Customer Service Centre Robbery: ରାତି ଅଧରେ ସଟର ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ, ଦୋକାନରୁ ଲାପଟପ୍ ସହ ଟଙ୍କା ଗାଏବ୍!
ଗ୍ରାହକ ସେବା କେନ୍ଦ୍ରରୁ ଚୋରି।
ବଲାଙ୍ଗୀର ପ୍ୟାଲେସ ଲାଇନ୍ NH-୨୬ରେ ଥିବା ଏକ ଦୋକାନରୁ ଚୋରି ହୋଇଛି।
ବିଳମ୍ବିତ ରାତିରେ ସଟର ଭାଙ୍ଗି ଲାପଟପ୍ ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ଆଜି ସକାଳୁ ଦୋକାନ ମାଲିକ ହିମାଂଶୁ ତ୍ରିପାଠୀ ଦୋକାନ ଖୋଲିବାକୁ ଆସିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।
Advertisment ଦୁର୍ବୃତ୍ତ ଚୋରିରେ ବ୍ୟବହାର କରିଥିବା ଏକ ଲୁହା ରଡ୍ ଘଟଣାସ୍ଥଳରେ ଛାଡ଼ି ଯାଇଛନ୍ତି।ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
ତେବେ ବଲାଙ୍ଗୀର ସହରରେ ଦିନକୁ ଦିନ ଚୋରି ମାମଲା ବଢୁଥିବା ଅଭିଯୋଗ କରି ଚୋରମାନଙ୍କ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ସହ ସହରରେ ପୋଲିସ ପେଟ୍ରୋଲିଂ ବଢ଼ାଇବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
