Cracked Heels: ବାରମ୍ବାର ଫାଟୁଛିକି ଗୋଇଠି? ଲଗାନ୍ତୁ ଏହି ଘରୋଇ ମିଶ୍ରଣ

Sep 13, 2026 - 10:05
Cracked Heels: ବାରମ୍ବାର ଫାଟୁଛିକି ଗୋଇଠି? ଲଗାନ୍ତୁ ଏହି ଘରୋଇ ମିଶ୍ରଣ

"ଭୁବନେଶ୍ବର: ଫାଟିଥିବା ଗୋଇଠି କେବଳ ଶୀତଦିନର ସମସ୍ୟା ନୁହେଁ।

ବର୍ଷର ଯେକୌଣସି ସମୟରେ ପାଦର ତ୍ୱଚା ଅଧିକ ଶୁଷ୍କ ଓ ରୁକ୍ଷ ହୋଇଗଲେ ଗୋଇଠି ଫାଟିବା ଆରମ୍ଭ ହୋଇପାରେ।

ଅନେକ ସମୟରେ ଏହି ଫାଟ ଗଭୀର ହୋଇ ଯନ୍ତ୍ରଣା ମଧ୍ୟ ଦେଇଥାଏ।

ଏଭଳି ସମସ୍ୟାରେ ମହଙ୍ଗା କ୍ରିମ୍‌ ବ୍ୟବହାର କରିବା ସହ ଘରେ ମିଳୁଥିବା କିଛି ସାମଗ୍ରୀରେ ମଧ୍ୟ ଗୋଇଠିର ଯତ୍ନ ନିଆଯାଇପାରେ।Advertisment ଗୋଇଠିକୁ ନରମ ରଖିବାରେ ଉପକାରୀ ହୋଇପାରେ ଏହି ମିଶ୍ରଣ ଡାକ୍ତରଙ୍କ ପରାମର୍ଶ ଅନୁସାରେ, ପ୍ରଥମେ ପାଦକୁ ୧୦ରୁ ୧୫ ମିନିଟ୍‌ ହାଲୁକା ଉଷୁମ ପାଣିରେ ବୁଡ଼ାଇ ରଖନ୍ତୁ।

ଏହାଦ୍ୱାରା ଗୋଇଠିର କଠିନ ତ୍ୱଚା ନରମ ହେବାରେ ସାହାଯ୍ୟ ମିଳେ।

ଏହାପରେ ଫୁଟ୍‌ ଫାଇଲ୍‌ ବ୍ୟବହାର କରି ଗୋଇଠିର ଶୁଷ୍କ ତ୍ୱଚାକୁ ଧୀରେ ଧୀରେ ସଫା କରନ୍ତୁ।

ତେବେ ଅଧିକ ଜୋରରେ ଘଷିବା ଉଚିତ ନୁହେଁ।

ଏହାପରେ ପାଦକୁ ଭଲ ଭାବେ ସଫା କରି ଶୁଖାଇ ନିଅନ୍ତୁ।

ଏବେ ଶୁଦ୍ଧ ଆଲୋଭେରା ଜେଲ୍‌ରେ କିଛି ବୁନ୍ଦା ନଡ଼ିଆ ତେଲ କିମ୍ବା ଅଲିଭ୍‌ ଅଏଲ୍‌ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।

ଏହି ମିଶ୍ରଣକୁ ଫାଟିଥିବା ଗୋଇଠିରେ ଭଲ ଭାବେ ଲଗାଇ ରାତିସାରା ଛାଡ଼ି ଦିଅନ୍ତୁ।

ଚାହିଁଲେ ଏହା ଲଗାଇବା ପରେ ସୂତା ମୋଜା ପିନ୍ଧି ଶୋଇପାରିବେ।

ଆଲୋଭେରା ଜେଲ୍‌ରେ ଥିବା ପ୍ରାକୃତିକ ଗୁଣ ଶୁଷ୍କ ତ୍ୱଚାକୁ ଶାନ୍ତ କରିବା ଓ ତ୍ୱଚାର ଯତ୍ନ ନେବାରେ ସହାୟକ ହୋଇପାରେ।

ସେହିପରି ନଡ଼ିଆ ତେଲ କିମ୍ବା ଅଲିଭ୍‌ ଅଏଲ୍‌ ତ୍ୱଚାକୁ ଆର୍ଦ୍ରତା ଦେବାରେ ସହାୟକ ହୁଏ।

ଏହି ମିଶ୍ରଣ ଗୋଇଠିକୁ ନରମ ରଖିବାରେ ଉପକାରୀ ହୋଇପାରେ।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ସପ୍ତାହରେ ୩ରୁ ୪ ରାତି ଏହି ଯତ୍ନ ନିଆଯାଇପାରେ।

ତେବେ ଗୋଇଠିରୁ ରକ୍ତ ବାହାରୁଥିଲେ, ଅଧିକ ଯନ୍ତ୍ରଣା ହେଉଥିଲେ କିମ୍ବା ସଂକ୍ରମଣର ଲକ୍ଷଣ ଦେଖାଦେଲେ କେବଳ ଘରୋଇ ଉପାୟ ଉପରେ ନିର୍ଭର ନକରି ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ।

ରୁଟିରେ ଘିଅ ଲଗାଇ ଖାଇବା କେତେ ଲାଭ ଦାୟକ?

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)