Cyclone ‘Akvan’ Alert: ବାତ୍ୟା 'ଅକ୍ବାନ'କୁ ନେଇ ହାଇଆଲର୍ଟ, ଓଡ଼ିଶାରୁ ଆନ୍ଧ୍ର ଯାଏଁ ପ୍ରସ୍ତୁତ ଏନଡିଆରଏଫ ଟିମ୍
ବାତ୍ୟା ଅକ୍ବାନର ମୁକାବିଲା ନେଇ ପ୍ରଶାସନ ପ୍ରସ୍ତୁତ।
ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ଏନଡିଆରଏଫର ଏକାଧିକ ଟିମ।
ଓଡ଼ିଶାର ୫ ଜିଲ୍ଲା ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ପାଞ୍ଚଟି ଦଳକୁ ନିୟୋଜିତ କରାଯାଇଥିଲା।
ଆଜି ଆଉ ଅତିରିକ୍ତ ୩ଟି ଟିମକୁ ନିୟୋଜିତ କରାଯାଇଛି।
ସେଥିମଧ୍ୟରୁ ଦୁଇଟି ଦଳ ଗଞ୍ଜାମ ଜିଲ୍ଲାରେ ଏବଂ ଗୋଟିଏ ଦଳ ଗଜପତି ଜିଲ୍ଲାରେ ମୁତୟନ ହୋଇଛନ୍ତି।
ଗଂଜାମ ଜିଲ୍ଲାରେ ଏନଡିଆରଏଫର ୩ଟି ଟିମ୍ ଏବଂ ଗଜପତି ଜିଲ୍ଲାରେ ୨ଟି ଟିମ ମୁତୟନ ହୋଇଛନ୍ତି।
Advertisment ବାତ୍ୟା ଜନିତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଏନଡିଆରଏଫର ଟିମ୍।
ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ତିନିଟି ଦଳ ନିୟୋଜିତ କରାଯାଇଛି।
ଅନ୍ୟ ଦଳଗୁଡ଼ିକୁ ହାଇ ଆଲର୍ଟ ସ୍ଥିତିରେ ରଖାଯାଇଛି।
ପରିସ୍ଥିତି ଅନୁଯାୟୀ ସେଗୁଡ଼ିକୁ ତୁରନ୍ତ ନିୟୋଜିତ କରିବା ପାଇଁ ପ୍ରସ୍ତୁତ ରଖାଯାଇଛି।
ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
