Mohan: ନବୀନଙ୍କ ଚିଠିର ଜବାବ ଦେଲେ ମୋହନ: ରାଜନୀତି ନକରି ଗଠନମୂଳକ ପରାମର୍ଶ ଦେବାକୁ ଆହ୍ବାନ

Oct 28, 2026 - 05:22
Mohan: ନବୀନଙ୍କ ଚିଠିର ଜବାବ ଦେଲେ ମୋହନ: ରାଜନୀତି ନକରି ଗଠନମୂଳକ ପରାମର୍ଶ ଦେବାକୁ ଆହ୍ବାନ

ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଙ୍କୁ ସମାଲୋଚନା କରି ଗତ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

କୋଟିଆକୁ ନେଇ ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ ଆହ୍ବାନ ଦେଇଥିଲେ।

ଆଜି ସେହି ଚିଠିର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ଏଥିରେ ସେ ଜଣାଇଛନ୍ତି ଯେ ଆପଣଙ୍କ ଚିଠିରେ ଏକ ସମ୍ବେଦନଶୀଳ ପ୍ରସଙ୍ଗର ଗଠନମୂଳକ ଓ ଆଇନଗତ ସମାଧାନର ପରାମର୍ଶ ଦିଆ ନଯାଇ ରାଜନୈତିକ ଦୃଷ୍ଟିକୋଣରୁ ଉପସ୍ଥାପନ କରାଯାଇଛି।

Advertisment Jio: ଜିଓ ପ୍ଲାଟଫର୍ମସ୍‌ର ଲିଷ୍ଟିଂ ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଦିନରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି।

ରାଜ୍ୟର ଭୌଗୋଳିକ ଅଖଣ୍ଡତା ଓ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।

ସବୁବେଳେ ଆଇନଗତ ତଥା ସାମ୍ବିଧାନିକ ଉପାୟରେ ରାଜ୍ୟର ସ୍ୱାର୍ଥ ସୁରକ୍ଷିତ ରଖିବାକୁ କାର୍ଯ୍ୟ କରୁଛନ୍ତି।

କୋଟିଆ ତଥା ଆଖପାଖ ଅଞ୍ଚଳର ସାମଗ୍ର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛନ୍ତି।

ସେଠାକାର ଲୋକଙ୍କ ସାମାଜିକ ଓ ଆର୍ଥକ ଉନ୍ନତି ସହ ସରକାରୀ ସେବାଗୁଡ଼ିକୁ ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଉଛି।

ଏହାକୁ ଆଖି ଆଗରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ନିୟମିତ ଭାବେ କୋଟିଆ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି।

Cyclone Arnab: ଆରମ୍ଭ ହେଲା ବାତ୍ୟା 'ଅର୍ଣ୍ଣବ'ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା ତେଣୁ ବହୁ ଦିନର ଏହି ଅନ୍ତଃରାଜ୍ୟ ବିବାଦର ସମ୍ବେଦନଶୀଳତାକୁ ନଜରରେ ରଖି ସମସ୍ତ ପକ୍ଷ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବା ସହ ନ୍ୟାୟିକ ପ୍ରକ୍ରିୟାକୁ ମଧ୍ୟ ସମ୍ମାନ ଦେବା ଉଚିତ।

ଏହା ସହିତ ସମସ୍ତ ନ୍ୟାୟିକ ତଥା ସାମ୍ବିଧାନିକ ଫୋରମରେ ରାଜ୍ୟର ଅଧିକାରକୁ ଦୃଢ଼ତାର ସହ ଉପସ୍ଥାପନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି।

ତେଣୁ ଏ ଦିଗରେ ଯଦି କିଛି ଗଠନମୂଳକ ପ୍ରସ୍ତାବ ‌ଥାଏ, ତେବେ ସରକାରଙ୍କୁ ତାହା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)