Cyclone: ବାତ୍ୟା ପୂର୍ବରୁ ତତ୍ପର ଗଜପତି ପ୍ରଶାସନ;  ଘନ ଘନ ବୈଠକ, ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

Oct 27, 2026 - 07:17
Cyclone: ବାତ୍ୟା ପୂର୍ବରୁ ତତ୍ପର ଗଜପତି ପ୍ରଶାସନ;  ଘନ ଘନ ବୈଠକ, ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

ପାରଳାଖେମୁଣ୍ଡି (ସୁଜିତ ବିଶୋୟୀ): ବାତ୍ୟା 'ଅର୍ଣ୍ଣବ' ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ତତ୍ପର ହୋଇଉଠିଛି ଗଜପତି ଜିଲ୍ଲା ପ୍ରଶାସନ।

ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଘନ ଘନ ବୈଠକ, ପ୍ରସ୍ତୁତିର ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ ଜାରି ରହିଛି।

ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଜଣେ ଲେଖାଏଁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

ଆର୍‌.

ଉଦୟଗିରି ବ୍ଲକ୍‌ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମୁନିନ୍ଦ୍ର ହନ୍ନାଗା, କାଶୀନଗର ବ୍ଲକ୍‌ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଫାଲ୍‌ଗୁନୀ ମାଝୀ, ମୋହନା ବ୍ଲକ୍‌ ଦାୟିତ୍ୱରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ ଏବଂ ଗୋଷାଣୀ ବ୍ଲକ୍‌ ଦାୟିତ୍ୱରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଭଗତ ସାମଲ କଲ୍ୟାଣ ରାଓଙ୍କୁ ନିଯୁକ୍ତ କରାଯାଇଛି।

Advertisment ସେହିପରି ରାୟଗଡ଼ା ବ୍ଲକ୍‌ ଦାୟିତ୍ୱରେ ପାରଳାଖେମୁଣ୍ଡି ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ନୂଆଗଡ଼ ବ୍ଲକ୍‌ ଦାୟିତ୍ୱରେ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ) ପୃଥ୍ୱୀରାଜ ମଣ୍ଡଳ ଏବଂ ଗୁମ୍ମା ବ୍ଲକ୍‌ ଦାୟିତ୍ୱରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୋଲୋମନ ରାଇକାଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

ଜିଲ୍ଲାରେ ୧୪୪ଟି ସମ୍ଭାବ୍ୟ ଭୂସ୍ଖଳନ ସ୍ଥଳ ଚିହ୍ନଟ ହୋଇଥିବା ବେଳେ ୨୮୧ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି।

ଅନ୍ୟପକ୍ଷରେ ୩ଟି ଓଡ୍ରାଫ୍‌ ଓ ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛନ୍ତି।

ବାତ୍ୟା ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଭାଗକୁ ସତର୍କ ରହିବା ସହ ଆବଶ୍ୟକ ପ୍ରସ୍ତୁତି ଶେଷ କରିବାକୁ କୁହାଯାଇଛି।

ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ଯନ୍ତ୍ରପାତି, ଉଦ୍ଧାର ସାମଗ୍ରୀ, ଔଷଧ ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି।

ଜରୁରୀ ପରିସ୍ଥିତିରେ ଯେପରି ଉଦ୍ଧାର କାର୍ଯ୍ୟ, ରାସ୍ତା ଅବରୋଧ ହଟାଇବା ଓ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ବିଳମ୍ବ ନହୁଏ, ସେଥିପାଇଁ ଆଗୁଆ ବ୍ୟବସ୍ଥା କରାଯାଉଛି।

ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଞ୍ଚଳଗୁଡ଼ିକ ଉପରେ ମଧ୍ୟ ପ୍ରଶାସନ ନଜର ରଖିଛି।

ବଂଶଧାରା ନଦୀରେ ସମ୍ଭାବ୍ୟ ଜଳସ୍ତର ବୃଦ୍ଧି ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ କାଶୀନଗର ଗସ୍ତ କରି ନଦୀକୂଳିଆ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସେ ସ୍ଥାନୀୟ ଅଞ୍ଚଳ ବୁଲି ଦେଖିବା ସହ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ନଦୀକୂଳିଆ ଲୋକଙ୍କ ସୁରକ୍ଷା ଓ ଆବଶ୍ୟକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି।

ଜିଲ୍ଲାରେ ୨୧୦ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି।

ବାତ୍ୟାର ପ୍ରଭାବ ଓ ସ୍ଥାନୀୟ ପରିସ୍ଥିତିକୁ ଦେଖି ସେମାନଙ୍କୁ ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନ କିମ୍ବା ନିକଟସ୍ଥ ମା' ଗୃହକୁ ସ୍ଥାନାନ୍ତର କରାଯିବ।

ଏଥିସହ ଆଶ୍ରୟସ୍ଥଳୀଗୁଡ଼ିକରେ ଲୋକଙ୍କ ରହିବା ଓ ଜରୁରୀ ସହାୟତା ଯୋଗାଇଦେବା ପାଇଁ ପ୍ରସ୍ତୁତି ହୋଇଛି।

ଆବଶ୍ୟକତା ଅନୁଯାୟୀ ଉଦ୍ଧାରକାରୀ ଦଳଗୁଡ଼ିକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ।

Cyclone: ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ବିଭାଗର ସମୀକ୍ଷା: କଳାବଜାର ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଅନ୍ୟପକ୍ଷରେ ବାତ୍ୟା ଓ ପ୍ରବଳ ବର୍ଷାର ଆଶଙ୍କା ପାହାଡ଼ିଆ ଅଞ୍ଚଳର ଚାଷୀଙ୍କ ଚିନ୍ତା ବଢ଼ାଇଛି।

ଫସଲ ନଷ୍ଟ ହେବା ଭୟରେ ଅନେକ ଚାଷୀ ଧାନ ପୂର୍ଣ୍ଣ ପାଚିବା ପୂର୍ବରୁ କଞ୍ଚା ଧାନ କାଟି ଅମଳ କରିବାରେ ଲାଗିଛନ୍ତି।

ପ୍ରସ୍ତୃତି ବୈଠକରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗ ଦେଇ ଲୋକଙ୍କ ସୁରକ୍ଷା ଙ୍କୁ ପ୍ରାଥମିକତା ଦେବା ସହ ସମସ୍ତ ବିପନ୍ନଙ୍କୁ କିଭଳି ସଂପୂର୍ଣ୍ଣ ସହଯୋଗ ମିଳି ପାରିବ ତାକୁ ଗୁରୁତ୍ଵ ଦେବା ପାଇଁ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝୀ, ମୁନୀନ୍ଦ୍ର ହନନାଗା, ଉପଜିଲ୍ଲାପାଳ ଭଗତ ସାମଲ କଲ୍ଯାଣ ରାଓ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ବିନାୟକ ରାଉଳଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ ମାନେ ଯୋଗଦେଇଥିଲେ।

ସମଗ୍ର ପ୍ରସ୍ତୁତି ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟର ତଦାରଖ କରୁଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଗଜପତି ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ କୁମାର ଦାସ।

କ୍ଷେତ୍ର ପରିଦର୍ଶନ ଓ ସ୍ଥିତିର ସମୀକ୍ଷା ପରେ ଆବଶ୍ୟକତା ଅନୁଯାୟୀ ଅଧିକ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ଭାବ୍ୟ ବାତ୍ୟା ସମୟରେ ଧନଜୀବନ କ୍ଷୟକ୍ଷତିକୁ ସର୍ବନିମ୍ନ ରଖିବା ପ୍ରଶାସନର ପ୍ରମୁଖ ଲକ୍ଷ୍ୟ ରହିଥିବା ପ୍ରକାଶ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)