Police Bust Extortion Gang: ଦାଦାବଟି ଆଦାୟ ବେଳେ ମାଡ଼ିବସିଲା ପୋଲିସ, ବନ୍ଧୁକ ସହ ୪ ଗିରଫ

Jul 08, 2026 - 10:29
Police Bust Extortion Gang: ଦାଦାବଟି ଆଦାୟ ବେଳେ ମାଡ଼ିବସିଲା ପୋଲିସ, ବନ୍ଧୁକ ସହ ୪ ଗିରଫ

ଆଦାୟ କରୁଥିଲେ ଦାଦାବଟି, ମାଡ଼ି ବସିଲା ପୋଲିସ୍।  ଦାଦାବଟି ଆଦାୟ ବେଳେ ପୋଲିସର ଚଢ଼ାଉ।ବନ୍ଧୁକ,ଜୀବନ୍ତ ଗୁଳି ଜବତ, ଚାରି ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତମାନେ ହେଲେ ବଡକୋଦଣ୍ଡା ଗାଁର ପିଣ୍ଟୁ ସେଠୀ, ଅନିଲ କୁମାର ସ୍ୱାଇଁ, ବାଳକୃଷ୍ଣ ବିଷୋୟୀ ଓ ସୁବାଷ ଚନ୍ଦ୍ର ପାଢ଼ୀ।

ସେମାନଙ୍କ ନିକଟରୁ ଗୋଟିଏ ୯MM ଦେଶୀ ପିସ୍ତଲ, ଗୋଟିଏ ସିଙ୍ଗଲ ସଟ୍ ଦେଶୀ ପିସ୍ତଲ ଓ ୨ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି।ଭଞ୍ଜନଗର ଥାନା ମଳାସପଦର ଗାଁ ହନୁମାନ ମନ୍ଦିର ନିକଟରେ ବନ୍ଧୁକ ଦେଖାଇ ଯାତ୍ରୀମାନଙ୍କଠାରୁ ଦାଦାବଟି ଆଦାୟ କରୁଥିବା ଖବର ପୋଲିସ୍ ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। 

ଦୁଇଜଣଙ୍କୁ କାବୁ କରିବାକୁ ଯିବା ସମୟରେ ଅଭିଯୁକ୍ତମାନେ ପାଖରେ ଥିବା ଦେଶୀ ବନ୍ଧୁକ ବାହାର କରି ପୋଲିସ ଉପରକୁ ବନ୍ଧୁକ ଦେଖାଇଥିଲେ। ପୋଲିସ୍ ସେମାନଙ୍କୁ ଅତି କୌଶଳ କ୍ରମେ କାବୁ କରି ଥାନାକୁ ଆଣି ପଚରା ଉଚରା କରିବା ପରେ ସେମାନଙ୍କ ସହ ଆଉ ଦୁଇଜଣ ମଧ୍ୟ ଗ୍ୟାଙ୍ଗରେ ସାମିଲ ଥିବା ଜଣାପଡ଼ିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।