Cricket: ତ୍ରିପୁରାନା ବିଜୟ କିଏ? ବୈଭବଙ୍କୁ ବୋଲ୍ଡ କରିଦେଲେ ଏହି ଖେଳାଳି

Sep 09, 2026 - 20:47
Cricket: ତ୍ରିପୁରାନା ବିଜୟ କିଏ? ବୈଭବଙ୍କୁ ବୋଲ୍ଡ କରିଦେଲେ ଏହି ଖେଳାଳି

"ନୂଆଦିଲ୍ଲୀ: ଦଲିପ ଟ୍ରଫି ଫାଇନାଲରେ ଏଭଳି ଏକ ସମୟ ଆସିଥିଲା, ଯାହା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂରା କାହାଣୀକୁ ମନେ ପକାଇ ଦେଇଥିଲା।

ଏହି କାହାଣୀ ତ୍ରିପୁରାନା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କର ମଧ୍ୟରେ ସୃଷ୍ଟି କରିଥିଲା।

ଆଇପିଏଲ୍‌ରେ ବିଜୟଙ୍କ ଓଭରରେ ୧୮ ରନ୍‌ ସଂଗ୍ରହ କରିଥିବା ବୈଭବ ଏଥର ଅଡୁଆରେ ପଡ଼ି ଯାଇଥିଲେ।

ୱିକେଟ୍‌କିପର ନାରାୟଣ ଜଗଦୀଶନ ତାଙ୍କୁ ଷ୍ଟମ୍ପ କରିଦେଇଥିଲେ।

ବୈଭବ ମାତ୍ର ୮ ରନ୍‌ କରି ଆଉଟ୍‌ ହୋଇଥିଲେ।

Advertisment ବିଜୟ ଏବଂ ବୈଭବଙ୍କ କାହାଣୀ ଏହି ଠାରୁ ଆରମ୍ଭ ହୋଇ ନାହିଁ।

ଉଭୟ ଆଇପିଏଲ୍‌ ୨୦୨୬ରେ ମୁହାଁମୁହିଁ ହୋଇଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବିଜୟ ଖେଳି ଥିଲେ ଏବଂ ଆଇପିଏଲ୍‌ରେ ରାଜସ୍ଥାନ ବିପକ୍ଷରେ ପଦାର୍ପଣ କରିଥିଲେ।

ସବୁଠାରୁ ବଡ଼ କଥା ହେଲା ଯେ, ବୈଭବ ସୂର୍ଯ୍ୟବଂଶୀଙ୍କୁ ବିଜୟ ପ୍ରଥମ ଓଭର ବୋଲିଂ କରିଥିଲେ।

ଆନ୍ଧ୍ର ପାଇଁ ଖେଳନ୍ତି ବିଜୟ ଏହି ଓଭରରେ ବିଜୟଙ୍କର ହୋସ୍‌ ଉଡ଼ାଇ ଦେଇଥିଲେ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ।

ଏହି ମୁକାବିଲାରେ ‌ବିଜୟ ୨ ଓଭର ବୋଲିଂ କରିଥିଲେ ଏବଂ ୨୯ ରନ୍‌ ଦେଇଥିଲେ।

ତ୍ରିପୁରାନା ବିଜୟ ଆନ୍ଧ୍ର ପ୍ରଦେଶ ପାଇଁ ଘରୋଇ କ୍ରିକେଟ୍‌ ଖେଳନ୍ତି।

୨୦୦୧ରେ ସେ ‌ଆନ୍ଧ୍ରପଦେଶର ତେକ୍କାଳିରେ ଜନ୍ମଗ୍ରହଣ କରିଥିଲେ।

ସେ ଡାହାଣୀହାତୀ ବ୍ୟାଟର ଏବଂ ବାମହାତରେ ସ୍ପିନ ବୋଲିଂ କରୁଛନ୍ତି।

ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବିଜୟ ୧୬ଟି ମ୍ୟାଚ୍‌ରେ ୫୨ଟି ୱିକେଟ୍‌ ଅକ୍ତିଆର କରିଛନ୍ତି।

ସେ ୧୧ଟି ଟି୨୦ ମ୍ୟାଚ୍‌ରେ ୧୪ଟି ୱିକେଟ୍‌ ନେଇଛନ୍ତି ଏବଂ ୫୦ ରନ୍‌ ସଂଗ୍ରହ ମଧ୍ୟ କରିଛନ୍ତି।

ଦଲିପ ଟ୍ରଫିରେ ଚମକଫାଇନାଲର ପ୍ରଥମ ପାଳିରେ ବିଜୟ ସାଉଥ୍‌ ଜୋନ୍‌ ପାଇଁ ସବୁଠୁ ପ୍ରଭାବଶାଳୀ ବୋଲର ହୋଇପାରିଛନ୍ତି।

ସେ ୪୨ ଓଭର ବୋଲିଂ କରି ୧୮୦ ରନ୍‌ ଦେଇଛନ୍ତି ଏବଂ ୪ଟି ୱିକେଟ୍‌ ଅକ୍ତିଆର କରିଛନ୍ତି।

ଏହା ପରେ ଦ୍ବିତୀୟ ପାଳିରେ ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ୍‌ ମଧ୍ୟ ନେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)