Cricket Australia : ଭାରତ ବିପକ୍ଷ ଶୃଙ୍ଖଳାରୁ ଅଷ୍ଟ୍ରେଲିଆର ରେକର୍ଡ ଆୟ

Oct 28, 2026 - 16:06
Cricket Australia : ଭାରତ ବିପକ୍ଷ ଶୃଙ୍ଖଳାରୁ ଅଷ୍ଟ୍ରେଲିଆର ରେକର୍ଡ ଆୟ

ସିଡ୍‌ନି: ଭାରତ ବିପକ୍ଷ ଶୃଙ୍ଖଳାରୁ ଅଷ୍ଟ୍ରେଲିଆ କ୍ରିକେଟ୍‌ (ସିଏ) ରେକର୍ଡ ଆୟ କରିଛି।

'ସିଏ' ୨୦୨୫-୨୬ ଆର୍ଥିକ ବର୍ଷରେ ୬୦୧.୧ ନିୟୁତ ଅଷ୍ଟ୍ରେଲୀୟ ଡଲାର (ପ୍ରାୟ ୪୦୨୪ କୋଟି ଟଙ୍କା) ରାଜସ୍ବ ସଂଗ୍ରହ କରିଛି।

ଏହି ରାଜସ୍ବ ଭାରତ ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଏବଂ ଇଂଲଣ୍ଡ ବିପକ୍ଷ ଆସେସ୍‌ ମିଡିଆ ପ୍ରସାରଣ ଅଧିକାରୁ ପାଇଛି।

ଏଥିରୁ ସଂସ୍ଥା ମୋଟ ୮୧.୮ ନିୟୁତ ଡଲାର ଲାଭ କରିଛି।

ହେଲେ ଆସେସ୍‌ ଶୃଙ୍ଖଳାର ୨ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ଶେଷ ହେବାରୁ ସିଏ' ପ୍ରାୟ ୨୦ ନିୟୁତ ଡଲାର କ୍ଷତି ସହିଥିଲା।

ମେଲବର୍ଣ୍ଣ ଓ ପର୍ଥରେ ଅନୁଷ୍ଠିତ ଏହି ଦୁଇଟି ଯାକ ଟେଷ୍ଟ ମ୍ୟାଚ୍‌ ତୃତୀୟ ଦିନକୁ ନଯିବାରୁ ଆୟ ହ୍ରାସ ପାଇଥିଲା।

ସିଏ'ର ପୂର୍ବତନ ଅଧ୍ୟକ୍ଷ ମାଇକ୍‌ ବେୟାର୍ଡ କହିଛନ୍ତି, ଟେଷ୍ଟ ମ୍ୟାଚ୍‌ ପାଞ୍ଚ ଦିନ ଚାଲିବା ହିଁ ଭଲ।

ଗତ ବର୍ଷ ଭଲ ଲାଭ ହୋଇଥିଲା ବେଳେ ଆସନ୍ତା ଦୁଇ ବର୍ଷ କ୍ଷତି ହେବାର ଆଶଙ୍କା କରିଛି ସିଏ'।

୨୦୨୫-୨୪ ବର୍ଷରେ ୧୧.୩ ମିଲିଅନ୍‌ କ୍ଷତି ହୋଇଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ କହିଛି।

ଗତ ବର୍ଷ ୧୮ ଦିନର ଆସେସ୍‌ରେ ଦିନପ୍ରତି ହାରାହାରି ୪୭,୭୪୪ ସହ ୮ ଲକ୍ଷ ୫୯ ହଜାର ୫୮୦ ଦର୍ଶକ ଷ୍ଟାଡିୟମ୍‌କୁ ଆସିଥିଲେ।

Advertisment ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ପାଇଁ ହାଇଆଲର୍ଟରେ ଗଞ୍ଜାମ ପ୍ରଶାସନ: ୬,୧୭୦ ଜଣ ସ୍ଥାନାନ୍ତର, ବାଘଲଟି ଜଳଭଣ୍ଡାର ଉପରେ ନଜର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)