Cyclone Arnab: ସ୍ଥଳଭାଗ ଛୁଇଁଲା ବାତ୍ୟା, ତାଣ୍ଡବ ରଚିଲା ଅର୍ଣ୍ଣବ

Oct 28, 2026 - 05:22
Cyclone Arnab: ସ୍ଥଳଭାଗ ଛୁଇଁଲା ବାତ୍ୟା, ତାଣ୍ଡବ ରଚିଲା ଅର୍ଣ୍ଣବ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ 'ଅର୍ଣ୍ଣବ' ମଙ୍ଗଳବାର-ବୁଧବାର ମଧ୍ୟରାତିରେ ସ୍ଥଳଭାଗ ଛୁଇଁଛି।

ଆନ୍ଧ୍ରପ୍ରଦେଶର କାକିନାଡା ନିକଟ ୟାନମ ପାଖରେ ସ୍ଥଳଭାଗରେ ବାତ୍ୟା ତାଣ୍ଡବ ରଚିଛି।

ବାତ୍ୟା ସ୍ଥଳଭାଗ ଛୁଇଁଥିବାରୁ ପ୍ରବଳ ପବନ ଏବଂ ବର୍ଷା ଜାରି ରହିଛି।

ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆହୁରି ୩ ଘଣ୍ଟା ଲାଗିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment ବାତ୍ୟା ଯୋଗୁଁ ଉପକୂଳ ଅଞ୍ଚଳରେ ଥିବା ଗଛ, କୁଡ଼ିଆ ଘର, ଚାଷଜମିକୁ କ୍ଷୟକ୍ଷତି ଘଟାଇଛି।

ପବନର ବେଗ ବଢ଼ିଛି।

ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି।

ରାତି ପାହିଲା ବେଳକୁ ବର୍ଷା ଆହୁରି ଅଧିକ ହେବ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ଅକ୍ଟୋବର ୨୮ ତାରି ରାତିରେ ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁଛି।

ସ୍ଥଳଭାଗ ଛୁଇଁବା ପୂର୍ବରୁ ଘଣ୍ଟା ପିଛା ଏହା ୧୭କିମି ବେଗରେ ଅଗ୍ରସର ହୋଇଥିଲା।

ବାତ୍ୟାର ପ୍ରଭାବ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର କିଛି ଜିଲ୍ଲା ଉପରେ ପଡ଼ିଛି।

ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି।

ଗଂଜାମ, ଗଜପତି , କେରାପୁଟ, ରାୟଗଡ଼ା, ନବରଂଗପୁର ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି।

ପବନର ଘଣ୍ଟା ପିଛା ବେଗ ୧୨୫ରୁ ୧୩୫କିମି ରହିଛି।

ଝଟକା ପବନ ୧୫୦ କିମି ପର୍ଯ୍ୟନ୍ତ ରହିଛି।

ବାତ୍ୟା କାରଣରୁ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ଉପକୂଳ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ କ୍ଷେତ୍ରରେ ପ୍ରବଳ ବର୍ଷା ଜାରି ରଖିଛି।

ପବନ ସହିତ ସମୁଦ୍ରରେ ଉଚ୍ଚ ଢେଉ ଆସୁଛି।

ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ସମ୍ଭାବିତ ପ୍ରଭାବିତ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି।

କେବଳ ଆନ୍ଧ୍ରପ୍ରଦେଶରେ ୪ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ‌ହୋଇଛନ୍ତି।

ଏହାରି ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଳାରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି, ଯେଉଁଥିରେ ମାଲକାନଗିରି, ନବରଂଗପୁର, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, କଟକ ଏବଂ ଖୋର୍ଦ୍ଧା ସାମିଲ ଅଛି।

ସେହିପରି ୪ଟି ରାଜ୍ୟରେ ୬୦ରୁ ଅଧିକ ଟ୍ରେନ୍‌ ବାତିଲ କରିଦିଆଯାଇଛି।

ଏବେ ପ୍ରଶାସନ ଅକ୍ଟୋବର ୨୮ ତାରିଖ ଉପରେ ନଜର ରଖିଛି, ଯେଉଁ ସମୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ।

Cyclone: ବାତ୍ୟା ଅର୍ଣବକୁ ନେଇ ରାୟଗଡା ବିଧାୟକ ଆପଲାସ୍ବାମୀ କାଡ୍ରାକାଙ୍କ ପ୍ରସ୍ତୁତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)