Grand Minicity Inter-School Chess: ଗ୍ରାଣ୍ଡ ମିନିସିଟି ଅନ୍ତଃସ୍କୁଲ୍ ଚେସ୍ ଉଦ୍ଘାଟିତ: ବିମଳ, ଶୁଭଲକ୍ଷ୍ମୀ ଓ ଶ୍ୟାମଳ ସମ୍ବର୍ଦ୍ଧିତ
ଭୁବନେଶ୍ୱର: ରାଜ୍ୟର ପ୍ରତିଷ୍ଠିତ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଏସ୍ଆର୍ ଚେସ୍ ସେଣ୍ଟର ଆନୁକୂଲ୍ୟରେ ଏବଂ ଗ୍ରାଣ୍ଡ ମିନିସିଟି ସହଯୋଗରେ 'ଦ୍ୱିତୀୟ ଗ୍ରାଣ୍ଡ ମିନିସିଟି ରାଜ୍ୟସ୍ତରୀୟ ଅନ୍ତଃସ୍କୁଲ ଚେସ୍' ପ୍ରତିଯୋଗିତା ଗ୍ରାଣ୍ଡ ବଜାରଠାରେ ଶନିବାଠାରୁ ଆରମ୍ଭ ହୋଇଛି।
ପ୍ରଥମ ଦିନର ଚତୁର୍ଥ ରାଉଣ୍ଡ ଖେଳ ସୁଦ୍ଧା ୮ ଜଣ ଖେଳାଳି ପୂର୍ଣ୍ଣ ୪ ପଏଣ୍ଟ ହାସଲ କରି ମିଳିତ ଶୀର୍ଷରେ ରହିଛନ୍ତି।
ସେମାନେ ହେଲେ ଟପ୍ ସିଡ୍ ଆର୍ଯ୍ୟନ ବେହେରା, ଶ୍ରୀୟାଂଶ ଦାସ, ସ୍ୱସ୍ତିକ ଶୁଭମ୍ ପଟ୍ଟନାୟକ, ନୈନିକା ସାହୁ, ସନାଲ ବୈଭବ, ଆହଁ ଅଭିଜ୍ଞାନ, ଆଦର୍ଶ କୁମାର ବରିହା ଓ ପ୍ରଜ୍ଞାନ ମିଶ୍ର।
Advertisment Teachers protest: ପଦୋନ୍ନତିରେ ଅନିୟମିତତା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା ଦୁଇ ଦିନିଆ ଏହି ପ୍ରତିଯୋଗିତାରେ ୯୦ ସ୍କୁଲରୁ ରେକର୍ଡ ୨୦୩ ଜଣ ଖେଳାଳି ଭାଗ ନେଉଛନ୍ତି।
ଗ୍ରାଣ୍ଡ ବଜାର ଓ ଗ୍ରାଣ୍ଡ ମିନିସିଟିର ମୁଖ୍ୟ ସ୍ନେହା ଗର୍ଗ ଏବଂ ଓସ୍ଜା ସମ୍ପାଦକ ତପନ କୁମାର ସ୍ୱାଇଁ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ।
ଉଦ୍ଘାଟନୀ ଉତ୍ସବ ଏସ୍ଆର୍ ଚେସ୍ ସେଣ୍ଟର ସଭାପତି ଶୁଭାଶିଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା।
ଏଥିରେ ରାଜ୍ୟ ଚେସ୍ ସଂଘର କାର୍ଯ୍ୟକାରୀ ସମ୍ପାଦକ ଭବେଶ ମହାନ୍ତି ଉପସ୍ଥିତ ଥିଲେ।
ଏହି ଅବସରରେ କ୍ରୀଡ଼ା ସାମ୍ବାଦିକ ବିମଳ ରାଉଳ (ପ୍ରମେୟ), ଶୁଭଲକ୍ଷ୍ମୀ ବଳ (କନକ ଟିଭି) ଏବଂ ପୁରୀର ଚେସ୍ ପ୍ରଶିକ୍ଷକ ଶ୍ୟାମଲ କୁଣ୍ଡୁଙ୍କୁ 'ଏସ୍ଆର୍ ଚେସ୍' ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଏସ୍ଆର୍ ଚେସ୍ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟ ଅର୍ବିଟର ସୁରେଶ ଚନ୍ଦ୍ର ସାହୁ, ଜାତୀୟ ସିନିୟର ଅର୍ବିଟର ମାନସ ରଞ୍ଜନ, ମନୋଜ କୁମାର ରାୟ ପଟ୍ଟନାୟକ, ରିତିକ୍ ସାହୁ, ଅବିନାଶ ଦାସ, ଚନ୍ଦ୍ରଶେଖର ମିଶ୍ର ଓ ଗ୍ରାଣ୍ଡ ବଜାର ମ୍ୟାନେଜର ସୌରଭ ରଥ ପରିଚାଳନା କରୁଛନ୍ତି।
Tata: ବୋର୍ଡ ବୈଠକର ରେକର୍ଡିଂ ପୁଣି ଥରେ ମାଗିଲେ ନୋଏଲ ଟାଟା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
