Cricket: ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମ୍‌କୁ ‘ଡିମେରିଟ୍‌ ପଏଣ୍ଟ’

Jun 10, 2026 - 05:10
Cricket: ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମ୍‌କୁ ‘ଡିମେରିଟ୍‌ ପଏଣ୍ଟ’

"ଲଣ୍ଡନ: "କ୍ରିକେଟ୍‌ର ଘର" କୁହାଯାଉଥିବା ଓ ଏପର୍ଯ୍ୟନ୍ତ ୧୫୦ ଟେଷ୍ଟ ମ୍ୟାଚ୍‌ ଆୟୋଜନ କରିସାରିଥିବା ଇଂଲଣ୍ଡର ଲର୍ଡସ୍‌ ଷ୍ଟାଡିୟମର ପିଚ୍‌କୁ ନେଇ ଅସନ୍ତୋଷ ଜାହିର କରିଛି ଆଇସିସି।

ଏଥିପାଇଁ ଏହି ପଡ଼ିଆକୁ ଗୋଟିଏ "ଡିମେରିଟ୍‌ ପଏଣ୍ଟ" ପ୍ରଦାନ କରାଯାଇଛି।

ସେହିପରି ଅତ୍ୟଧିକ ଧୀମା ଓ ସ୍ପିନ ପିଚ୍‌ ଲାଗି ପାକିସ୍ତାନର ଲାହୋରସ୍ଥିତ ଗଦ୍ଦାଫି ଷ୍ଟାଡିୟମ୍‌କୁ ବି ଗୋଟିଏ "ଡିମେରିଟ୍‌ ପଏଣ୍ଟ" ଦିଆଯାଇଛି।Advertisment ନିକଟରେ ଖେଳାଯାଇଥିବା ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବେଳେ ପିଚ୍‌ରେ ବଲ୍‌ର ଅନିୟମିତ ସିମ୍‌ ଦେଖିବାକୁ ମିଳିଥିଲା ଓ ଅନେକ ସମୟରେ ବଲ୍‌ ନିଚ୍ଚା ରହୁଥିଲା।

ଏହା ଫଳରେ ବ୍ୟାଟରମାନେ ଭୀଷଣ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ମ୍ୟାଚ୍‌ର ପ୍ରଥମ ଦିନରେ ୧୬ ଓ ଦ୍ବିତୀୟ ଦିନରେ ୧୭ ଓ୍ବିକେଟ୍‌ ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ICC: କ୍ରିକେଟ୍‌ କାନାଡାକୁ ନିଲମ୍ବନ କଲା ଆଇସିସି ଏହି ପିଚ୍‌ ନେଇ ମ୍ୟାଚ୍‌ ରେଫରି ଆଣ୍ଡି ପାଇକ୍ରଫ୍ଟ୍‌ ଆଇସିସିକୁ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସେହିପରି ଗଦ୍ଦାଫି ଷ୍ଟାଡିୟମର ପିଚ୍‌ ଧୀମା ହେବା ସହ ବଲ୍‌ ନିଚ୍ଚା ରହୁଥିଲା ଓ ବ୍ୟାଟରମାନେ ରନ୍‌ କରିବାକୁ ସମସ୍ୟାର ସମ୍ମୁଖୀନ ହେଉଥିଲେ।

ଏଣୁ ଏହା ଦିନିକିଆ ମ୍ୟାଚ୍‌ ପାଇଁ ଉପଯୋଗୀ ନୁହେଁ ବୋଲି ମ୍ୟାଚ୍‌ ରେଫରି ଲା ବ୍ରୁଇ ରିପୋର୍ଟ ଦେଇଥିଲେ।

ଏହା ପରେ ଏହି ଷ୍ଟାଡିୟମକୁ ବି ଗୋଟିଏ ଡିମେରିଟ୍‌ ପଏଣ୍ଟ ଦିଆଯାଇଛି।

"