Dr Ashok Mahapatra: ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର, ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ

Nov 04, 2026 - 15:36
Dr Ashok Mahapatra: ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର, ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ

ପୁରୀ : ପଞ୍ଚଭୂତରେ ବିଲୀନ ହେଲା ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ମର ଶରୀର।

ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେଲା ଶେଷକୃତ୍ୟ ।ଶ୍ରୀ ମହାପାତ୍ରଙ୍କ ଝିଅ ଶୁଭଶ୍ରୀ ମହାପାତ୍ର ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ସହ ପୁତୁରା ଶୁଭାଶିଷ ମହାପାତ୍ର ଶ୍ରାଦ୍ଧ କର୍ମ କରିଥିଲେ ।ପରିବାର ବର୍ଗ ଓ ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ତାଙ୍କର ଦାହ ସଂସ୍କାର କରାଯାଇଛି ।

Advertisment ସ୍ୱର୍ଗଦ୍ୱାରର ୨୮ ନମ୍ୱର୍ ପିଣ୍ଡିରେ ତାଙ୍କ ଦାହ ସଂସ୍କାର ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଥିଲା।

ସ୍ୱର୍ଗଦ୍ୱାର ଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ତାଙ୍କ ପୁତୁରା ଶୁଭାଶିଷ ଓ ଝିଆରୀ ଶୁଭଶ୍ରୀ ତାଙ୍କୁ ମୁଖାଗ୍ନି ଦେଇଥିଲେ।

ପରିବାରଙ୍କ ମଧ୍ୟରେ ତାଙ୍କ ଭଉଣୀ,ପୁତୁରା,ପୁତୁରା ବୋହୂ,ଭାଇମାନେ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ରାଜକିଶୋର ଜେନାଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ ସେଠୀ, କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଅପରାହ୍ନ ୧ ଟା ୧୫ ମିନିଟ୍ ରେ ମୁଖାଗ୍ନି ଦିଆଯାଇଥିଲା ପୁରୀ ସାଂସଦ ସମ୍ବିତ ପାତ୍ର, ପୁରୀର ପୂର୍ବତନ ବିଧାୟକ ତଥା ଡାକ୍ତର ଅଶୋକ ମହାପାତ୍ରଙ୍କ ସମ୍ପର୍କୀୟ ଭାଇ ଜୟନ୍ତ ଷଡ଼ଙ୍ଗୀ,ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଶ୍ରୀ ମହାପାତ୍ରଙ୍କ ମର ଶରୀର ଭୁବନେଶ୍ୱରରୁ ଆସିବାପରେ ତାଙ୍କ ଗ୍ରାମକୁ ଯାଇଥିଲା ।ସେଠାରେ ତାଙ୍କ ସହପାଠୀ, ଗ୍ରାମବାସୀ ଓ କୁଟୁମ୍ବ ବର୍ଗ ଶେଷ ଦର୍ଶନ କରିବା ପରେ ସିଧାସଳଖ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା।

ପାଖାପାଖି ଅପରାହ୍ନ ୧ ଟା ୧୫ ମିନିଟ୍ ସମୟରେ ତାଙ୍କୁ ମୁଖାଗ୍ନି ଦିଆଯାଇଥିଲା ।

Gold Jewellery Stolen: ଘର ବନ୍ଦ ଥିବା ବେଳେ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ ବିଶିଷ୍ଟ ସ୍ନାୟୁ ଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରଫେସର ଡା ଅଶୋକ କୁମାର ମହାପାତ୍ର(୭୪)ଙ୍କର ଗତ ୨ ତାରିଖ ରାତିରେ ଦିଲ୍ଲୀ ଏମ୍‌ସରେ ପରଲୋକ ହୋଇଥିଲା।

ଡାକ୍ତର ମହାପାତ୍ର ମସ୍ତିଷ୍କ କର୍କଟରେ ଆକ୍ରାନ୍ତ ଥିଲେ।

ସେପ୍ଟେମ୍ବର ୨୭ତାରିଖରେ ତାଙ୍କୁ ନୂଆଦିଲ୍ଲୀ ଏମ୍‌ସକୁ ଚିକିତ୍ସା ପାଇଁ ନିଆଯାଇଥିଲା।

ସେଠାରେ ଅକ୍ଟୋବର ୫ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)