Cyclone Threat: ବାତ୍ୟା ‘ଅକୱାନ’ ମୁକାବିଲା ପାଇଁ ସରକାରଙ୍କ ବଡ଼ ପ୍ରସ୍ତୁତି, ୮ ଜିଲ୍ଲାରେ ୭ IASଙ୍କୁ ଦାୟିତ୍ୱ
ବାତ୍ୟା 'ଅକୱାନ'କୁ ନେଇ ବଢ଼ୁଛି ଚିନ୍ତା।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।
ବିପଦ ଆସିବା ପୂର୍ବରୁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି।
ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ୮ଟି ଜିଲ୍ଲା ପାଇଁ ୭ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର।
Advertisment ଜଗତସିଂହପୁର ଜିଲ୍ଲାର ଦାୟିତ୍ୱ ମିଳିଛି ବରିଷ୍ଠ IAS ଯାମିନୀ ଷଡ଼ଙ୍ଗୀଙ୍କୁ।
ସେହିପରି ପୁରୀ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିବେ ଅରବିନ୍ଦ ଅଗ୍ରୱାଲ।
କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଗଜପତି ଜିଲ୍ଲାର ଦାୟିତ୍ୱ ସମ୍ଭାଳିବେ ମାନସୀ ନିମ୍ଭାଲ।
ବାତ୍ୟା ପୂର୍ବରୁ ପ୍ରସ୍ତୁତିଠାରୁ ଆରମ୍ଭ କରି ବାତ୍ୟା ସମୟରେ ମୁକାବିଲା ଏବଂ ପରବର୍ତ୍ତୀ ସମୟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପର୍ଯ୍ୟନ୍ତ ସବୁ ଦିଗ ଉପରେ ଏହି ଅଧିକାରୀମାନେ ନଜର ରଖିବେ।
Advertisment ବିଶେଷକରି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ଆଶ୍ରୟସ୍ଥଳୀର ବ୍ୟବସ୍ଥା, ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତର, ଆବଶ୍ୟକୀୟ ଖାଦ୍ୟ ଓ ଔଷଧ ମହଜୁଦ ଏବଂ ଜରୁରୀକାଳୀନ ସେବା ଉପରେ ଗୁରୁତ୍ୱ ଦିଆଯିବ।
ତେବେ ବାତ୍ୟା 'ଅକୱାନ'ର ସମ୍ଭାବ୍ୟ ପ୍ରଭାବକୁ ନେଇ ଏବେଠାରୁ ସତର୍କ ହୋଇଛି ରାଜ୍ୟ ପ୍ରଶାସନ।
ସମ୍ଭାବ୍ୟ ବାତ୍ୟାରେ ଧନଜୀବନର କ୍ଷୟକ୍ଷତି ଯେପରି ସର୍ବନିମ୍ନ ରହିବ, ସେଥିପାଇଁ ଆଗୁଆ ପ୍ରସ୍ତୁତି ଉପରେ ରହିଛି ସରକାରଙ୍କ ଫୋକସ୍।
ବାତ୍ୟା ମୁକାବିଲା ଓ ପ୍ରଭାବିତ ଜିଲ୍ଲାରେ ପ୍ରସ୍ତୁତି ତଦାରଖ ପାଇଁ ପୁଣି ୩ ଜଣ ଆଇଏଏସ୍ ଅଧିକାରୀଙ୍କୁ ୪ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।
କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ରହିବେ ଆଇଏଏସ୍ ଭୁପେନ୍ଦ୍ର ସିଂ ପୁନିଆ।
ସେହିପରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱ ତୁଲାଇବେ କେ.
ସୁଦର୍ଶନ ଚକ୍ରବର୍ତ୍ତୀ।
ଅନ୍ୟପଟେ ଗଞ୍ଜାମ ଜିଲ୍ଲା ପାଇଁ ଦକ୍ଷିଣାଞ୍ଚଳ ଆରଡିସି ବିଜୟ ଅମୃତା କୁଲାଙ୍ଗେଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି।
ବାତ୍ୟା ପୂର୍ବ ପ୍ରସ୍ତୁତି, ମୁକାବିଲା ଓ ରିଲିଫ୍ କାର୍ଯ୍ୟ ସହ ବିଭିନ୍ନ ଦିାଗକୁ ନେଇ ତଦାରଖ କରିବେ ଏହି ଅଧିକାରୀମାନେ।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
