Cyclone Alert: ବାତ୍ୟାକୁ ନେଇ ମାଲକାନଗିରି ଆଲର୍ଟ, ମୁତୟନ ହେଲେ ୯ ଅଗ୍ନିଶମ ଟିମ୍ ଓ ଏନଡିଆରଏଫ୍

Nov 18, 2026 - 16:04
Cyclone Alert: ବାତ୍ୟାକୁ ନେଇ ମାଲକାନଗିରି ଆଲର୍ଟ, ମୁତୟନ ହେଲେ ୯ ଅଗ୍ନିଶମ ଟିମ୍ ଓ ଏନଡିଆରଏଫ୍

ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ।

ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାରେ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି।

ମାଲକାନଗିରିରେ ୯ଟି ଅଗ୍ନିଶମ ବିଭାଗର ଟିମ୍ କୁ ମୁତୟନ କରାଯାଇଛି।

ଏହା ସହିତ ଦୁଇଟି ଓଡ୍ରାଫ୍ ଟିମ୍ କୁ ଖଇରପୁଟ ଏବଂ କାଲିମେଳାରେ ମୁତୟନ କରାଯାଇଥିବା ବେଳେ ଗୋଟିଏ ଏନଡିଆରଏଫ୍ ଟିମ୍ କୁ ମାଥିଲିରେ ରଖାଯାଇଛି।

ଯେକୌଣସି ଅପ୍ରୀତିକର ପରିସ୍ଥିତି ଓ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ସମସ୍ତ ଟିମ୍ କୁ ପ୍ରସ୍ତୁତ ରଖାଯାଇଛି।

Advertisment ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଗତମାସରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିଲା ଗଞ୍ଜାମ ଜିଲ୍ଲା।

ଏଥିରେ ଆସିକା ବ୍ଲକର ମଙ୍ଗଳପୁର ପଞ୍ଚାୟତର ନବରତ୍ନପୁର ଗାଁରେ ୧୦ରୁ ଅଧିକ ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା।

ଏବେ ପୁଣି ବାତ୍ୟା ଅକୱାନ୍ ଓଡ଼ିଶା ମୁହାଁ ହେବା ଖବର ଆସିବା ପରେ ନବରତ୍ନପୁରରେ ଆଜି ସ୍ଥାନୀୟ BDO, ତହସିଲଦାର ଓ ଏକ ଟିମ୍ ପହଞ୍ଚି ଲୋକମାନଙ୍କୁ ପଞ୍ଚାୟତ ଅଫିସକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ବାତ୍ୟା ଅକୱାନକୁ ନେଇ ଆତଙ୍କିତ ଅବସ୍ଥାରେ ପାହାଡ଼ ତଳି ବାସିନ୍ଦା।

ବାତ୍ୟା ଅର୍ଣ୍ଣବ ସମୟରେ ଗଜପତି ମୋହନା ବ୍ଲକ୍ ଶିକୁଳିପଦର ପଂଚାୟତ ରାମପଦର ଗାଁରେ ପାହାଡ଼ରୁ ପାଣି ଆସି ଗାଁ ଦାଣ୍ଡରେ ୨/୩ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେବାରୁ ଗଜପତି ଜିଲ୍ଲାର ବହୁ ଘରର କାନ୍ଥ ଭାଙ୍ଗି ଯାଇଥିଲା।

ଏବେ ପୁଣି ଏକ ବାତ୍ୟା ଆସୁଥିବା ଖବର ଶୁଣିବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି l ଅଧିକ ବର୍ଷା ହେଲେ ଭୂ-ସ୍ଖଳନ ହେବାର ଆଶଙ୍କା ରହିଛି l Advertisment ବଙ୍ଗୋପସାଗରରୁ ବଳ ଗୋଟାଇ ମାଡ଼ି ଆସୁଛି ବାତ୍ୟା ଅକୱାନ୍।

ଭୀଷଣ ରୂପ ଧାରଣ କରି ଆନ୍ଧ୍ର ଉପକୂଳ ମୁହାଁ ହେଉଛି।

ଏହାକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

୧୯ ଓ ୨୦ ତାରିଖ ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି।

ଏହି ଦୁଇ ଦିନ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କିଛି ସ୍ଥାନରେ ଭୀଷଣ ବର୍ଷା ସମ୍ଭାବନା ରହିଛି।

ବିଶେଷ କରି ଦକ୍ଷିଣ ଓଡ଼ିଶା ଉପରେ ଅଧିକ ରହିପାରେ ବାତ୍ୟା ଅକୱାନର ପ୍ରଭାବ।

...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)