Attack: ସାଉଦି ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ହୁତିର କ୍ଷେପଣାସ୍ତ୍ର ଆକ୍ରମଣ ଦାବି

Oct 27, 2026 - 22:02
Attack: ସାଉଦି ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ହୁତିର କ୍ଷେପଣାସ୍ତ୍ର ଆକ୍ରମଣ ଦାବି

ନୂଆଦିଲ୍ଲୀ: ୟେମେନର ହୁତି ବିଦ୍ରୋହୀ ଗୋଷ୍ଠୀ ରିୟାଦସ୍ଥିତ ସାଉଦି ଆରବର ପ୍ରତିରକ୍ଷା ମନ୍ତ୍ରାଳୟକୁ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ କରିଥିବା ଦାବି କରିଛି।

ହୁତି ସାମରିକ ମୁଖପାତ୍ର ୟାହ୍ୟା ସାରି କହିଛନ୍ତି, ସେମାନଙ୍କ ସେନା ଶତ୍ରୁ ଦେଶର ରାଜଧାନୀ ରିୟାଦରେ ଥିବା ପ୍ରତିରକ୍ଷା ମନ୍ତ୍ରାଳୟକୁ ଟାର୍ଗେଟ୍‌ କରିଛି ଏବଂ କ୍ଷେପଣାସ୍ତ୍ରଟି ସିଧାସଳଖ ଲକ୍ଷ୍ୟଭେଦ କରିଛି।

Advertisment ତେବେ ଏହା ପୂର୍ବରୁ ସାଉଦି ଆରବ ପକ୍ଷରୁ ହୁତି ବିଦ୍ରୋହୀଙ୍କ ଦ୍ୱାରା ନିକ୍ଷେପ କରାଯାଇଥିବା ଦୁଇଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ନଷ୍ଟ କରିଦିଆଯାଇଥିବା କୁହାଯାଇଛି।

ମଙ୍ଗଳବାର ରିୟାଦରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିବା ଖବର ମିଳିଛି।

ତେବେ ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ଆକ୍ରମଣ ହୋଇଥିବା ହୁତିଙ୍କ ଦାବିକୁ ସାଉଦି କର୍ତ୍ତୃପକ୍ଷ ସ୍ୱାଧୀନ ଭାବେ ସ୍ପଷ୍ଟ କରିନାହାନ୍ତି।

Houthi Rebels: ହୁତି ବିଦ୍ରୋହୀଙ୍କ ଦାବି, ୧୪ ଭାରତୀୟ ଥିବା ଜାହାଜ ଉପରେ ସାଉଦି ଆରବ ଆକ୍ରମଣ କରିଛି ଏହାବ୍ୟତୀତ ହୁତି ବିଦ୍ରୋହୀମାନେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ତୈଳ ବିଶୋଧନାଗାର ରାସ୍‌ ତାନୁରା ଉପରେ ମଧ୍ୟ ଆକ୍ରମଣ କରିଥିବା ଦାବି କରିଛନ୍ତି।

ଏହି ବିଶୋଧନାଗାରଟି ଦେଶର ପୂର୍ବାଞ୍ଚଳରେ ଅବସ୍ଥିତ।

ୟାହ୍ୟା ସାରିଙ୍କ କହିବା ଅନୁଯାୟୀ, ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ସେଠାରେ ନିଆଁ ଲାଗିଥିଲା।

ତେବେ ଏହି ଆକ୍ରମଣ ସମ୍ପର୍କରେ ସାଉଦି କର୍ତ୍ତୃପକ୍ଷ ତୁରନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ସାମୁଦ୍ରିକ ସୁରକ୍ଷା ସଂସ୍ଥା ଭାନଗାର୍ଡ ମଧ୍ୟ ମଙ୍ଗଳବାର ରାସ୍‌ ତାନୁରା ଅଞ୍ଚଳରେ ନିଆଁ ଲାଗିଥିବା ଖବର ଦେଇଛି।

ନିଆଁକୁ ଆୟତ୍ତ କରାଯାଇଥିବା ରିପୋର୍ଟ ମିଳିଥିଲେ ମଧ୍ୟ ବିଶୋଧନାଗାରର କ୍ଷୟକ୍ଷତି ଏବଂ ତୈଳ ପରିବହନ ଉପରେ ଏହାର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିନାହିଁ।

ଏହି ଘଟଣାଗୁଡ଼ିକ ଯୋଗୁଁ ସାଉଦି ଆରବ ଓ ହୁତି ବିଦ୍ରୋହୀଙ୍କ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିବା ଆଶଙ୍କା ଦେଖାଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)