୁରା ଗ୍ରାମ ନିକଟରେ ଏକ ଏସ୍ୟୁଭି ଦୁଇଟି ମୋଟରସାଇକେଲ୍କୁ ଧକ୍କା ଦେଇଥିଲା।
ଡିଏସ୍ପି (ପାୟଲ) ହରମନପ୍ରୀତ ସିଂହ ଚିମା ଏହି ସୂଚନା ଦେଇଛନ୍ତି।
ମୃତ ମହିଳାଙ୍କ ନାମ ମନଜିତ କୌର।
ସେ ଶାହପୁର ଗ୍ରାମର ବାସିନ୍ଦା।
ତାଙ୍କ ସ୍ୱାମୀ ନଗେନ୍ଦ୍ର ସିଂହ ମଧ୍ୟ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଦଗ୍ଧ ହୋଇଛନ୍ତି।
ତାଙ୍କୁ ଚିକିତ୍ସା ପାଇଁ ଦୟାନନ୍ଦ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି।
Advertisment ଅନ୍ୟ ମୋଟରସାଇକେଲ୍ରେ ଯାଉଥିବା ଦମ୍ପତି ଜସପାଲ ସିଂହ ଓ ତାଙ୍କ ପତ୍ନୀ ସୁରିନ୍ଦର କୌର ମଧ୍ୟ ଆହତ ହୋଇଛନ୍ତି।
ସେମାନଙ୍କୁ ସ୍ଥାନୀୟ ସିଧୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
