Cyclone Akvan Update: ଆସୁଛି ଭୀଷଣ ବାତ୍ୟା ଅକଓ୍ୱାନ୍; କାଲି ଲ୍ୟାଣ୍ଡଫଲ୍, ଓଡ଼ିଶାରେ ଏତେ କିମି ବେଗରେ ବହିବ ପବନ

Nov 19, 2026 - 20:26
Cyclone Akvan Update: ଆସୁଛି ଭୀଷଣ ବାତ୍ୟା ଅକଓ୍ୱାନ୍; କାଲି ଲ୍ୟାଣ୍ଡଫଲ୍, ଓଡ଼ିଶାରେ ଏତେ କିମି ବେଗରେ ବହିବ ପବନ

ଆସୁଛି ଭୀଷଣ ବାତ୍ୟା ଅକୱାନ୍।

କାଲି ମଧ୍ୟାହ୍ନ ସୁଦ୍ଧା ଗଞ୍ଜାମ ଜିଲ୍ଲା ଗୋପାଳପୁର ପାଖରେ ଛୁଇଁବ ସ୍ଥଳଭାଗ।

ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୭୦ରୁ ୮୦ କିଲୋମିଟର ସ୍ପିଡ୍ ରେ ପବନ ବହିବାର ସମ୍ଭାବନା ରହିଛି।

ଲ୍ୟାଣ୍ଡଫଲ୍ ପରେ ବାତ୍ୟାଟି ଶୀଘ୍ର ଦୁର୍ବଳ ହୋଇଯିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ଏପଟେ ବାତ୍ୟା ପ୍ରଭାବରେ ଆଜି ସର୍ବାଧିକ ବର୍ଷା ରହିଥିବା ବେଳେ କାଲିଠୁ ପରିମାଣ କମିପାରେ।

Advertisment ଗର୍ଜନ କଲାଣି ସମୁଦ୍ର, ତାଉ ଦେଖାଇଲାଣି ଢେଉ।

ବହିଲାଣି ପବନ, ଅନବରତ ଢାଳୁଛି ବର୍ଷା।

ମାଡ଼ିଆସୁଛି ଭୀଷଣ ବାତ୍ୟା ଅକୱାନ୍।

କାଲି ଗୋପାଳପୁର ପାଖାପାଖି ଲ୍ୟାଣ୍ଡଫଲ୍।

୯୦ରୁ ୧୦୦ କିଲୋମିଟର ବେଗରେ ବହିବ ପବନ।

ବାତ୍ୟା ସ୍ଥଳଭାଗ ଛୁଇଁବା ଆଗରୁ ଇଏ ଗୋପାଳପୁରର ଚିତ୍ର।

ଅଶାନ୍ତ ସମୁଦ୍ର।

ବେଳାଭୂମି ଖାଁ ଖାଁ।

ସକାଳୁ ଜାରି ରହିଛି ବର୍ଷା।

କେତେବେଳେ ଝିପିଝିପି, ପୁଣି ଆଉ କେତେବେଳେ କାଚୁଛି।

ଏବେଠୁ ପବନ ବି ବହିଲାଣି।

ଗୋପାଳପୁରର ପୂର୍ବରେ ଅତିନିକଟରୁ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ଆଲର୍ଟରେ ପୂରା ପ୍ରଶାସନ।

ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହିତ ସମୁଦ୍ର କୂଳକୁ ନଯିବାକୁ ସଚେତନ କରାଯାଇଛି।

ଗଞ୍ଜାମ ଜିଲ୍ଲା ବାତ୍ୟା ମୁକାବିଲା ଦାୟିତ୍ବରେ ଥିବା ଦକ୍ଷିଣାଞ୍ଚଳ RDC ବିଜୟ ଅମୃତା କୁଲାଙ୍ଗେ ନିଜେ ବେଳାଭୂମିକୁ ଯାଇ ସ୍ଥିତି ପରଖିଛନ୍ତି।

Advertisment ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତାକାଲି ମଧ୍ୟାହ୍ନ ଭିତରେ ଭୀଷଣ ରୂପ ସହ ସ୍ଥଳଭାଗ ଛୁଇଁବ ଅକୱାନ୍।

ଓଟିଭିକୁ ପ୍ରତିକ୍ରିୟା ଦେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗୋପାଳପୁରର ପୂର୍ବରେ ଅତି ପାଖରେ ଲ୍ୟାଣ୍ଡଫଲ୍ କରିବ ଭୀଷଣ ବାତ୍ୟା।

ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶରେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ।

ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପବନର ବେଗ ୭୦ରୁ ୮୦ କିଲୋମିଟର ଏବଂ ଝଟକା ପବନ ୯୦ କିଲୋମିଟର ରହିବ।

କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି।

ଲ୍ୟାଣ୍ଡଫଲ୍ ପରେ ଅକ୍ୱାନ ଦ୍ରୁତଗତିରେ ଦୁର୍ବଳ ହୋଇଯାଇପାରେ।

ତେବେ ଆଜି ରାତିକୁ ଉପକୂଳ ଓଡ଼ିଶାରେ ୬୦ରୁ ୭୦ କିମି ପବନ ବହିବ।

କାଲି ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଓ ପବନର ପ୍ରଭାବ ରହିବ।

ଏପଟେ ଅକୱାନ୍ ଲ୍ୟାଣ୍ଡଫଲ୍ କରିବା ଆଗରୁ ଭୀଷଣ ବର୍ଷାରେ ଭିଜୁଛି ଅଧା ଓଡ଼ିଶା।

ବିପଦରେ ଦକ୍ଷିଣ-ଉପକୂଳ ଓ ଉତ୍ତର।

ରେଡ୍ ଆଲର୍ଟରେ ୬ ଜିଲ୍ଲା- ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା।

ସେହିଭଳି ୧୦ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ।

କେତେକ ସ୍ଥାନରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ମୟୂରଭଞ୍ଜ ଓ ବାଲେଶ୍ବରକୁ ରେଡ୍ ଆଲର୍ଟ ଜାରି ହୋଇଥିବାବେଳେ ୧୨ ଜିଲ୍ଲା ରହିଛି ଅରେଞ୍ଜ ଆଲର୍ଟରେ।

ଗୋପାଳପୁର ନିକଟରେ ଭୀଷଣ ବାତ୍ୟା ଅକୱାନର ଲ୍ୟାଣ୍ଡଫଲ୍ ହେଲେ ବି ପୁରୀ ଜିଲ୍ଲାକୁ ରହିଛି ବିପଦ।

ଦିନ ତମାମ କାଚୁଛି ବର୍ଷା।

ବେଳାଭୂମିରେ ଲାଗିଛି ନାଲି ପତାକା।

ଶ୍ରୀକ୍ଷେତ୍ରରେ ଆଗୁଆ ସର୍ତକତା ଭାବେ ୨୧ ତାରିଖ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି।

ସେହିଭଳି ଶ୍ରୀମନ୍ଦିର ଆସିବା ପୂର୍ବରୁ ପ୍ରତିକୂଳ ପରିସ୍ଥିତି ଉପରେ ଧ୍ୟାନ ଦେବାକୁ ଅପିଲ୍ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.

ଅରବିନ୍ଦ ପାଢୀ।

ଏପଟେ କୃଷ୍ଣପ୍ରସାଦ ଅଞ୍ଚଳରେ ବର୍ଷାପବନ ଭୟ ବଢାଇଲାଣି।

ଚିଲିକାରେ ବି ଛନକା।

ସମୁଦ୍ର ଭିତରେ ପାଣିପାଗ କାରକ ନ ସୁହାଇବାରୁ ବାତ୍ୟା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି।

ଅତିଭୀଷଣ ବଦଳରେ ଏହା କେବଳ ଭୀଷଣ ଭାତ୍ୟା ଭାବେ ସ୍ଥଳଭାଗ ଛୁଇଁବ।

ଏଣୁ ଅର୍ଣ୍ଣବ ଅପେକ୍ଷା ଅକ୍ବାନର ପ୍ରଭାବ କମ ରହିବ ବୋଲି ଆକଳନ କରୁଛନ୍ତି ପାଣିପାଗ ବିଜ୍ଞାନୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)