Cyber Fraud & Robbery Gang Busted: ବଡ଼ ଧରଣର ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ, ମହିଳା ମାଷ୍ଟରମାଇଣ୍ଡଙ୍କ ସମେତ ୬ ଗିରଫ

Jul 08, 2026 - 10:29
Cyber Fraud & Robbery Gang Busted: ବଡ଼ ଧରଣର ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ, ମହିଳା ମାଷ୍ଟରମାଇଣ୍ଡଙ୍କ ସମେତ ୬ ଗିରଫ

କେନ୍ଦୁଝର ବଡ଼ବିଲରେ ବଡ଼ ଧରଣର ଡକାୟତ ଏବଂ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ। ମହିଳା ମାଷ୍ଟରମାଇଣ୍ଡଙ୍କ ସମେତ ୬ ଗିରଫ । ଗିରଫ ମହିଳା ଜଣକ ସାଇବର୍ ଠକେଇରେ ବେଶ୍ ପାରଙ୍ଗମ ଏବଂ  ଝାଡ଼ଖଣ୍ଡର କୁଖ୍ୟାତ 'ଜାମତାରା ଗ୍ୟାଙ୍ଗ୍' ସହ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି। 

ଗତ ଜୁନ୍ ୪ ତାରିଖରେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ରଇଡ଼ା ଛକ ନିକଟରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରି ମୋବାଇଲ୍ ଏବଂ ନଗଦ ଟଙ୍କା ଲୁଟି ନେଇଥିଲେ। ପରେ ସେହି ଲୁଟ୍ ହୋଇଥିବା ମୋବାଇଲ୍ ସାହାଯ୍ୟରେ ଅନ୍ ଲାଇନ୍ ଆପ୍ ଜରିଆରେ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ  ଲକ୍ଷାଧିକ ଟଙ୍କା ଗାଏବ କରିଦିଆଯାଇଥିଲା। 

ଏନେଇ ପୋଲିସର ତଦନ୍ତ ପରେ ଡକାୟତି ଗ୍ୟାଙ୍ଗର ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ପୋଲିସ ଚଢ଼ାଉ ସମୟରେ ଚନ୍ଦ୍ରାବତୀଙ୍କ ଘରୁ ୧୨ଟି ମୋବାଇଲ୍, ୨୬ଟି ବ୍ୟାଙ୍କ ପାସ୍ ବୁକ୍ ଓ ୨୮ଟି ସିମ୍ କାର୍ଡ ଜବତ କରିଛି । ସେହପରି ଯୋଡ଼ା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ମାରଣାସ୍ତ୍ର ସହିତ ଧରିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।