Cyclone: ଭୀଷଣ ରୂପ ନେଉଛି ‘ଅକ୍‌ଭାନ୍‌’: କେଉଁଠି ସ୍ଥଳଭାଗ ଛୁଇଁବ ସ୍ପଷ୍ଟ ହୋଇପାରୁନି

Nov 18, 2026 - 02:20
Cyclone: ଭୀଷଣ ରୂପ ନେଉଛି ‘ଅକ୍‌ଭାନ୍‌’: କେଉଁଠି ସ୍ଥଳଭାଗ ଛୁଇଁବ ସ୍ପଷ୍ଟ ହୋଇପାରୁନି

ଭୁବନେଶ୍ବର: ବଙ୍ଗୋପସାଗର ଉପରେ ରହିଥିବା ବାତ୍ୟା 'ଅକ୍‌ଭାନ୍‌' ଭୀଷଣ ରୂପ ଧାରଣ କରୁଛି।

ମନ୍ଥର ଗତିରେ ଆଗକୁ ବଢ଼ୁଥିବା 'ଅକ୍‌ଭାନ୍‌' ମଙ୍ଗଳବାର ରାତି ୯ଟା ସୁଦ୍ଧା ଚେନ୍ନାଇଠାରୁ ୫୯୦ କିମି ପୂର୍ବରେ, ମଚ୍ଛଲିପଟନମ୍‌ଠାରୁ ୬୫୦ କିମି ଦକ୍ଷିଣ-ପୂର୍ବରେ, ବିଶାଖାପାଟଣାଠାରୁ ୬୫୦ କିମି ଦକ୍ଷିଣପୂର୍ବରେ ଓ ଗୋପାଳପୁରଠାରୁ ୭୮୦ କିମି ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଛି।

ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଅତିଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

୨୦ ତାରିଖ ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର ନେଲୋର ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ।

ଉପକୂଳ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ରହିପାରେ।

ମଝିରେ ମଝିରେ ପବନର ବେଗ ଘଣ୍ଟାପ୍ରତି ୧୪୫ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି।

Advertisment Cyclone: ମାସକ ମଧ୍ୟରେ ବଙ୍ଗୋପସାଗରରେ ୩ ବାତ୍ୟା, ଏଲ୍‌ନିନୋର ପ୍ରଭାବ!

ତେବେ 'ଅକ୍‌ଭାନ୍‌' କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

ପ୍ରଥମେ କୁହାଯାଉଥିଲା ଯେ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ର‌ଦେଶ ମଝିରେ ସ୍ଥଳଭାଗ ଛୁଇଁବ।

ପରବର୍ତ୍ତୀ ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳମୁହାଁ ହେବ ବୋଲି କେତେକ ବିଶ୍ବସ୍ତରୀୟ ମଡେଲ୍‌ ପୂର୍ବାନୁମାନ କରିଥିଲେ।

ଏପରିକି ଗତକାଲି ଆଇଏମ୍‌ଡି ଆକଳନ କରିଥିଲା ଯେ ଏହା ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟରେ ଉପକୂଳ ଅତିକ୍ରମ କରିବ।

ମାତ୍ର ଆଜି ସନ୍ଧ୍ୟାରେ ଜାରି ହୋଇଥିବା ବୁଲେଟିନ୍‌ ଅନୁଯାୟୀ ବାତ୍ୟା ଆନ୍ଧ୍ରପ୍ରଦେଶର ନେଲୋର ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗକୁ ସ୍ପର୍ଶ କରିବ।

ଅର୍ଥାତ୍‌ ବାତ୍ୟା ଉତ୍ତର ଦିଗକୁ ଅଗ୍ରସର ହେଉଛି।

ତେଣୁ ଓଡ଼ିଶା ଆଡ଼କୁ ଆସିବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ।

ଏପରିକି ଆନ୍ଧ୍ରରେ ବାତ୍ୟା ମାଡ଼ ହେଲେ ମଧ୍ୟ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୭୦ କିମି ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।

କେଉଁଠି ସ୍ଥଳଭାଗ ଛୁଇଁବ ସ୍ପଷ୍ଟ ହୋଇପାରୁନି ଆନ୍ଧ୍ର ଛୁଇଁଲେ ମଧ୍ୟ ଓଡ଼ିଶାରେ ପ୍ରଭାବ ପକାଇପାରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପବନ ସହ ବର୍ଷା 'ଅକ୍‌ଭାନ୍‌' ପ୍ରଭାବରେ ୧୮ ତାରିଖରେ ଗଞ୍ଜାମ , ଗଜପତି , ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ‌ବେଗରେ ଝଟକା ପବନ ହୋଇପାରେ।

୧୯ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର , ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଉପକୂଳବର୍ତ୍ତୀ ଓ ସଂଲଗ୍ନ ଅନ୍ୟ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନ ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

୨୦ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା , କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ୬୦ କିମି ବେଗରେ ପବନ ଏବଂ ବାଲେଶ୍ବର, ଭଦ୍ରକ , କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ , ମୟୂରଭଞ୍ଜ , କଳାହାଣ୍ଡି , କନ୍ଧମାଳ , ନବରଙ୍ଗପୁର , ପୁରୀ, ଖୋରଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ପବନ ହୋଇପାରେ।

୨୧ ତାରିଖରେ ସୁନ୍ଦରଗଡ଼ , ଝାରସୁଗୁଡ଼ା , ବରଗଡ଼, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Cyclone: ବଙ୍ଗୋପ ସାଗରରେ ତୃତୀୟ ବାତ୍ୟା ନେଇ କ'ଣ କହିଲେ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ?

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ 'ଅକ୍‌ଭାନ୍‌' ଘଣ୍ଟାକୁ ପ୍ରାୟ ୪ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି।

ଆଗାମୀ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୧ରୁ ୧୫ କିମି ବେଗରେ ଗତି କରିବ।

୧୮ ତାରିଖ ସନ୍ଧ୍ୟାରୁ ୧୯ ତାରିଖ ସନ୍ଧ୍ୟା ମଧ୍ୟରେ ବାତ୍ୟା ସର୍ବାଧିକ ତୀବ୍ରତାରେ ପହଞ୍ଚିପାରେ।

ସେତେବେଳେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାକୁ ପ୍ରାୟ ୮୩ କିମି ଓ ଝଟକା ପବନର ବେଗ ୧୦୨ କିମି ପର୍ଯ୍ୟନ୍ତ ହୋଇପାରେ।

ଏହାପରେ ସାମାନ୍ୟ ଦୁର୍ବଳ ହୋଇ ୨୦ ତାରିଖ ସକାଳ ପ୍ରାୟ ୭ଟା ୩୦ରୁ ପୂର୍ବାହ୍ଣ ୧୧ଟା ୩୦ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିପାରେ।

ସମ୍ଭାବ୍ୟ ଅଞ୍ଚଳ ଭାବେ କଳିଙ୍ଗପାଟଣା-ଶ୍ରୀକାକୁଲମ୍‌ ଓ ବାରୁଆ-ଗୋପାଳପୁର ମଧ୍ୟବର୍ତ୍ତୀ ଉପକୂଳ ରହିଛି।

ସ୍ଥଳଭାଗ ଅତିକ୍ରମ ସମୟରେ ବାତ୍ୟାର ସର୍ବାଧିକ ପବନ ବେଗ ଘଣ୍ଟାକୁ ପ୍ରାୟ ୭୪ କିମି ଏବଂ ଝଟକା ପବନର ବେଗ ୯୩ କିମି ରହିପାରେ ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)