India vs New Zealand: ଚର୍ଚ୍ଚାରେ ବିରାଟଙ୍କ କ୍ୟାଚ୍, ରୋହିତଙ୍କ ରନ୍ଆଉଟ୍
ଭାରତର ଦୁଇ ଭେଟେରାନ୍ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଦୁଇଟି ଆଉଟ୍ରେ ନିଜର ଅବଦାନ ରଖି ଫିଟ୍ନେସ୍ ଓ ଫିଲ୍ଡିଂ ଦକ୍ଷତା ଦେଖାଇଛନ୍ତି।
୨୯ତମ ଓଭରରେ ଅଂଶୁଲ କମ୍ବୋଜଙ୍କ ବଲ୍ରେ ନାଥନ ସ୍ମିଥ୍ଙ୍କୁ ଦ୍ବିତୀୟ ସ୍ଲିପ୍ ନିକଟ୍ରେ ଥିବା କୋହଲି ଡାହାଣ ପଟକୁ ଡାଇଭ୍ ମାରି ଚମତ୍କାର ଭାବେ ମାଟିର ପ୍ରାୟ ଗୋଟିଏ ଇଞ୍ଚ ଉପରୁ କ୍ୟାଚ୍ ଧରି ନେଇଥିଲେ।
Advertisment ଧନୁ ଓ ତୀର ଢଙ୍ଗରେ ଉତ୍ସବ ପାଳନ ଏହା ପରେ ସେ ଧନୁ ଓ ତୀର ଢଙ୍ଗରେ ଉତ୍ସବ ପାଳନ କରିଥିଲେ।
ଏହା ପୂର୍ବରୁ ୨୨ତମ ଓଭରରେ ଡାରିଲ ମିଚେଲ୍ଙ୍କୁ ରନ୍ଆଉଟ୍ କରିଥିଲେ ରୋହିତ।
ଅକ୍ଷର ପଟେଲଙ୍କ ବଲ୍କୁ ଲେଗ୍ ସାଇଡ୍ରେ ମିଚେଲ୍ ଖେଳିଥିଲେ।
ମିଡ୍ୱିକେଟ୍ରେ ଥିବା ରୋହିତ ତୀବ୍ର ଗତିରେ ବଲ୍ଟିକୁ ଧରି ୱିକେଟ୍କିପର କେଏଲ୍ ରାହୁଲଙ୍କ ପାଖକୁ ପଠାଇ ଦେଇଥିଲେ।
ରାହୁଲ ୱିକେଟ୍ ପଛପଟୁ ବଲ୍ ଗ୍ରହଣ କରି ରନ୍ଆଉଟ୍ କରିଥିଲେ।
Arshdeep Singh: ଶ୍ରୀନାଥ, ସାମିଙ୍କ କ୍ଲବ୍ରେ ଅର୍ଶଦୀପ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
