VBG-RAM-G scheme: ଓଡ଼ିଶାକୁ ମିଳିବ ୩୭୬୩ କୋଟି ଟଙ୍କା
"ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ରୁ ସର୍ବଭାରତୀୟ ସ୍ତରରେ ଗ୍ରାମୀଣ ନିଯୁକ୍ତି ଯୋଜନା "ଭିବି ଜି-ରାମ-ଜି" କାର୍ଯ୍ୟକାରୀ ହେବ।
ବର୍ତ୍ତମାନ ପ୍ରଚଳନରେ ଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ର ତାହା ସ୍ଥାନ ନେବ।
ମନରେଗାରୁ ଭିବି ଜି-ରାମ-ଜିକୁ ପରିବର୍ତ୍ତନ ହେବା ପାଇଁ କେନ୍ଦ୍ର ସରକାର ଆଜି ୯୫,୬୯୨ କୋଟି ଟଙ୍କାର ଅନ୍ତରୀଣ ଆବଣ୍ଟନ କରିଛନ୍ତି।
ସେଥିରୁ ଓଡ଼ିଶା ୩୭୬୩.୮୦ କୋଟି ଟଙ୍କା ପାଇବ।
ଭିବି ଜି-ରାମ-ଜି ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଜଣାଇଛନ୍ତି ଯେ ୨୬ଟି ରାଜ୍ୟ ବଜେଟ୍ରେ ଏଥିପାଇଁ ବ୍ୟବସ୍ଥା କରିଛନ୍ତି।
Advertisment ସେହି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ସେ ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲେଙ୍ଗାନା ଓ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ସେ କହିଛନ୍ତି ଯେ ଗ୍ରାମ ପଞ୍ଚାୟତା ଓ ଗ୍ରାମ ସଭାର ପ୍ରସ୍ତାବ ମାଧ୍ୟମରେ କାମ ଚୟନ କରାଯିବ।
ଆସନ୍ତା ଜୁଲାଇ ୧ ପର୍ଯ୍ୟନ୍ତ ମନରେଗାରେ ଯେଭଳି କୌଣସି କାମ କିମ୍ବା ମଜୁରୀ ପ୍ରଦାନରେ ବିଭ୍ରାଟ ନ ହେବ ତାହା ନିଶ୍ଚିତ କରିବାକୁ ସେ ରାଜ୍ୟମାନଙ୍କୁ କହିଛନ୍ତି।
ଆହୁରି ପଢ଼ନ୍ତୁ: ଗଜପତିର ଗଙ୍ଗାବାଡ଼ରେ ଆନ୍ଧ୍ରର ମନରେଗା କାମ, ପ୍ରତିବାଦ କରିବାରୁ ନାଲିଆଖି ଚଳିତ ମାସ ୨୮ ଓ ୨୯ରେ ନୂଆଦିଲ୍ଲୀରେ ଜାତୀୟ ଗ୍ରାମୀଣ ବିକାଶ ସମ୍ମିଳନୀ ଆୟୋଜିତ ହେବ।
ସେଥିରେ ଭାଗ ନେବାକୁ ସବୁ ରାଜ୍ୟଗୁଡ଼ିକୁ ଶ୍ରୀ ଚୌହ୍ବାନ ଆମନ୍ତ୍ରଣ କରିଛନ୍ତି।
ଉକ୍ତ ସମ୍ମିଳନୀରେ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହେବ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମନରେଗା ପାଇଁ ସରକାର ୩୦ ହଜାର କୋଟି ଟଙ୍କା ଆବଣ୍ଟନ କରିଥିଲେ।
ଏବେ ଆଉ ୯୫,୬୯୨ କୋଟି ଟଙ୍କା ଦେବା ପରେ ମୋଟ୍ ଆବଣ୍ଟନ ୧.୨୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ସେହି ପାଣ୍ଠିର ଲାଭ ଦେଶର ୨.୮୦ ଲକ୍ଷ ଗ୍ରାମ ପଞ୍ଚାୟତର ଲୋକମାନଙ୍କୁ ମିଳିବ।
"