Criticism: କଥାଟିଏ-ଯାଯାବର: ପ୍ରଶଂସା ଓ ସମାଲୋଚନା
"ଯୁବରାଜ ସି˚ହାସନ ଆରୋହଣ କଲା ପରେ ସ୍ଥିର କଲେ ଯେ ସେ ଏମିତି ଶାସନ କରିବେ, ଯେମିତି ଲୋକେ ତାଙ୍କର ପ୍ରଶ˚ସାରେ ଶତମୁଖ ହେବେ।
ସେଥି ଲାଗି ସେ କିଛି ଯୋଜନା କଲେ ଏବଂ କାମରେ ଲାଗିଲେ।
ପ୍ରତି ଦିନ ଦରବାରରେ ତାଙ୍କୁ ବେଢ଼ି ରହିଥିବା ପାରିଷଦମାନେ ରାଜାଙ୍କୁ ତାଙ୍କ କାର୍ଯ୍ୟ ସକାଶେ ପ୍ରଶଂସାରେ ପୋତି ଦେବାକୁ ଲାଗିଲେ।
ରାଜା ଖୁବ୍ ଖୁସି ହେଲେ।
Advertisment Odisha police: ଚୋରି ଓ ହଜିଥିବା ୬୦ ମୋବାଇଲ ଉଦ୍ଧାର, ମାଲିକଙ୍କୁ ଫେରାଇଲା ପୁଲିସ ଥରେ ରାଜମାତା ଅର୍ଥାତ୍ ତାଙ୍କ ମାଆ କହିଲେ- ଆଜି ସ˚ଧୢାରେ ଛଦ୍ମ ବେଶରେ ଯାଇ ରାଜଧାନୀରେ ବୁଲି ଆସ।
ଶୁଣି ଆସ ଲୋକେ ତୁମ ବିଷୟରେ ତୁମ ପଛରେ କ"ଣ କହୁଛନ୍ତି!
ରାଜା ସେମିତି କଲେ।
ଗୋଟିଏ ଚଉତରାରେ ଦଳେ ଲୋକ କଥାବାର୍ତ୍ତା ହେଉଥିଲେ।
ରାଜା ସେମାନଙ୍କ କଥା ଶୁଣିବାକୁ ଚେଷ୍ଟା କଲେ।
କିନ୍ତୁ ସେମାନେ ରାଜାଙ୍କ ସମାଲୋଚନା କରୁଥିଲେ।
ତେଣୁ ରାଜା ବିରସ ମନରେ ଉଆସକୁ ଫେରିଲେ।
Health: ତାଳଚେରରେ ଆମ୍ବୁଲାନ୍ସ ସେବା; ଜୀବନ ବଞ୍ଚାଇବାକୁ ଦୌଡୁଥିବା ଗାଡ଼ି ନିଜେ ଅସୁରକ୍ଷିତ ତାଙ୍କୁ ଅସୁଖୀ ଦେଖି ରାଜମାତା ଜାଣି ପାରିଲେ ଯେ କ"ଣ ଘଟିଛି।
ସେ ରାଜାଙ୍କୁ କହିଲେ- ତୁମେ ଯଦି ସବୁ ଦିନ ଆଜି ଭଳି ଛଦ୍ମବେଶରେ ସବୁଠି ବୁଲାବୁଲି କରିବ, ରାଜ୍ୟର ଗରିବ ଅଞ୍ଚଳକୁ ଯିବ, ସାଧାରଣ ଲୋକଙ୍କ ସହିତ ମିଶିବ; ତେବେ ମୁଖ୍ୟତଃ ସମାଲୋଚନା ହିଁ ଶୁଣିବ।
କିନ୍ତୁ ସେଥିରେ ମନ ଖରାପ ନ କରି ସନ୍ତୁଷ୍ଟ ଚିତ୍ତରେ ଫେରିବ ଯେ ଯାହା ହେଉ ସୁଧାରିବା ଲାଗି କିଛି ସୁଯୋଗ ମିଳିଗଲା।
ତୁମେ ଯଦି େସହି ଆଧାରରେ କାର୍ଯ୍ୟ କରିବ, ତେବେ, ପ୍ରକୃତରେ ଜଣେ ଭଲ ରାଜା ବା ସୁଶାସକରେ ପରିଣତ ହୋଇପାରିବ।
ମନେ ରଖ ଯେ ଦରବାରରେ ତୁମେ କେବଳ ପ୍ରଶଂସା ଶୁଣିବ, ଯାହା ତୋଷାମଦିଆ।
ସମାଲୋଚନା ଶୁଣି ତଦନୁସାରେ କାର୍ଯ୍ୟ କଲେ ତୁମେ ଦରବାର ବାହାରେ, ସବୁଠି ପ୍ରଶଂସା ଶୁଣିବ, ଯାହା ଭଲ ରାଜା ହେବାର ପ୍ରମାଣ ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
