Artisans Intensify Efforts as Construction of Three Raths Continues: ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ, ୩ ରଥ ନିର୍ମାଣରେ ନିଗମ୍ନ କାରିଗର

Jul 08, 2026 - 11:46
Artisans Intensify Efforts as Construction of Three Raths Continues: ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ, ୩ ରଥ ନିର୍ମାଣରେ ନିଗମ୍ନ କାରିଗର

ପୁରୀରେ ଜୋରସୋରରେ ଚାଲିଛି ରଥନିର୍ମାଣ କାମ। ତିନି ରଥର ମହାରଣା ସେବକ ୧୦ଟି ଲେଖାଏଁ ରଥ ମୋଡ ଚକ ଫାଳି ନିର୍ମାଣ ଶେଷ କରିଛନ୍ତି। ରଥ ଗଡି ଦିଗ ହରା ହେଲେ ରଥକୁ ଦିଗ ଦିଆଯିବା ପାଇଁ ଚକ ମୋଡ ଫାଳିର ବିଶେଷ ଆବଶ୍ୟକତା ପଡ଼ିଥାଏ।

ତିନି ରଥର ବେଦୀ ସିଂହାସନ ରଞ୍ଜାମରା କାର୍ଯ୍ୟ ଶେଷ ହୋଇଛି। ମହାରଣା ସେବକମାନେ ତିନିରଥର ବେଦୀ ସିଂହାସନରେ ବିଜେ ଚକା ସ୍ଥାପନ କରିବେ। ଏହା ପୂର୍ବରୁ ବେଦୀ ପରିସରକୁ ରଞ୍ଜା ମାରି ସଫା କାର୍ଯ୍ୟ ଶେଷ କରିଛନ୍ତି। 

ଚିତ୍ରକାର ସେବକମାନେ ତିନି ରଥର ପ୍ରଭାରେ ଖୋଦେଇ ରୂପରେ ରଙ୍ଗ କାର୍ଯ୍ୟର ଶେଷ ସ୍ପର୍ଶ ଦେବା ସହ ପ୍ରଭା ମଧ୍ୟ ଭାଗରେ ଅଙ୍କିତ ଦେବାଦେବୀଙ୍କ ରଙ୍ଗ ଚିତ୍ର କାର୍ଯ୍ୟ ମଧ୍ୟ ଶେଷ ସ୍ପର୍ଶ ଦେଉଛନ୍ତି। ଏଥିସହ ଚିତ୍ରକାର ସେବକ ମାନେ ତିନିରଥର ଚକ, ଦଣ୍ଡା, ଗୁଜ, ରଥ ଉପର ନାହାକା ,ବ୍ରେକ ପୁଲି, ଘୋଡ଼ା, ସାରଥୀ ଇତ୍ୟାଦିର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

ଦରଜୀ ସେବକମାନେ ନନ୍ଦିଘୋଷ ରଥର ବାକି ରହିଥିବା ବତା କନାରେ ବିଳାସ ପଟି ପକା କାର୍ଯ୍ୟ ଶେଷ କରି ତିନିରଥର ଦୁଆର ବେଢା ଚନ୍ଦ୍ର ଶାଳୀରେ ଚିକଣ ଫୁଲ, ଡାଳିଲତା ପକା କାର୍ଯ୍ୟ ସହ, ଦୁଆର ବେଢ଼ା କନାରେ ପୋଲମୁଦ୍ରା, ପୋଲ ଚାଦର ସିଲେଇ କାର୍ଯ୍ୟ ଜାରି ରଖିଛନ୍ତି।

୩ ରଥର ବେଦୀ ସିଂହାସନରେ ବିଜେ ଚକା ସ୍ଥାପନ କରିବେ ମହାରଣା ସେବକ 
ଚିତ୍ରକାର ସେବକ ପ୍ରଭାରେ ଖୋଦେଇ ରୂପରେ ରଙ୍ଗ କାର୍ଯ୍ୟ କରୁଛନ୍ତି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।