Crimes against women: ମହିଳା ବିରୋଧୀ ଅପରାଧ ଉପରମୁହାଁ, ୫ ମାସରେ ୧୫୦ ପାର୍
"ଭୁବନେଶ୍ବର: ମହିଳାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ବିଭିନ୍ନ ଯୋଜନା ଆଣୁଛନ୍ତି।
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ଦେବାଠୁ ଆରମ୍ଭ କରି ସେମାନଙ୍କ ବିରୋଧରେ ଘଟୁଥିବା ଲିଙ୍ଗଭିତ୍ତିକ ହିଂସା ଏବଂ ଯୌନ ଅପରାଧ ଉପରେ ଲଗାମ୍ ଦେବାକୁ ସରକାର କଠୋର ଆଇନ ମଧ୍ୟ ପ୍ରଣୟନ କରିଛନ୍ତି।
ମାତ୍ର ମହିଳା ବିରୋଧୀ ଅପରାଧ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି।
କମିସନରେଟ୍ ପୁଲିସ୍ର ଭୁବନେଶ୍ବର ୟୁପିଡିରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ପ୍ରାୟ ୧୫୦ରୁ ଅଧିକ ମହିଳା ଅପରାଧର ଶିକାର ହୋଇଥିବା ମାମଲା ରୁଜୁ ହୋଇଛି।
ଉଦ୍ବେଗର ବିଷୟ ହେଉଛି, ଏଥିମଧ୍ୟରୁ ୨୦ଟି ଦୁଷ୍କର୍ମ ମାମଲା ଥିବା ବେଳେ ୩ଟି ଗଣଦୁଷ୍କର୍ମ ଭଳି ସଙ୍ଗିନ ଅପରାଧ ରହିଛି।
କେବଳ ଏତିକି ନୁହେଁ, ୪୧ଜଣ ମହିଳାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଓ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଇଥିବା ମାମଲା ରୁଜୁ ହୋଇଛି।Advertisment Symbol of world peace: ଓଡ଼ିଶାରେ ଜନ୍ମିତ ଆଲୋକ ପାଲଟିଛି ବିଶ୍ବଶାନ୍ତିର ପ୍ରତୀକ ଅପରପକ୍ଷେ ମହିଳାଙ୍କୁ ଆକ୍ରମଣ ଓ ଅନ୍ୟାନ୍ୟ ଅପରାଧ ଭିଆଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି।
ଭୁବନେଶ୍ବରର ବିଭିନ୍ନ ଥାନା ପକ୍ଷରୁ ପ୍ରାୟ ୮୦ଜଣ ଅଭିଯୁକ୍ତଙ୍କୁ ମହିଳାଙ୍କ ବିରୋଧରେ ହିଂସା ଘଟାଇବା, ପ୍ରାଣାନ୍ତକ ଆକ୍ରମଣ କରିବା, ଯୌନ ନିର୍ଯାତନା ଦେବା, ଉଦ୍ଦେଶ୍ୟମୂଳକ ଭାବେ ପିଛା କରିବା, ଅଶ୍ଳୀଳ ଇଙ୍ଗିତ କରିବା ଭଳି ଅଭିଯୋଗରେ ପୁଲିସ ଗିରଫ କରିଛି।
ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ ଗତ ମାର୍ଚ୍ଚ ମାସରେ ପଶ୍ଚିମବଙ୍ଗର ଜଣେ ମହିଳା ଚନ୍ଦକାରେ ରହୁଥିବା ତାଙ୍କ ସ୍ବାମୀଙ୍କ ପାଖକୁ ଆସିଥିଲେ।
କୌଣସି କାରଣକୁ କେନ୍ଦ୍ରକରି ଦମ୍ପତିଙ୍କ ମଧ୍ୟରେ କଳହ ହେବାରୁ ମହିଳା ଜଣକ ଘର ଛାଡ଼ି ଚାଲିଆସିଥିଲେ।
ଅଧାରାସ୍ତାରେ ତାଙ୍କ ସ୍ବାମୀଙ୍କ ପଡ଼ୋଶୀ ତଥା ଆମ୍ବୁଲାନ୍ସ ଚାଳକ ନାରାୟଣ ସାହୁ ଦେଖା ହେବାରୁ ମହିଳା ତାଙ୍କୁ ଷ୍ଟେସନ୍ରେ ଛାଡ଼ିଦେବାକୁ କହିଥିଲେ।
ଷ୍ଟେସନ୍ରେ ଛାଡ଼ିବା ପରିବର୍ତ୍ତେ ନାରାୟଣ ତାଙ୍କୁ ରଣସିଂହପୁର ଅଞ୍ଚଳକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ।
ଏହା ପରେ ତାଙ୍କର ଅନ୍ୟ ଜଣେ ବନ୍ଧୁ ବିଚିତ୍ର ସାହୁଙ୍କୁ ମଧ୍ୟ ସେଠାକୁ ଡାକିଥିଲେ।
ପରେ ୨ଜଣ ମିଶି ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ।
Know Brain: ବ୍ରେନ୍ ଟ୍ୟୁମର୍କୁ ଚିହ୍ନନ୍ତୁ, ନିରୋଗ ରହନ୍ତୁ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ଘଟଣାରେ ଇଂଜିନିୟରିଂ ଛାତ୍ରୀଙ୍କ ପୁରୁଷ ବନ୍ଧୁ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ପ୍ରଥମେ ବ୍ଲାକମେଲିଂ କରିଥିଲେ।
ଏହା ପରେ ରୁମ୍କୁ ଭୋଜି କରିବାକୁ ଡାକି ଛାତ୍ରୀଙ୍କ ଖାଦ୍ୟରେ ନିଶା ମିଶାଇ ସେ ଓ ତାଙ୍କର ଅନ୍ୟ ୩ଜଣ ବନ୍ଧୁ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।
ଏହି ଘଟଣାରେ ଇନ୍ଫୋଭ୍ୟାଲି ଥାନା ପୁଲିସ ଶୁଭଙ୍କର ପାଢ଼ୀ, ରଞ୍ଜନ ବେହେରା, ରଶ୍ମିରଞ୍ଜନ ତରାଇ ଓ ସିପୁନ ବେହେରାକୁ ଗିରଫ କରିଥିଲା।
ନିଜକୁ ବଞ୍ଚାଇଛନ୍ତି ୨୧ ମହିଳା ପ୍ରଥମେ ସାମାଜିକ ଗଣମାଧ୍ୟମରେ ହାଏ ହେଲୋ।
ତା" ପରେ ବନ୍ଧୁତ୍ବ ବାନ୍ଧିବା ଆଳରେ ଦୁଷ୍କର୍ମ।
ଏହି ଭଳି ଘଟଣା ରାଜଧାନୀରେ ରୀତିମତ ଦେଖିବାକୁ ମିଳୁଥିବା ବେଳେ କିଛି ମହିଳା ଉପସ୍ଥିତ ବୁଦ୍ଧି ଖଟାଇ ଦୁଷ୍କର୍ମରୁ ବଞ୍ଚିଯାଇଛନ୍ତି।
ଭୁବନେଶ୍ବର ୟୁପିଡିରୁ ମିଳିଥିବା ତଥ୍ୟ ଅନୁସାରେ, କିଛି ଯୌନ ପିପାସୁ ପ୍ରଥମେ ସାମାଜିକ ଗଣମାଧ୍ୟମରେ ବନ୍ଧୁତ୍ବ ବାନ୍ଧିବା ଆଳରେ ମେସେଜ୍ କରି ସମ୍ପର୍କ ଆଗକୁ ବଢ଼ାଇଥିଲା।
ପରବର୍ତ୍ତୀ ମୁହୂର୍ତ୍ତରେ ବିଭିନ୍ନ ବାହାନା ଦେଖାଇ ଅଭିଯୁକ୍ତମାନେ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କଲାବେଳେ ପୀଡ଼ିତା ଖସି ଆସିଛନ୍ତି।
ଏପରିକି ନକଲି ଏଆଇ ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲିଂ କରିବାରୁ ପ୍ରାୟ ୨୧ଜଣ ପୀଡ଼ିତା ଥାନାରେ ଦ୍ବାରସ୍ଥ ହେବା ପରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇଟି ଆକ୍ଟ-୬୭ ଲଗାଇ ଗିରଫ କରିଛି।
ଆକାଉଣ୍ଟ ଖୋଳତାଡ଼ କରୁଛି ପୁଲିସ ପିପିଲି ଥାନା ଅଧୀନ ଗୁଡ଼ିଆପୋଖରୀସ୍ଥିତ ଏକ ହୋଟେଲରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାକୁ ଆଧାର କରି ଧଉଳି ପୁଲିସ ସଂପୃକ୍ତ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦଫାସ କରିବା ନେଇ ଖିଅ ଖୋଜୁଛି।।
ଧଉଳି ପୁଲିସ ଦୁଷ୍କର୍ମ ଅଭିଯୁକ୍ତ ଯାଜପୁରର ଜିତୁ ଓରଫ ହିମାଂଶୁ ସାମଲ ଏବଂ ପୀଡ଼ିତାଙ୍କ ମୋବାଇଲ ଫୋନ ସିଡିଆର୍ ଯାଞ୍ଚ ଚଳାଇଛି।
ସେହିପରି ଉଭୟ ଜିତୁ ଓ ପୀଡ଼ିତାଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାରକାର୍ଡ଼ ଯାଞ୍ଚ କରୁଛି।
ଧଉଳି ମାମଲା ସହିତ ଅନ୍ୟ କୌଣସି ସାଇବର ଠକେଇ ଘଟଣାର ଲିଙ୍କ୍ ଅଛି କି ନାହିଁ ସେନେଇ ପୁଲିସ ବ୍ୟାଙ୍କ ଶାଖାକୁ ଯାଇ ଷ୍ଟେଟମେଣ୍ଟ ମଗାଇଛି।
ଜିତୁର କେଉଁ କେଉଁ ବ୍ୟାଙ୍କରେ ଆକାଉଣ୍ଟ ରହିଛି ସେନେଇ ତଥ୍ୟ ସଂଗ୍ରହ କରିଛି।
ପୀଡ଼ିତାଙ୍କ ଆକାଉଣ୍ଟକୁ ଯେଉଁ ଆକାଉଣ୍ଟରୁ ଟଙ୍କା ଆସିଥିଲା ତାହା ଜିତୁର କି ଅନ୍ୟ କୌଣସି ସାଇବର ଠକ ଗ୍ୟାଙ୍ଗର ସେଦିଗରେ ପୁଲିସ ତଦନ୍ତ କରି ଆକାଉଣ୍ଟ ହୋଲଡରଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛି।
ଆକାଉଣ୍ଟ ନମ୍ବର ଖୋଳତାଡ଼ କରାଯିବା ଦ୍ବାରା ଅନ୍ୟ କେହି ସାଇବର ଠକେଇର ଶିକାର ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହଛି।
ଏହା ସହିତ ପୁଲିସ ସାଇବର ଥାନାର ଏକ୍ସପର୍ଟଙ୍କ ସହ ଯୋଗାଯାଗ କରିଛି।
ତଦନ୍ତ ପ୍ରକ୍ରିୟା ଆଧାରରେ ଦରକାର ପଡ଼ିଲେ ପୁଲିସ ଜିତୁକୁ ରିମାଣ୍ଡରେ ଆଣିବା ନେଇ କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯାଜପୁର ବଡ଼ଚଣା ଥାନା କୂଳହରିପୁର ଗ୍ରାମର ଜିତୁ ସାଇବର ମାମଲାରେ ଫସାଇ ଜଣେ ଯୁବତୀଙ୍କୁ ପିପିଲି ଥାନା ଗୁଡ଼ିଆପୋଖରୀ ଅଞ୍ଚଳରେ ଥିବା ଏକ ହୋଟେଲକୁ ନେଇ ଦୁଷ୍କର୍ମ କରିଥିଲା।
ଚାକିରି ଦେବାକୁ ଡାକି ଯୁବତୀଙ୍କୁ ଗଣଦୁଷ୍କର୍ମ ରାଜଧାନୀରେ ପୁଣି ଲଜ୍ଜା।
ଗୋଟେ ଗଣଦୁଷ୍କର୍ମ ଘଟଣାକୁ ମାସେ ବିତି ନଥିବା ବେଳେ ପୁଣି ଆଉ ଏକ ଗଣଦୁଷ୍କର୍ମ ସାମନାକୁ ଆସିଛି।
ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରାସ୍ଥିତ ଡିକ୍ୟୁ ୟୁନିସେକ୍ସ ପାର୍ଲରରେ ଜଣେ ଯୁବତୀଙ୍କୁ ଚାକିରି ଦେବାକୁ ଡାକି ମାଲିକ ଓ କର୍ମଚାରୀ ଦୁଷ୍କର୍ମ କରିଛନ୍ତି।
ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ପାର୍ଲର ମାଲିକ ରବୀନ୍ଦ୍ର ମହାନ୍ତି ଓ କର୍ମଚାରୀ ସନ୍ତୋଷ ବାରିକଙ୍କୁ ଗିରଫ କରିଛି।
ପୁଲିସ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରିବା ସହିତ ବୟାନ ରେକର୍ଡ କରିଛି।
ପାର୍ଲରରୁ ପୁଲିସ ଆପତ୍ତିଜନକ ସାମଗ୍ରୀ ଓ ସିସି କ୍ୟାମେରା ଜବତ କରିବା ସହ ଏହାକୁ ସିଲ୍ କରିଛି।
ସେହିଭଳି ପାର୍ଲରରୁ ସାଇଣ୍ଟିଫିକ୍ ଟିମ୍ ନମୁନା ସଂଗ୍ରହ କରିଛି।
ଅପରପଟେ ଯୁବତୀଙ୍କୁ ପାର୍ଲର ମାଲିକଙ୍କ ନିକଟକୁ ଚାକିରି ପାଇଁ ପଠାଇଥିବା ଦଲାଲ୍ ଫେରାର୍ ଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି।ପୁଲିସ ସୂଚନା ଅନୁସାରେ, ଗତ ମେ ମାସରେ ଯୁବତୀ ଜଣକ କାମ ଅନ୍ବେଷଣରେ ଭୁବନେଶ୍ବର ଆସିଥିଲେ।
ଏଠାରେ ସେ ଗତ ସପ୍ତାହରେ ଖଣ୍ଡଗିରିରେ ଜଣେ ଯୁବକଙ୍କୁ ଭେଟିଥିଲେ।
ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଯୁବତୀ ତାଙ୍କୁ କୌଣସି କାମ ଯୋଗାଡ଼ କରିବାକୁ କହିଥିଲେ।
ପରେ ଯୁବକ ତାଙ୍କୁ ଡିକ୍ୟୁ ପାର୍ଲରର ମାଲିକ ରବୀନ୍ଦ୍ରଙ୍କ ଯୋଗାଯୋଗ ନମ୍ବର ଦେଇ କଥା ହେବାକୁ କହିଥିଲେ।
ସେହି ଅନୁସାରେ ଯୁବତୀ ପାର୍ଲର ନିକଟକୁ ଯାଇ ଯୁବକ ପଠାଇଥିବା ପରିଚୟ ଦେଇ ରବୀନ୍ଦ୍ରଙ୍କୁ ଭେଟିଥିଲେ।
ପରେ ରବୀନ୍ଦ୍ର ୮ତାରିଖ ଅର୍ଥାତ୍ ସୋମବାର କାମ କରିବାକୁ ପାର୍ଲରକୁ ଡାକିଥିଲେ।
ଗତକାଲି ଯୁବତୀ ପାର୍ଲରକୁ ଆସିବା ପରେ ରବୀନ୍ଦ୍ର ଓ ତାଙ୍କ କର୍ମଚାରୀ ସନ୍ତୋଷ ତାଙ୍କୁ ପାର୍ଲରରେ ନୀତି ନିୟମ ଓ କାମ କରିବା ଶିଖାଇବା ଆଳରେ କହି ଭିତର ରୁମ୍କୁ ନେଇଥିଲେ।
ଏହା ପରେ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିଲେ।
କାମ କରିବାକୁ ହେଲେ ଏଠାକୁ ଆସୁଥିବା ଗ୍ରାହକଙ୍କୁ ନିୟମିତ ଏହିଭଳି ଖୁସି କରିବାକୁ ପଡ଼ିବ ବୋଲି ମାଲିକ ତାଙ୍କୁ କହିଥିଲେ।
ଯୁବତୀ କୌଣସି ମତେ ସେଠାରୁ ଖସିଆସିବା ପରେ ଖଣ୍ଡଗିରି ଥାନାରେ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ।
ପରେ ପୁଲିସ ରବୀନ୍ଦ୍ରକୁ ତାଙ୍କ ଜାଗମରାସ୍ଥିତ ଘରୁ ଓ ସନ୍ତୋଷକୁ ପାର୍ଲରରୁ ଗିରଫ କରିଥିଲା।
ଅପରପଟେ ପୁଲିସ ଉଭୟ ମାଲିକ ଓ କର୍ମଚାରୀଙ୍କ ମୋବାଇଲ୍ ସିଜ୍ କରି ଫୋରେନ୍ସିକ ଲ୍ୟାବ୍କୁ ପଠାଇଛି।
ରବୀନ୍ଦ୍ର ଓ ସହକର୍ମୀ କେତେ ଦିନ ହେବ ଏଠାରେ ପାର୍ଲର ଆଳରେ ଏହି ଅନୈତିକ କାରବାର କରୁଥିଲେ ଏବଂ ଆଉ କାହାକୁ ଚାକିରି ଦେବାକୁ କହି ଦୁଷ୍କର୍ମ କରିଛନ୍ତି ତା"ର ତନାଘନା କରୁଛି।"