Cricket: ନିଜ ଜନ୍ମଦିନ ପୂର୍ବରୁ ଆଗୁଆ ଧମାକା କଲେ ବିରାଟ; ଆକଲାଣ୍ଡରେ ଦର୍ଶକଙ୍କ ଦୃଦୟ ଜିତିଲେ କୋହଲି

Nov 04, 2026 - 16:08
Cricket: ନିଜ ଜନ୍ମଦିନ ପୂର୍ବରୁ ଆଗୁଆ ଧମାକା କଲେ ବିରାଟ; ଆକଲାଣ୍ଡରେ ଦର୍ଶକଙ୍କ ଦୃଦୟ ଜିତିଲେ କୋହଲି

ଆକଲାଣ୍ଡ: ଆକଲାଣ୍ଡର ଇଡେନ୍‌ ପାର୍କରେ ଟିମ୍‌ ଇଣ୍ଡିଆ ବୁଧବାର ନ୍ୟୁଜିଲାଣ୍ଡକୁ ୫ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ପରାସ୍ତ କରିଛି।

୫ୱିକେଟ୍‌ରେ ଜିତିଥିବା ଭାରତୀୟ ଟିମ୍‌ର ନାୟକ ସାଜିଛନ୍ତି ବିରାଟ କୋହଲି ।

କିଙ୍ଗ କୋହଲି ନିଜର ଜନ୍ମଦିନ ପୂର୍ବରୁ ୮୦ତମ ଅର୍ଦ୍ଧଶତକ ଏଠାରେ ହାସଲ କରିଛନ୍ତି।

Advertisment ଭାରତ ୧୮୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ବେଳେ ବିସ୍ଫୋରକ ବ୍ୟାଟର ବିରାଟ କୋହଲି ୧୪୫.୩୮ ଷ୍ଟ୍ରାଇକ୍‌ରେ ୭୪ ରନ୍‌ ସଂଗ୍ରହ କରିଛନ୍ତି।

ସେ ୫୧ଟି ବଲ୍‌ ଖେଳି ୧୩ଟି ଚୌକା ଏବଂ ଗୋଟିଏ ଛକା ମାରି ଦର୍ଶକଙ୍କୁ ଜନ୍ମଦିନର ଆଗୁଆ ଉପହାର ଦେଇଛନ୍ତି।

ଦର୍ଶକମାନେ ମଧ୍ୟ ବିରାଟ କୋହଲିଙ୍କର ଏହି ଚମତ୍କାର ପ୍ରଦର୍ଶନରେ ଖୁସି ଅନୁଭବ କରିଛନ୍ତି।

ଦଳୀୟ ସ୍କୋର୍‌ ୧୦.୫ ଓଭରରେ ୫୪/୧ ଥିଲା ବେଳେ ବର୍ଷା ହୋଇଥିଲା।

ମ୍ୟାଚ୍‌ ୧ ଘଣ୍ଟା ବନ୍ଦ ହେବା ପରେ ଭାରତ ସମ୍ମୁଖରେ ପରବର୍ତ୍ତୀତ ବିଜୟ ଲକ୍ଷ୍ୟ ୪୦ ଓଭରରେ ୧୬୭ ରନ୍‌ ରହିଥିଲା।

ଏହାପରେ ଆଉ ୨ ଓଭର ଖେଳାଯାଇଛି ପୁଣି ବର୍ଷା ହେବାରୁ ମ୍ୟାଚ୍‌ ଅଧଘଣ୍ଟା ସ୍ଥଗିତ ରହିଥିଲା।

ଏହା ପରେ ଭାରତକୁ ନୂଆ ବିଜୟ ଲକ୍ଷ୍ୟ ୩୨ ଓଭରରେ ୧୪୩ ରନ୍‌ ମିଳିଥିଲା।

ବର୍ଷା ବାଧିତ ମ୍ୟାଚ୍‌କୁ ଭାରତୀୟ ଟିମ୍‌କୁ ଡିଏଲ୍‌ଏସ୍‌ ନିୟମ ଅନୁସାରେ ୧୪୩ ରନ୍‌ର ଟାର୍ଗେଟ ମିଳିଥିଲା।

ଭାରତୀୟ ଟିମ୍‌ ଏହାକୁ ୫୬ଟି ବଲ୍‌ ବାକି ଥାଇ ୨୨.୪ ଓଭରରେ ହାସଲ କରିଥିଲା।

ଶୃଙ୍ଖଳାର ଆଗାମୀ ମ୍ୟାଚ୍‌ ନଭେମ୍ବର ୭ରେ ୱେଲିଂଟନରେ ଖେଳାଯିବ।

ସୂଚନାଯୋଗ୍ୟ ବିରାଟ କ‌ୋହଲିଙ୍କ ଜନ୍ମଦିନ ହେଉଛି ନଭେମ୍ବର ୫ ତାରିଖ।

Virat Kohli: ବିରାଟ କୋହଲି ମାରିଲେ ୮୩ତମ ଅନ୍ତର୍ଜାତୀୟ ଶତକ, ଉତ୍ସବମୁଖର ପାଲଟିଲା ରାଞ୍ଚି ଷ୍ଟାଡିୟମ ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ ୪୨.୨ ଓଭରରେ ୧୮୫ (ଟିମ୍‌ ସେଫର୍ଟ ୩୮, ବ୍ଲେୟର ଟିକ୍‌ନର ୩୪, ଗ୍ଲେନ୍‌ ଫିଲିପ୍ସ ୩୦, ଅର୍ଶଦୀପ ସିଂହ ୪/୭୦, ଗୁରନୂର ବ୍ରାର ୩/୪୪, ଅଂଶୁଲ କମ୍ବୋଜ ୨/୨୨)।

ଭାରତ ୨୨.୪ ଓଭରରେ ୧୪୩/୫ (ବିରାଟ କୋହଲି ୭୪ , ଶୁବମନ ଗିଲ୍‌ ୩୭, ଜାକବ ଡଫି ୩/୪୯, ନାଥନ ସ୍ମିଥ୍‌ ୧/୨୧, କାଇଲ ଜାମିସନ ୧/୩୪ )।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)