SCB Medical Center: ଏସ୍ସିବି ମେଡିକାଲର ନୂଆ ରେକର୍ଡ: ୨୭ରୁ ୨୦ ବିଭାଗୀୟ ମୁଖ୍ୟ ହେଉଛନ୍ତି ମହିଳା
"କଟକ: ଏସ୍ସିବି ମେଡିକାଲ କଲେଜ ଇତିହାସରେ ୨୭ଟି ବିଭାଗରୁ ୨୦ଟି ବିଭାଗରେ ବିଭାଗୀୟ ମୁଖ୍ୟ ଭାବେ ନେତୃତ୍ବ ନେଉଛନ୍ତି ମହିଳା ଡାକ୍ତର।
ଆଉ ଏକ ବିଭାଗରେ ଆସନ୍ତା ମାସରେ ଜଣେ ମହିଳା ବିଭାଗୀୟ ମୁଖ୍ୟ ହେବାକୁ ଯାଉଛନ୍ତି।
ଆସନ୍ତା ମାସରେ ମୋଟ ୨୧ ଜଣ ହେବେ ମହିଳା ବିଭାଗୀୟ ମୁଖ୍ୟ।
ମାତ୍ର ୬ ବିଭାଗରେ ବିଭାଗୀୟ ମୁଖିଆ ପୁୁରୁଷ ଡାକ୍ତର ରହିବେ।
ଏସ୍ସିବି ଇତିହାସରେ ସର୍ବାଧିକ ୫ରୁ ୧୦ ଜଣ ମହିଳା ଡାକ୍ତର ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ବରେ ବିଭିନ୍ନ ସମୟରେ ରହୁଥିଲେ।
କିନ୍ତୁ ଏତେ ସଂଖ୍ୟାରେ ମହିଳା ଡାକ୍ତର ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ଘଟଣା ପ୍ରଥମ ଥର ବୋଲି କୁହାଯାଉଛି।
ରାଜ୍ୟରେ ମୋଟ ୧୪ ସରକାରୀ ମେଡିକାଲ କଲେଜରୁ ଏସ୍ସିବି ରାଜ୍ୟର ଏକ ନମ୍ବର ଡାକ୍ତରଖାନା ଭାବେ ସ୍ଥାନ ପାଇଥିବା ବେଳେ ଏନ୍ଆଇଆର୍ଏଫ୍ ପକ୍ଷରୁ କରାଯାଇଥିବା ସର୍ଭେରେ ସର୍ବଭାରତୀୟ ସ୍ତରରେ ଏସ୍ସିବି ୧୫ ନମ୍ବର ସ୍ଥାନରେ ଓ ଭୁବନେଶ୍ବର ଏମ୍ସ ୧୬ ନମ୍ବରରେ ରହିଛି।
୨୦୨୫-୨୬ ଆର୍ଥିକ ବର୍ଷରେ ସାରା ଭାରତରେ ମୋଟ ୧୪୪ ରୢାଙ୍କରୁ ଏସ୍ସିବି ଏହି ରୢାଙ୍କ ପାଇଛି।
ସର୍ବଭାରତୀୟ ସ୍ତରରେ ଏସ୍ସିବି ୨୦୨୧ରେ ୫୦ ନମ୍ବର ରୢାଙ୍କ ଥିବା ବେଳେ ୨୦୨୨ରୁ ୨୦୨୫ ଯାଏଁ କୌଣସି ରୢାଙ୍କ ପାଇନଥିଲା।
ଏବେ ୧୫ ନମ୍ବର ସ୍ଥାନରେ ଥିବା ବେଳେ ୨୧ ବିଭାଗରେ ମହିଳାଙ୍କ ନେତୃତ୍ବ ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି।
Advertisment Dabur: ରାକ୍ଷୀ ପୂର୍ଣ୍ଣିମାରେ ଡାବର୍ର ଅଭିଯାନ ଏସ୍ସିବିର ଡିନ୍ ଏବଂ ପ୍ରିନ୍ସିପାଲ୍ ଜଣେ ମହିଳା ଡାକ୍ତର ହୋଇଥିବା ବେଳେ ଆନାଟୋମି ବିଭାଗ, ଫିଜିଓଲୋଜି, ବାୟୋକେମିଷ୍ଟ୍ରି, ଫାର୍ମାକୋଲୋଜି, ଫୋରେନ୍ସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି(ଏଫ୍ଏମ୍ଟି), ପାଥୋଲୋଜି, ମାଇକ୍ରୋବାୟୋଲୋଜି, ରେଡିଓଲୋଜି, ସର୍ଜରି, ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ, ଶିଶୁରୋଗ ବିଭାଗ, ହେମାଟୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ପିଏସ୍ଏମ୍ , ଚର୍ମରୋଗ ବିଭାଗ, ଚକ୍ଷୁରୋଗ ବିଭାଗ, କାନ, ନାକ ଓ ଗଳା ବିଭାଗ(ଇଏନ୍ଟି), ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍, ନିଶ୍ଚେତକ ବିଭାଗରେ ମହିଳା ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।
ଏବେ ଏସ୍ସିବିରେ ୨୦ ଜଣ ମହିଳା ପ୍ରଫେସର ବିଭାଗୀୟ ମୁଖ୍ୟ ଭାବେ ନେତୃତ୍ବ ଦେଉଥିବା ବେଳେ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ରେସପିରେଟୋରି ବିଭାଗରେ ଆଉ ଜଣେ ମହିଳା ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ବ ନେବାକୁ ଯାଉଛନ୍ତି।
ଅନ୍ୟପଟେ ମେଡିସିନ୍, ଅସ୍ଥିଶଲ୍ୟ, ନ୍ୟୁରୋସର୍ଜରି, ୟୁରୋଲୋଜି, ପ୍ଲାଷ୍ଟିକ୍ ସର୍ଜରି, ହେପାଟୋଲୋଜି ବିଭାଗରେ ୬ ଜଣ ପୁରୁଷ ଡାକ୍ତର ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ବରେ ଅଛନ୍ତି।
ପୂର୍ବରୁ ଏସ୍ସିବିରେ ମୁଖ୍ୟ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ମହିଳା ଡାକ୍ତର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।
ଅନ୍ୟ ବିଭାଗଗୁଡ଼ିକରେ ସାଧାରଣତଃ ପୁରୁଷଙ୍କ ପ୍ରାଧାନ୍ୟ ଥିଲା।
କିନ୍ତୁ ଏବେ ଏହି ଧାରା ଭାଙ୍ଗିବାକୁ ଯାଉଛି।
ସାରା ଭାରତରେ ଏସ୍ସିବିରେ ଏତେ ସଂଖ୍ୟାରେ ମହିଳା ଡାକ୍ତର ବିଭାଗୀୟ ମୁଖ୍ୟ ଭାବେ ମେଡିକାଲ କଲେଜରେ କାର୍ଯ୍ୟ କରିବା ବିରଳ ଉଦାହରଣ ସୃଷ୍ଟି କରିଛି।
Vedanta: ୨୨,୦୦୦ ପରିବାରକୁ ସୌରଶକ୍ତି ଆଲୋକ ପ୍ରଦାନ କରୁଛି ବେଦାନ୍ତର ପ୍ରକଳ୍ପ ଜ୍ୟୋତି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
