Cricket: ରାହୁଲଙ୍କ ଶତକ, ଭାରତ ନିୟନ୍ତ୍ରଣରେ ଓ୍ବେଲିଂଟନ ଟେଷ୍ଟ

Nov 21, 2026 - 13:00
Cricket: ରାହୁଲଙ୍କ ଶତକ, ଭାରତ ନିୟନ୍ତ୍ରଣରେ ଓ୍ବେଲିଂଟନ ଟେଷ୍ଟ

ଓ୍ବେଲିଂଟନ: କେଏଲ ରାହୁଲଙ୍କ ଶତକ ଏବଂ ଅଧିନାୟକ ଶୁବମନ ଗିଲ, ଯଶସ୍ବୀ ଜୟସ୍ବାଲ, ଦେବଦତ୍ତ ପଡ଼ିକଲ୍ଲ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଓ୍ବେଲିଂଟନ ଟେଷ୍ଟରେ ନିଜ ସ୍ଥିତି ସୁଦୃଢ କରିଛି ଭାରତ।

ତୃତୀୟ ଦିନ ଖେଳ ଶେଷସୁଦ୍ଧା ଭାରତ ୪ ଓ୍ବିକେଟ୍‌ ହରାଇ ୪୮୬ ରନ୍‌ କରିଥିବା ସହ ୧୧୮ ରନ୍‌ରେ ଅଗ୍ରଣୀ ହାସଲ କରିଛି।

Advertisment ଶନିବାର ଭାରତ ୧୫୯/୧ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା।

ଶୁକ୍ରବାର ଅର୍ଦ୍ଧଶତକ କରି ଅପରାଜିତ ଥିବା କେଏଲ୍‌ ରାହୁଲ ନିଜ କ୍ୟାରିୟରର ୧୩ତମ ଶତକ ପୂରଣ କରିଥିଲେ।

ସେ ପଡ଼ିକଲ୍ଲଙ୍କ ସହ ୧୬୫ ରନ୍‌ର ଏକ ଭାଗୀଦାର କରି ଭାରତର ସ୍ଥିତିକୁ ଦୃଢ କରିଥିଲେ।

ପଡ଼ିକଲ୍ଲ ୮୦ ରନ୍‌ର ଏକ ଲଢୁଆ ପାଳି ଖେଳି କାଇଲ୍‌ ଜେମିସନ୍‌ଙ୍କ ବଲ୍‌ରେ ଆଉଟ ହୋଇଥିଲେ।

ଏହା ପରେ ରାହୁଲ ଓ ଅଧିନାୟକ ଶୁବମନ ଗିଲଙ୍କ ମଧ୍ୟରେ ୯୧ ରନ୍‌ର ଆଉ ଏକ ଉପଯୋଗୀ ଭାଗୀଦାର ଦେଖିବାକୁ ମିଳିଥିଲା।

ରାହୁଲ ୧୩୬ ରନ୍‌ର ପାଳି ଖେଳିଥିବାବେଳେ ଗିଲ୍‌ ୯୮ ରନ୍‌ରେ ଆଉଟ୍‌ ହୋଇ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ।

୩୬୮ ରନ୍‌ କରି ଅଲ୍‌ଆଉଟ୍‌ ଶନିବାରର ଷ୍ଟମ୍ପ୍ସ‌ ଅପସାରଣ ବେଳକୁ ଋଷଭ ପନ୍ତ ନିଜର ଅର୍ଦ୍ଧଶତକ ପୂରଣ କରି ଅପରାଜିତ ଅଛନ୍ତି ଓ ତାଙ୍କ ସହ ଅଂଶୁଲ କମ୍ବୋଜ (୦*) ଅଛନ୍ତି।

ରବିବାର ମ୍ୟାଚ୍‌ର ଚତୁର୍ଥ ଦିନ ହୋଇଥିବାବେଳେ ଭାରତ ନିଜର ଅଗ୍ରଣୀକୁ ଯଥାଶୀଘ୍ର ଆହୁରି ବଢାଇ ମ୍ୟାଚରେ ନିଜ ନିୟନ୍ତ୍ରଣକୁ ଦୃଢ କରିବାକୁ ଉଦ୍ୟମ କରିବ।

ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ହେନେରି ନିକୋଲ୍ସ (୧୭୫* ରନ୍‌) ଓ ଗ୍ଲେନ ଫିଲିପ୍ସ (୧୧୮ ରନ୍‌) ବଳରେ ୩୬୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

Birthday Celebration: ଭାରତୀୟ ପରମ୍ପରା ଅନୁସାରେ ଜନ୍ମଦିନ ପାଳିଲେ ବାନକ୍ରଫ୍ଟ ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ୧୨୧ ଓଭରରେ ୩୬୮/୧୦ (ହେନ୍‌ରି ନିକୋଲ୍ସ ୧୭୫*, ଗ୍ଲେନ୍ ଫିଲିପ୍ସ ୧୧୮, ଯଶପ୍ରୀତ୍‌ ବୁମ୍‌ରା ୪/୯୨, ଆକାଶ ଦୀପ ୩/୫୩, ଅଂଶୁଲ କମ୍ବୋଜ ୨/୬୯, ପ୍ରସିଦ୍ଧ କୃଷ୍ଣ ୧/୧୦୦)।

ଭାରତ ୧୨୫ ଓଭରରେ ୪୮୬/୪ ( ରାହୁଲ ୧୩୬, ଶୁବମନ ଗିଲ୍‌ ୯୮, ଜୟସ୍ୱାଲ ୮୫, ଦେବଦତ୍ତ ପଡ଼ିକଲ ୮୦, ଋଷଭ ପନ୍ତ ୫୫*, କାଇଲ ଜେମିସନ ୧/୫୭, ମ୍ୟାଟ୍‌ ହେନରି ୧/୮୬),ନାଥନ ସ୍ମିଥ୍‌ ୧/୬୫, ଜାକବ ଡଫି ୧/୧୮୦ )।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)