Cyclone Alert: ବାତ୍ୟା ଅକୱାନ ପାଇଁ ଜୋରଦାର ପ୍ରସ୍ତୁତି, ୩ ଜିଲ୍ଲାରୁ ଆରମ୍ଭ ହେଲା ସ୍ଥାନାନ୍ତର

Nov 18, 2026 - 16:04
Cyclone Alert: ବାତ୍ୟା ଅକୱାନ ପାଇଁ ଜୋରଦାର ପ୍ରସ୍ତୁତି, ୩ ଜିଲ୍ଲାରୁ ଆରମ୍ଭ ହେଲା ସ୍ଥାନାନ୍ତର

କେଉଁଠି ଚାଲିଛି ଜନସଚେତନତା, ତ ଆଉ କେଉଁଠି ଆରମ୍ଭ ହେଲାଣି ସ୍ଥାନାନ୍ତର ପ୍ରକ୍ରିୟା।

ବାତ୍ୟା 'ଅକୱାନ'କୁ ନେଇ ଜୋରଦାର ହେଲାଣି ପ୍ରସ୍ତୁତି।

ଗଜପତି ଜିଲ୍ଲାର ଆର୍.

ଉଦୟଗିରି ବ୍ଲକର ବିଭିନ୍ନ ଗାଁରେ ମାଇକ୍ ଯୋଗେ ଚାଲିଛି ସଚେତନତା କାର୍ଯ୍ୟକ୍ରମ।

ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନେଇ ଲୋକଙ୍କୁ ସତର୍କ କରାଯିବା ସହ ସରକାରୀ ନିର୍ଦ୍ଦେଶ ପାଳନ ଓ ବିପଦପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ଦିଆଯାଉଛି ପରାମର୍ଶ।

ଏଥିସହ ସୁରକ୍ଷା ପାଇଁ ପ୍ରଶାସନକୁ ସହଯୋଗ କରିବାକୁ SRCଙ୍କ ଅପିଲ୍।

Advertisment ସେପଟେ ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇଛି ସ୍ଥାନାନ୍ତର ପ୍ରକ୍ରିୟା।

ଗଞ୍ଜାମ, ଗଜପତି, କନ୍ଧମାଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେଲାଣି।

ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ ଆଙ୍କୁଲି ପଞ୍ଚାୟତର ଏଲଗଲ ଓ ଶିରିଶିଗଣ୍ଡ ଗାଁର ବାସିନ୍ଦାଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି।

ବାତ୍ୟାର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ଜାରି ରହିଥିବା ବେଳେ ଲୋକଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ କରାଯାଇଛି ଅନୁରୋଧ।

ଅନ୍ୟପଟେ, ପାହାଡ଼ ତଳ ଲୋକେ ନିରାପଦ ସ୍ଥାନକୁ ଆସିବା ପାଇଁ ପରାମର୍ଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଅଭିଜ୍ଞତା ଥିବା ଅଫିସରଙ୍କୁ ଜିଲ୍ଲା ଦାୟିତ୍ବ ପ୍ରଦାନ କରାଯାଇଛି।

...

ଆସୁଛି ବାତ୍ୟା; ଆରମ୍ଭ ହେଲାଣି ସ୍ଥାନାନ୍ତର ବାତ୍ୟା 'ଅକୱାନ' ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କେଉଁଠି ସଚେତନତା, କେଉଁଠି ସ୍ଥାନାନ୍ତର ବାତ୍ୟା ଭୟରେ ଆଶ୍ରୟସ୍ଥଳୀକୁ ଗଲେ ଲୋକେ ବାତ୍ୟା ପୂର୍ବରୁ ଆକ୍ସନ ମୋଡ୍ ରେ ପ୍ରଶାସନ ବାତ୍ୟା ଅକୱାନ ପାଇଁ ମାଇକ୍ ଯୋଗେ ସଚେତନତା ଗଜପତିରେ ଲୋକଙ୍କୁ ସତର୍କ କରୁଛି ପ୍ରଶାସନ ପାତ୍ରପୁରରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଉଛି ପାହାଡ଼ ତଳ ଲୋକେ ନିରାପଦ ସ୍ଥାନକୁ ଆସିବାକୁ ପରାମର୍ଶ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)