Cyclone Akvan to Intensify Into Very Severe Storm: ବଳ ଗୋଟାଉଛି ଡିପ୍ରେସନ୍, ୧୩୦ କି.ମି. ବେଗରେ ପବନ ବହିବା ସମ୍ଭାବନା
ବଳ ଗୋଟାଉଛି ଡିପ୍ରେସନ୍।
ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଅତି ଭୀଷଣ ବାତ୍ୟା।
୧୯ ତାରିଖରେ ହୋଇପାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ।
ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ଅତି ଭୀଷଣ ବାତ୍ୟା ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦-୧୩୦ କିମି ରହିପାରେ।
ଝଟକା ପବନକ ବେଗ ଛୁଇଁପାରେ ୧୪୫ କିଲୋମିଟର।
ସମ୍ଭାବ୍ୟ ବାତ୍ୟା ପୁଣି ଆନ୍ଧ୍ର ଉପକୂଳ ମୁହାଁଇପାରେ।
Advertisment କାଲି ବଙ୍ଗୋପସାଗରରେ ସାଇକ୍ଲୋନ୍ ହେବ, ୧୭ରେ ହେବ ଭୀଷଣ ବାତ୍ୟା।
ଏବେ ବଙ୍ଗୋପସାଗରରେ ଆଗକୁ ବଢୁଛି ଡିପ୍ରେସନ୍।
ଗତ ତିନି ଘଣ୍ଟାରେ ୧୦ କିମି ବେଗରେ ଆଗକୁ ବଢୁଛି ଅବପାତ।
ଗୋପାଳପୁରଠାରୁ ଏବେ ୧୧ଶହ ୩୦କିମି ଦୂରରେ କେନ୍ଦ୍ରୀଭୂତ ଅଛି।
ବିଶାଖାପାଟନମଠାରୁ ୧ହଜାର ୧୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ରହିଛି ଅବପାତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
