ବଳିତାରେ ନେଲ୍ ପଲିସ୍ ଲଗାଇଲେ ଜଳିବ ଦୀପ? ନା ଡାକିଆଣିବ ବିପଦ!
ନୂଆଦିଲ୍ଲୀ: ଦୀପାବଳି ଆସିଲେ ଘରେ ଘରେ ଜଳେ ଦୀପ, ଆଲୋକରେ ଝଲସିଉଠେ ଘର ଅଗଣା ।
ହେଲେ ଦୀପ ଜଳାଇବାର ଖୁସି ଭିତରେ ଯଦି ବାରମ୍ବାର ଲିଭିଯାଏ ଦୀପ, ତେବେ ବିରକ୍ତି ଲାଗିବା ସ୍ୱାଭାବିକ ।
କେତେବେଳେ ପବନର ଝଟକା ତ ଆଉ କେତେବେଳେ ବଳିତାର ସମସ୍ୟା ପାଇଁ ଲିଭିଯାଏ ଦୀପ ।
ଆଉ ତାକୁ ପୁଣି ଜଳାଇବାରେ ଯାଏ ସମୟ ।
ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଟିପ୍ସ, ଯାହାକୁ ଆପଣାଇଲେ ତେଲ ସରିବା ଯାଏଁ ଜଳିବ ଦୀପ ।
ହେଲେ ଏହି ଟିପ୍ସ ଆପଣଙ୍କୁ କେତେ ସୁରକ୍ଷା ଦେବ, ଆଉ କେତେ ବିପଦ ଡାକିଆଣିବ, ଜାଣିବା ନିହାତି ଜରୁରୀ ।
ଦୀପାବଳିରେ ଦୀପକୁ ଦୀର୍ଘ ସମୟ ଜଳାଇ ରଖିବା ପାଇଁ ଏକ ଟିପ୍ସ ଭାଇରାଲ୍ ହେଉଛି ।
ଏଥିପାଇଁ ପ୍ରଥମେ ମାଟି ଦୀପରେ ରଖନ୍ତୁ ତୁଳା ବଳିତା ।
ଆବଶ୍ୟକ ଅନୁସାରେ ଦୀପରେ ତେଲ ଭରନ୍ତୁ ।
ଏହାପରେ ବଳିତାର ଉପର ଅଂଶରେ ନେଲ୍ ପଲିସ୍ ଲଗାଇବାକୁ କୁହାଯାଉଛି ।
ଦାବି ଅନୁସାରେ ଏହାଦ୍ୱାରା ଦୀପ ଦୀର୍ଘ ସମୟ ଜଳିବ ।
ହେଲେ ଏହି ଟିପ୍ସକୁ ଆଖି ବୁଜି ବିଶ୍ୱାସ କରିବା ଆଦୌ ଠିକ୍ ନୁହେଁ ।
Advertisment Death: ମୃତ୍ୟୁ ପୂର୍ବରୁ ଭିଡିଓ କରି ପତ୍ନୀ ଓ ଶ୍ୱଶୁର ଘର ଲୋକଙ୍କ ଉପରେ ଆଣିଲେ ନିର୍ଯାତନା ଅଭିଯୋଗ, ଆଖି ବୁଜିଲେ ବିଜେପି ନେତାଙ୍କ ପୁଅ ନେଲ୍ ପଲିସ୍ରେ ଥିବା କିଛି ରାସାୟନିକ ପଦାର୍ଥ ଜ୍ୱଳନଶୀଳ ହୋଇପାରେ ।
ତେଣୁ ଜଳୁଥିବା ଦୀପର ବଳିତାରେ ନେଲ୍ ପଲିସ୍ ଲଗାଇବା ଏକ ସୁରକ୍ଷିତ ଉପାୟ ନୁହେଁ ।
ଏହାଦ୍ୱାରା ଅଗ୍ନିକାଣ୍ଡର ଆଶଙ୍କା ବଢ଼ିପାରେ ।
ତେଣୁ ଦୀପକୁ ଦୀର୍ଘ ସମୟ ଜଳାଇ ରଖିବା ପାଇଁ ନେଲ୍ ପଲିସ୍ର ବ୍ୟବହାର କରନ୍ତୁ ନାହିଁ ।
ଦୀପକୁ ଦୀର୍ଘ ସମୟ ଜଳାଇ ରଖିବା ପାଇଁ ବଳିତାର ଆକାର ଠିକ୍ ରଖନ୍ତୁ ।
ଅତି ଲମ୍ବା ବଳିତା ଶୀଘ୍ର ଜଳିପାରେ ।
ଦୀପକୁ ସମତଳ ଓ ସ୍ଥିର ସ୍ଥାନରେ ରଖନ୍ତୁ ।
ପବନରୁ ସୁରକ୍ଷା ପାଇଁ ଦୀପ ଚାରିପଟେ ଉପଯୁକ୍ତ ଜାଲି ବା ଆବରଣ ରଖିପାରିବେ ।
ହେଲେ ଜଳୁଥିବା ଦୀପକୁ କେବେ ବି ପରଦା, କପଡ଼ା ବା କାଗଜ ପାଖରେ ରଖନ୍ତୁ ନାହିଁ ।
ଆଉ ରାତିସାରା ଦୀପ ଜଳାଇ ରଖିବା ବଦଳରେ ଏହା ଉପରେ ନଜର ରଖନ୍ତୁ ।
ଦୀପାବଳିର ଆଲୋକ ଘରକୁ ଖୁସି ଆଣୁ, ବିପଦ ନୁହେଁ ।
ତେଣୁ ଭାଇରାଲ୍ ଟିପ୍ସ ଆପଣାଇବା ପୂର୍ବରୁ ସୁରକ୍ଷାକୁ ଦିଅନ୍ତୁ ପ୍ରଥମ ପ୍ରାଥମିକତା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
