Cyclone Akvan Intensifies: ମନ୍ଥର ଗତିରେ ଆଗକୁ ବଢୁଛି ‘ଅକୱାନ’, ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା
ମନ୍ଥର ଗତି...ବଢୁଛି ଶକ୍ତି...
ଅତି ମନ୍ଥର ଗତିରେ ଆଗକୁ ବଢ଼ୁଛି ବାତ୍ୟା 'ଅକୱାନ'।
ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା।
ଗତ ୬ ଘଣ୍ଟା ଧରି ମାତ୍ର ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଆଗକୁ ବଢ଼ୁଛି ଏହି ସାମୁଦ୍ରିକ ଝଡ଼।
ଆଜି ଭୋର ୨ଟା ୩୦ ସୁଦ୍ଧା ଏହା ସମାନ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଥିବା ସୂଚନା ମିଳିଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି ଏହା ଭୀଷଣ ବାତ୍ୟାର ରୂପ ନେଇପାରେ।
ଆସନ୍ତା ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଅଧିକ ଶକ୍ତିଶାଳୀ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି।
Advertisment ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳରେ ନେଲୋର ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ସ୍ଥଳଭାଗ ଛୁଇଁପାରେ ବାତ୍ୟା।
ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୫ କିଲୋମିଟର ଛୁଇଁପାରେ।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ଓଡ଼ିଶା ଦେଇ ଅତିକ୍ରମ କରିବ ବାତ୍ୟା 'ଅକୱାନ'।
ଲ୍ୟାଣ୍ଡଫଲ୍ ପରେ ମାଲକାନଗିରି ଦେଇ ଆଗକୁ ବଢ଼ିବାର ଆକଳନ କରାଯାଇଛି।
ନୂଆ ଟ୍ରାକ୍ ଅନୁସାରେ, ଦକ୍ଷିଣ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବା ସମ୍ଭାବନା ରହିଛି।
ମାଲକାନଗିରି ଦେଇ ଅତିକ୍ରମ କରିବା ସମୟରେ ଏହା ତୀବ୍ର ବାତ୍ୟାର ରୂପ ନେଇଥିବା ଆକଳନ କରାଯାଇଛି।
ଏହାର ପ୍ରଭାବ ପରିଧି ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ନୂଆପଡ଼ା ଭଳି ଜିଲ୍ଲା ରହିଛି।
ଅନ୍ୟପଟେ, ପୂର୍ବରୁ ଜାରି ହୋଇଥିବା ପାଣିପାଗ ବିଭାଗର ଟ୍ରାକରେ ବାତ୍ୟା ଓଡ଼ିଶା ଦେଇ ଅତିକ୍ରମ କରିବା ବେଳକୁ ଏହାର ତୀବ୍ରତା ହ୍ରାସ ପାଇ ଡିପ୍ ଡିପ୍ରେସନରେ ପରିଣତ ହେବ ବୋଲି ଆକଳନ ହୋଇଥିଲା।
Advertisment କିନ୍ତୁ ନୂଆ ଟ୍ରାକ୍ ରେ ବାତ୍ୟାର ତୀବ୍ରତା ଓ ଗତିପଥକୁ ନେଇ ଚିତ୍ର ବଦଳିଛି।
ବତ୍ୟା 'ଅକୱାନ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ସକାଳ ସୁଦ୍ଧା ଅଧିକ ଶକ୍ତିଶାଳୀ ହୋଇ ଅତି ଭୀଷଣ ବତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
୨୦ ତାରିଖ ମଧ୍ୟାନ୍ନ ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
