Ceasefire: ଯୁଦ୍ଧବିରାମ ନେଇ ଖୁବଶୀଘ୍ର ହେବ ପୁଟିନ୍-ଜେଲେନସ୍କି ପ୍ରତ୍ୟକ୍ଷ ଭେଟଘାଟ

Oct 28, 2026 - 14:46
Ceasefire: ଯୁଦ୍ଧବିରାମ ନେଇ ଖୁବଶୀଘ୍ର ହେବ ପୁଟିନ୍-ଜେଲେନସ୍କି ପ୍ରତ୍ୟକ୍ଷ ଭେଟଘାଟ

ୱାଶିଂଟନ୍/କିଭ୍: ଗତ ୫ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ରକ୍ତାକ୍ତ ସଂଘର୍ଷର ଅନ୍ତ ଘଟାଇବା ପାଇଁ ଆମେରିକାର ବୈଦେଶିକ ପ୍ରଚେଷ୍ଟା ମଧ୍ୟରେ ଏକ ବଡ଼ କୂଟନୈତିକ ସଫଳତାର ସଙ୍କେତ ମିଳିଛି।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା ଖୁବଶୀଘ୍ର ଆୟୋଜନ କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ସୂଚନା ଦେଇଛନ୍ତି।

Advertisment ଆମେରିକା ଗଣମାଧ୍ୟମକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, ଅତି ଶୀଘ୍ର ଉଭୟ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ ଏବଂ ଏହାଦ୍ୱାରା ଶାନ୍ତି ପ୍ରକ୍ରିୟାରେ ବଡ଼ ଅଗ୍ରଗତି ହୋଇପାରିବ ବୋଲି ମୁଁ ଆଶାବାଦୀ।

ଆସନ୍ତା ନଭେମ୍ବର ମାସରେ ତ୍ରିପାକ୍ଷିକ ବୈଠକ ଏହାପୂର୍ବରୁ ଗତ ରବିବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଥିଲେ ଯେ, ସ୍ଥଗିତ ରହିଥିବା ଶାନ୍ତି ଆଲୋଚନାକୁ ପୁନଃ ଚାଲୁ କରିବା ପାଇଁ ଆସନ୍ତା ନଭେମ୍ବର ମାସରେ କିଭ୍, ୱାଶିଂଟନ୍ ଏବଂ ମୋସ୍କୋ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ହେବ।

ସେହିପରି ସଂଯୁକ୍ତ ଅରବ ଏମିରେଟ୍ସ (ୟୁଏଇ) ରେ ଏହି ଗୁରୁତ୍ୱପୂର୍ଣ୍ଣ ତ୍ରିପାକ୍ଷିକ ବୈଠକ ଆୟୋଜନ ନେଇ କ୍ରେମଲିନ୍ ପକ୍ଷରୁ ମଧ୍ୟ ପୂର୍ବରୁ ସଙ୍କେତ ଦିଆଯାଇଥିଲା।

ବୈଠକ ଉପରେ ସାରା ବିଶ୍ୱର ନଜର ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ଫେବୃଆରୀରେ ୟୁକ୍ରେନ ଉପରେ ପୂର୍ଣ୍ଣାଙ୍ଗ ଆକ୍ରମଣ ନିର୍ଦ୍ଦେଶ ଦେବା ପରଠାରୁ ପୁଟିନ୍ ପ୍ରତ୍ୟକ୍ଷ ଭାବେ ଜେଲେନସ୍କିଙ୍କ ସହ ଆଲୋଚନାକୁ ଏଡ଼ାଇ ଆସୁଥିଲେ।

ଅପରପକ୍ଷରେ ୨୦୨୫ ଜାନୁଆରୀରେ କ୍ଷମତାକୁ ଆସିବା ପରେ ଟ୍ରମ୍ପ ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ଦୀର୍ଘ ଦିନର କୂଟନୈତିକ ଉଦ୍ୟମ ସତ୍ତ୍ୱେ କୌଣସି ଆଶାଜନକ ସମାଧାନ ବାହାରି ପାରିନଥିଲା।

ସାମ୍ପ୍ରତିକ ସ୍ଥିତିରେ, ଇରାନ ଯୁଦ୍ଧ କାରଣରୁ ବୃଦ୍ଧି ପାଇଥିବା ତୈଳ ଦରକୁ ନିୟନ୍ତ୍ରଣ କରିବା ପାଇଁ ଟ୍ରମ୍ପ ରୁଷ ସହ ଡିଜେଲ କ୍ରୟ ଏବଂ ବାଣିଜ୍ୟିକ ଚୁକ୍ତି ଆଡ଼କୁ ପୁଣି ଥରେ ଢଳିଥିବା ବେଳେ, ନଭେମ୍ବର ମାସରେ ହେବାକୁ ଥିବା ଏହି ସମ୍ଭାବ୍ୟ ବୈଠକ ଉପରେ ସାରା ବିଶ୍ୱର ନଜର ରହିଛି।

DMK: ଚେନ୍ନାଇରେ ଡିଏମକେ ନେତା ଶେଖର ବାବୁଙ୍କ ସହ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)