Cricket: ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଦଳ ଲଣ୍ଡନରେ ସମ୍ମାନିତ
"ଲଣ୍ଡନ: ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଖେଳାଳିଙ୍କ ସାହସ, ଦୃଢ଼ତା ଏବଂ ସଫଳତାକୁ ସମ୍ମାନ ଜଣାଇ ଦକ୍ଷିଣ ପୂର୍ବ ଲଣ୍ଡନର ଏକ ପୁରସ୍କାର ପ୍ରାପ୍ତ ଚିଲିକା ରେସ୍ତୋରାଁ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି।
ଖେଳାଳିମାନଙ୍କୁ ଭାରତୀୟ ପରମ୍ପରା ଅନୁଯାୟୀ ସ୍ୱାଗତ କରାଯାଇଥିଲା।
ବିଭିନ୍ନ ଭାରତୀୟ ସମୁଦାୟର ଲୋକେ ଏକାଠି ହୋଇ ଖେଳାଳିଙ୍କ ସହ ଖୁସି ବାଣ୍ଟିଥିଲେ।
ଏହି ସମ୍ମାନ ଖେଳାଳିଙ୍କ ମନୋବଳ ବଢାଇବା ସହ ଆଗାମୀ ମ୍ୟାଚ୍ ପାଇଁ ସେମାନଙ୍କୁ ଉତ୍ସାହ ଦେଇଛି।
ଏହା ବ୍ରିଟେନ୍ରେ ଥିବା ଭାରତୀୟ ସମୁଦାୟର ଦଳ ପ୍ରତି ଥିବା ସମର୍ଥନ ମଧ୍ୟ ଦର୍ଶାଇଛି।
ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଦଳ ନିଜ ଦୃଢ ମନୋବଳ ଓ ପରିଶ୍ରମ ଦ୍ୱାରା ଅନେକଙ୍କୁ ପ୍ରେରଣା ଦେଇ ଆସିଛି।
ଚିଲିକାରେ ସମ୍ମାନିତ ଖେଳାଳିଙ୍କ ମଧ୍ୟରେ ଜୟେଶ୍ ପରମାର.
ତରୁଣ, ରିଜୁଆନ୍ ଅଲତାଫ୍ ଭଟ୍ଟ, ଅର୍ଜୁନ ରାଜେଶ୍ ଗୱାରେ, କୁଲଦୀପ ସିଂ, ୟଶନାଥ ନାଇଡୁ ରାଭୁରି, ବିବେକ କୁମାର, ସୁଦର୍ଶନ ଏଲାଙ୍ଗୋଭାନ୍, ହିଲାଲ୍ ଅହମ୍ମଦ୍ ୱାନି, ସାଇଆକାଶ ସାଇଭାମଣୀ, ରବୀନ୍ଦ୍ର ଗୋପୀନାଥ ସାଣ୍ଟେ, ଯୋଗେନ୍ଦ୍ର ସିଂହ, ବୃଷାନ୍ତ ସନ୍ଦୀପ ଗଞ୍ଜାଲ୍, ରାଜେଶ୍ ଇରାପ୍ପା କନ୍ନୁର, ମଜିଦ୍ ଅହ ମାଗ୍ରେ ଏବଂ ଶିବ ଶଙ୍କର ଗୁଣ୍ଟିଗାନାପାଲ୍ଲୀ ସୁବାରାପ୍ପା ରହିଥିଲେ।
ଦଳର ମୁଖ୍ୟ ପ୍ରଶିକ୍ଷକ ରୋହିତ ଝାଲାନି, ସହକାରୀ ପ୍ରଶିକ୍ଷକ ଦେବଦତ୍ତ, ଫିଲ୍ଡିଂ କୋଚ୍ ରୋହିତ ଶର୍ମା, ଏଚ୍ ଆଣ୍ଡ୍ ସି କୋଚ୍ ରାମସ୍ୱରୂପ ସାଇନି, ସୋସିଆଲ୍ ମିଡିଆ ମ୍ୟାନେଜର୍ ବାସନ ଗିରି, ଫିଜିଓ ମୟଙ୍କ ପୁଷ୍କର, ଟିମ୍ ମ୍ୟାନେଜର୍ ବିନିତ ମଲହୋତ୍ରା ଏବଂ ଲଜିଷ୍ଟିକ୍ ମ୍ୟାନେଜର୍ ଧିରଜ୍ ହାଡେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ପରିଷଦ (ଡିସିସିଆଇ)ର ସୁମିତ ଜୈନ ଓ ବିନିତ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ।
Advertisment Cricket: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଜିତିବ ଆଫଗାନିସ୍ତାନର ପ୍ରସ୍ତାବ!
ଏହି କାର୍ଯ୍ୟକ୍ରମରେ ଆଇଆର୍ଇଡିଏର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଦାସଙ୍କ ସମେତ ବିଭିନ୍ନ ଭାରତୀୟ ସମୁଦାୟର ପ୍ରତିନିଧି ଓ ସଦସ୍ୟମାନେ ଯୋଗ ଦେଇଥିଲେ।
ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିବା ଲୋକେ ଏକାଠି ହୋଇ ଖେଳାଳିଙ୍କ ସାହାସ ଓ ସଫଳତାକୁ ସମ୍ମାନ ଜଣାଇଥିଲେ।
ଚିଲିକା ରେସ୍ତୋରାଁର ପ୍ରତିଷ୍ଠାତା ପାର୍ଥ ସାରଥୀ ପଣ୍ଡା ଓ ଶୁଭକାନ୍ତ ଦାସ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଖେଳାଳିଙ୍କ ପାଇଁ ଏହା ଏକ ଭୋଜିର ଆୟୋଜନ ନଥିଲା ବରଂ ସମ୍ମାନ ଓ ଆତ୍ମିୟତା ଦେବା ଏହାର ଉଦ୍ଦେଶ୍ୟ ଥିଲା।
ନିର୍ଦ୍ଦେଶିକା ଦେବସ୍ମିତା ମହାପାତ୍ର ମଧ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଓଡିଶାର ବ୍ରିଟିଶ୍ ଉଦ୍ୟୋଗୀ, ନିବେଶକ ଏବଂ ଅବସରପ୍ରାପ୍ତ ସାମରିକ ଭେଟେରାନ୍ କ୍ୟାପଟେନ୍ ଅରୁଣ କର ରଣନୈତିକ ସହଯୋଗୀ ଭାବେ ସହାୟତା ପ୍ରଦାନ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
