Ganja: ଖାକିରେ ‘ଗଞ୍ଜେଇ’ ଦାଗ: ୫ ବର୍ଷରେ ଜେଲ୍‌ ଗଲେଣି ୧୪

Aug 26, 2026 - 05:19
Ganja: ଖାକିରେ ‘ଗଞ୍ଜେଇ’ ଦାଗ: ୫ ବର୍ଷରେ ଜେଲ୍‌ ଗଲେଣି ୧୪

"ବଲାଙ୍ଗୀର: ଗଞ୍ଜେଇଗଡ଼ ବୌଦ୍ଧ।

ଗଞ୍ଜେଇ ଗଛ ଦମନ ହେଉକି ଚୋରାଚାଲାଣ; ରାଜ୍ୟରେ ବୌଦ୍ଧ ପୁଲିସ ପ୍ରଶଂସିତ ହେଉଛି।

କିନ୍ତୁ ବିଭାଗର ଅସାଧୁ କର୍ମଚାରୀଙ୍କ କାରନାମା ପାଇଁ ଖାକିରେ ଲାଗିଛି ଗଞ୍ଜେଇର କଳାଦାଗ।

ନିକଟରେ ଗଞ୍ଜେଇ କାରବାରକୁ ନେଇ ପୁଲିସ କର୍ମଚାରୀଙ୍କ ୩ଟି ଅଡିଓ କଲ୍‌ ଭାଇରାଲ୍‌ ହେବା ପରେ ଖାକି ପୋଷାକପିନ୍ଧା ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଛନକା ପଶିଛି।

ଗତ ୫ ବର୍ଷର ପରିସଂଖ୍ୟାନ ଖେଳାଇଲେ ପୁଲିସ ବାବୁ-କର୍ମଚାରୀ ଗଞ୍ଜେଇ କରିଡର୍‌ର ଜଣେ ଜଣେ ପୋଖତ କାର୍ପଟଦାର।

କିଏ ନିଲମ୍ବିତ ତ ପୁଣି କିଏ ଗିରଫ ହୋଇଛନ୍ତି।

ଏଥିରେ ଅଛନ୍ତି ଜଣେ ଫାଣ୍ଡି ଅଧିକାରୀ (ଏଏସ୍‌ଆଇ), ଆଇଆର୍‌ବିର ୩ ଯବାନ, ୬ କନେଷ୍ଟବଳ, ୨ ଜଣ ଡିଭିଏଫ୍‌ ଯବାନ ଓ ୨ ଗୃହରକ୍ଷୀ।

ଗଞ୍ଜେଇ ମାମଲାରେ ବାରମ୍ବାର ପୁଲିସର ସମ୍ପୃକ୍ତି ସାମନାକୁ ଆସୁଥିବାବେଳେ ଥାନାର ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ଓ "ସାହେବ" ହିଁ ନିଜେ ଏହି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା କଥା ପରଦା ପଛରେ ରହିଯାଇଛି।

୨୦ ଜାନୁଆରି ୨୦୨୩।

ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଓ ଦୁଇଜଣ କନେଷ୍ଟବଳ ନିଜ କ୍ୱାର୍ଟରରେ ୧୬ କେଜି ଗଞ୍ଜେଇ ରଖି ଧରାପଡ଼ିଥିଲେ।

୧ ନଭେମ୍ବର ୨୦୨୩ ଡିଭିଏଫ୍‌ ଯବାନ ହରିଶ୍ଚନ୍ଦ୍ର ସାହୁ ଗଞ୍ଜେଇ ବେପାରୀଙ୍କୁ ସୁରକ୍ଷା ଦେବା ପାଇଁ ବଘିଆପଡ଼ା ଫାଣ୍ଡି କ୍ୱାର୍ଟରରେ ୬ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଗିରଫ କରିଥିଲା।

୨୦୨୪ ଏପ୍ରିଲ ୭ରେ ଡିଭିଏଫ ଯବାନ ଡିଙ୍ଗର ମାଝୀ ୫୪ କେଜି ଗଞ୍ଜେଇ ସହ ଗିରଫ ହୋଇଥିଲେ।Advertisment Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ତଳିଆଙ୍କୁ ଜେଲ୍‌, "ସାହେବ"ଙ୍କୁ ଅନୁକମ୍ପାହେଉନି ଦୁର୍ନୀତିଗ୍ରସ୍ତଙ୍କ ସମ୍ପତ୍ତି ଯାଞ୍ଚ ସେହିପରି ୨୫ ମାର୍ଚ୍ଚ ୨୦୨୫ରେ ମନମୁଣ୍ଡା ଥାନାର ୩ ଜଣ ଆଇଆର୍‌ବି ଯବାନ ହାବିଲଦାର କୁନାର ସିଂ, କନେଷ୍ଟବଳ ତ୍ରିଲୋଚନ ରଣା ଓ କନେଷ୍ଟବଳ ନିଲମ ବାର୍ଲା ନିଜ ବ୍ୟାଗରେ ୧୫ କେଜି ଗଞ୍ଜେଇ ରଖି ଗିରଫ ହୋଇଥିଲେ।

୧୦ ଏପ୍ରିଲ ୨୦୨୫ରେ ହୋମଗାର୍ଡ ସମରୁ ସେଠୀ ମଧ୍ୟ ୧୦ କେଜି ଗଞ୍ଜେଇ ସହ ଧରାପଡ଼ି ଜେଲ୍ ଯାଇଥିଲେ।

ଗତ ଏପ୍ରିଲ ମାସରେ ରିଜର୍ଭ ପୁଲିସ କନେଷ୍ଟବଳ ନିଧି ସାହୁ ଗଞ୍ଜେଇ ସହ ଗିରଫ ହୋଇଥିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା।

ସେହି ମାସ ୯ ତାରିଖରେ ଛତିଶଗଡ଼ ପୁଲିସ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିବା ପାଇଁ କଣ୍ଟମାଳ ଥାନା ତିଳେଇମାଲ ଗାଁ"କୁ ଯାଇଥିବାବେଳେ ମାଫିଆଙ୍କୁ ସୁରକ୍ଷା ଦେଇ ପୁଲିସ ଉପରକୁ ଆକ୍ରମଣ କରିଥିଲେ ହୋମଗାର୍ଡ ଝସକେତନ ରଣା।

ଥାନାରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୁଲିସ।

ଗତ ଜୁଲାଇରେ ମନମୁଣ୍ଡା ଥାନା ସବୁଠାରୁ ବେଶୀ ବିବାଦୀୟ ହୋଇଥିଲା।

ଏଠାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କୁ ଗଞ୍ଜେଇ ମାମଲାରେ ସଂପୃକ୍ତି ନେଇ ନିଲମ୍ବିତ କରାଯାଇଛି।

କିଛି ମାସ ତଳେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପୁଲିସ ଏକ ମାଲବାହୀ କଣ୍ଟେନରରୁ ଗଞ୍ଜେଇ ଧରିଥିଲା।

Vedanta: ୨୨,୦୦୦ ପରିବାରକୁ ସୌରଶକ୍ତି ଆଲୋକ ପ୍ରଦାନ କରୁଛି ବେଦାନ୍ତର ପ୍ରକଳ୍ପ ଜ୍ୟୋତି ଗଞ୍ଜେଇ ଚାଲାଣକାରୀଙ୍କ ମୋବାଇଲ୍‌ ଯାଞ୍ଚବେଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧିକାରୀ ସସ୍ମିତା ମଗର ମାଫିଆଙ୍କୁ ସହଯୋଗ କରୁଥିବା ହ୍ବାଟସ୍‌ ଆପ୍‌ ଚାଟ୍‌ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ପାଇଥିଲା।

ଥାନା ଅଧିକାରୀଙ୍କ ବଦଳି ହୋଇଗଲା।

ପୁଲିସ ଡିଜିପିଙ୍କ କାନକୁ କଥା ଗଲା ପରେ ଶ୍ରୀମତୀ ମଗର ନିଲମ୍ବିତ ହୋଇଛନ୍ତି।

ଇଏ ହେଲା ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଓ ପୁଲିସ ମଧ୍ୟରେ ଥିବା ଅସାଧୁ ମେଣ୍ଟ ଓ କାରବାରର ଇତିହାସ।

ବିଡ଼ମ୍ବନା ହେଉଛି, ନିକଟରେ ଗଞ୍ଜେଇ ଗଛ ନଷ୍ଟ ଓ ଗଞ୍ଜେଇ କାରବାର ଉପରେ ରୋକ ଲଗାଇବାରେ ରେକର୍ଡ କରିଥିବାରୁ ବୌଦ୍ଧ ଏସ୍‌ପିଙ୍କ ସମେତ ୪ ଜଣ ପୁଲିସ ଅଧିକାରୀଙ୍କୁ ପୂର୍ବତନ ଡିଜିପି ୱାଇବି ଖୁରାନିଆ ସମ୍ମାନିତ କରିଥିଲେ।

କିନ୍ତୁ ବିଭାଗର ଏହି ଗୌରବକୁ ଧୂଳିସାତ କରିଛନ୍ତି ଟଙ୍କାଖିଆ ପୁଲିସ ବାବୁ ଓ କର୍ମଚାରୀ।

ପ୍ରଶ୍ନ ଉଠୁଛି, ଏମାନେ କେବଳ ମୋହରା ନା ଏମାନଙ୍କ ପଛରେ ଅଛନ୍ତି ବଡ଼ବଡ଼ିଆ ଅଧିକାରୀ?

ପୁଲିସ ବିଭାଗରେ ଥାଇ ଗଞ୍ଜେଇ ମାଫିଆ ଭଳି କାରବାର କରୁଥିବା ବାବୁଙ୍କ ବିରୋଧରେ ପୁଲିସ ମୁଖିଆ କିଭଳି କାର୍ଯ୍ୟାନୁଷ୍ଠାନ ନେବେ ତା" ଉପରେ ବୌଦ୍ଧ ଜିଲ୍ଲାବାସୀଙ୍କ ନଜର ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)