Cyclone Alert: ୧୬ରେ ବାତ୍ୟା, ୧୮ରେ ଭୀଷଣ ରୂପ! ଆସିଲା ସମ୍ଭାବ୍ୟ ଗତିପଥ
୧୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା।
ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ।
ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ସାଇକ୍ଲୋନର ଗତିପଥ ଜାରି ହୋଇଛି।
ସମୁଦ୍ର ଭିତରେ ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ସମ୍ଭାବନା ରହିଛି।
ଅର୍ଥାତ ୧୮ ତାରିଖରେ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ।
Advertisment ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି।୨୪ ଘଣ୍ଟାରେ ସମାନ ଅଞ୍ଚଳରେ ସୃଷ୍ଟି ହୋଇପାରେ ଅବପାତ।
ପରବର୍ତ୍ତୀ ସମୟରେ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ।
ଆସନ୍ତା ୧୬ ତାରିଖ ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଭାଗରେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି।
ତେବେ ସମ୍ଭାବ୍ୟ ସାଇକ୍ଲୋନ୍ କେଉଁ ଉପକୂଳ ମୁହାଁଇବ, ସେନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନି।
...
ସମ୍ଭାବ୍ୟ ବାତ୍ୟା କୁଆଡ଼େ ଯିବ, କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଭାରତୀୟ ପାଣିପାଗ କୌଣସି ପୂର୍ବାନୁମାନ କରିନି।
ତେବେ ବାତ୍ୟା ପ୍ରଭାବରେ ଓଡ଼ିଶା ବର୍ଷା ପବନ ହୋଇପାରେ।
ଆସନ୍ତା ୧୭ ତାରିଖରୁ କିଛି କିଛି ସ୍ଥାନରେ ହୋଇପାରେ ବର୍ଷା ପବନ।
ଆସନ୍ତା ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳ ତଥା ଏହାର ଆଖପାଖ ସମୁଦ୍ର ମଧ୍ୟରେ ଝଡ଼ତୋଫାନ ସହ ପବନର ବେଗ ଘଣ୍ଟା ପ୍ରତି ୪୫-୫୫ କିଲୋମିଟର ରହିପାରେ।
Advertisment ଝଟକା ପବନ ୬୫ କିଲୋମିଟର ଛୁଇଁପାରେ।
ଏହି ସମୟରେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ଆଖପାଖରେ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବାର ସମ୍ଭାବନା ଅଛି।
ଏଥିପାଇଁ ୧୭ ଓ ୧୮ ଦୁଇ ଦିନ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ଓଡ଼ିଶା ଉପକୂଳ ଓ ଏହାର ଆଖପାଖ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।
...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
