Cyber ​​fraud: ଆୟକର ରିଟର୍ଣ୍ଣରେ ବି ସାଇବର୍ ଠକେଇ: ଜାଲ୍ ୱେବ୍‌ସାଇଟ୍ ଲିଙ୍କ୍‌ରେ ଲୁଟି ନେଉଛନ୍ତି ଟଙ୍କା

Aug 10, 2026 - 04:13
Cyber ​​fraud: ଆୟକର ରିଟର୍ଣ୍ଣରେ ବି ସାଇବର୍ ଠକେଇ: ଜାଲ୍ ୱେବ୍‌ସାଇଟ୍ ଲିଙ୍କ୍‌ରେ ଲୁଟି ନେଉଛନ୍ତି ଟଙ୍କା

"କଟକ: କରଦାତାମାନେ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଦାଖଲ ସମୟରେ ସାଇବର ଅପରାଧୀମାନେ ଜାଲ୍ ୱେବ୍‌ସାଇଟ୍ ଏବଂ ହ୍ବାଟ୍‌ସଆପ୍‌ରେ ଏପିକେ ଫାଇଲ୍ ପଠାଇ ଜାଲରେ ଫସାଉଛନ୍ତି।

ଏହା ଜରିଆରେ କରଦାତାଙ୍କ ବ୍ୟାଙ୍କିଙ୍ଗ ୟୁଜର୍‌ନେମ୍ ଓ ପାସୱାର୍ଡ ଚୋରି କରିବା ସହିତ ମୋବାଇଲ୍‌ ଓ କମ୍ପ୍ୟୁଟର ହ୍ୟାକ୍ କରୁଛନ୍ତି।

ଆୟକର ରିଟର୍ଣ୍ଣ ନାଁରେ ସାଇବର୍ ଠକମାନେ ଆରମ୍ଭ କରିଥିବା କାରନାମା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ କରିଛି।

ଠକମାନେ ହ୍ୱାଟ୍‌ସଆପ୍‌ରେ ଆୟକର କାର୍ଯ୍ୟାଳୟର ଏକ ଜାଲ୍ ଚିଠି ପଠାଉଛନ୍ତି।

ଏହି ନୋଟିସ୍‌ଗୁଡ଼ିକରେ ସରକାରୀ ଲୋଗୋ ସହିତ ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖା, ଜାଲ୍ ରେଫରେନ୍ସ ନମ୍ବର ଏବଂ ଜଣେ ନକଲି ଆୟକର ଅଧିକାରୀଙ୍କ ଦସ୍ତଖତ ରହୁଛି।

ଏହି ହ୍ୱାଟ୍‌ସଆପ୍ ମେସେଜ୍‌ଗୁଡ଼ିକରେ ITD.zip ନାଁରେ ଏକ ଫାଇଲରେ ଆସୁଛି।

ଏହା କୌଣସି ଟିକସ ସମ୍ପର୍କିତ ଚିଠି ନୁହେଁ, ବରଂ ଏକ ଭାଇରସ୍।

ଯଦି ଆଣ୍ଡ୍ରଏଡ୍ ଫୋନ୍‌ରେ ଏହି ଜିପ୍ ଫାଇଲ୍ କେହି ଖୋଲୁଛନ୍ତି, ତେବେ ଏହା ଏକ କ୍ଷତିକାରକ "ଆପ୍"କୁ ମୋବାଇଲରେ ଇନଷ୍ଟଲ୍ କରିଦିଏ।

ଏହି "ଆପ୍" ଗୁପ୍ତରେ କରଦାତାଙ୍କ ଏସ୍ଏ‌ମ୍ଏ‌ସ୍‌ ଓ ବ୍ୟାଙ୍କିଙ୍ଗ ଓଟିପି ପଢ଼ିପାରେ।

ବ୍ୟାଙ୍କ ସମ୍ପର୍କିତ ଲଗ୍‌ଇନ୍, ପାସୱାର୍ଡ ବିବରଣୀ ଓ ଯୋଗାଯୋଗ ନମ୍ବର ଚୋରି କରିପାରେ।

ମୋବାଇଲ ସହିତ କମ୍ପ୍ୟୁଟର ଓ ଲାପ୍‌ଟପ୍ ବ୍ୟବହାରକାରୀଙ୍କୁ ମଧ୍ୟ ITD_Tax_Notice.exe ନାମକ ଏକ ଭାଇରସ୍ ଫାଇଲ୍ ପଠାଯାଉଛି।

ଆଣ୍ଟି-ଭାଇରସ୍ ଯାଞ୍ଚ ସମୟରେ ଯେଭଳି ଧରା ନ ପଡ଼ିବ ଏହାକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି।

ଅଫିସିଆଲ୍ ଆୟକର ପୋର୍ଟାଲ୍ ଭଳି ଦେଖାଯାଉଥିବା ନକଲି ୱେବ୍‌ସାଇଟ୍‌ ବି ପ୍ରସ୍ତୁତ ହୋଇଛି।

ଏହି ୱେବ୍‌ସାଇଟ୍‌ଗୁଡ଼ିକରେ ନକଲି ଜରିମାନା ନୋଟିସ୍ ଦେଖାଯାଏ।

ବ୍ୟବହାରକାରୀଙ୍କୁ ଡାଉନ୍‌ଲୋଡ୍‌ ବଟନ୍ ଉପରେ କ୍ଲିକ୍ କରିବାକୁ କୁହାଯାଏ, ଯାହା ପ୍ରକୃତରେ ଆପଣଙ୍କ କମ୍ପ୍ୟୁଟରରେ ଭାଇରସ୍ ଡାଉନଲୋଡ୍ କରିଦିଏ।

Advertisment Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ ସାଇବର୍ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଆୟକର ବିଭାଗ କେବେ ବି ହ୍ୱାଟ୍‌ସଆପ୍ କିମ୍ବା ଅନ୍ୟ କୌଣସି ମେସେଜିଂ ଆପ୍ ମାଧ୍ୟମରେ ଅଫିସିଆଲ୍ ନୋଟିସ୍, ଜରିମାନା ଆଦେଶ କିମ୍ବା ସମନ୍ ପଠାଏ ନାହିଁ।

କେବଳ ଇମେଲ୍ ଓ ଏସ୍‌ଏମ୍ଏ‌ସ୍‌ ମାଧ୍ୟମରେ ଯୋଗାଯୋଗ କରାଯାଏ।

ଅଜଣା ନମ୍ବର, ଅଜଣା ବିଜନେସ୍ ଆକାଉଣ୍ଟ କିମ୍ବା ହ୍ୱାଟ୍‌ସଆପ୍ ଗ୍ରୁପ୍‌ରେ ଆସୁଥିବା ଅଜଣା ଫାଇଲ୍‌ଗୁଡ଼ିକୁ ବିଶ୍ୱାସ କରିବା ଉଚିତ ନୁହେଁ।

ଅଫିସିଆଲ୍ ୱେବସାଇଟ୍ incometax.gov.in ବଦଳରେ .lol, .xin, .ink କିମ୍ବା .autos ଭଳି ଶେଷ ହେଉଥିବା ଡୋମେନ୍‌ ନେମ୍ ସମ୍ପୂର୍ଣ୍ଣ ନକଲି।

ଏଭଳି ଠକେଇରୁ ବର୍ତ୍ତିବା ପାଇଁ ଜାତୀୟ ସାଇବର ଅପରାଧ ହେଲ୍ପଲାଇନ୍ ନମ୍ବର ୧୯୩୦ କୁ କଲ୍ କିମ୍ବା ଅଫିସିଆଲ୍ ସାଇବର କ୍ରାଇମ୍ ପୋର୍ଟାଲ୍ cybercrime.gov.inରେ ଅଭିଯୋଗ ଦାଖଲ କରିବାକୁ ସାଇବର ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Jharkhand exam protest: ଝାଡ଼ଖଣ୍ଡ ପରୀକ୍ଷା ବିବାଦ: ଅନଶନରତ ଛାତ୍ରନେତାଙ୍କ ସ୍ବାସ୍ଥ୍ୟରେ ଅବନତି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media