Cow worship: ଗହ୍ମା ପୂନେଇଁର ଗୋ’ପୂଜା
"ଶ୍ରାବଣ ପୂର୍ଣ୍ଣିମା ଓଡ଼ିଶାରେ ଗହ୍ମାପୂନେଇଁ ରୂପେ ପାଳିତ ହୁଏ।
ଏହା କୃଷିକାରୀ ଦେବତା ଶ୍ରୀବଳଭଦ୍ର(ବଳରାମ)ଙ୍କର ଜନ୍ମଦିନ।
ଏଣୁ ଏହା କୃଷି ସହିତ ସମ୍ବନ୍ଧିତ ଏକ ପର୍ବ।
ଏହି ଦିନର ରୀତିନୀତି ମଧ୍ୟ ଏହା ପ୍ରମାଣ କରେ।
ଆମ ଋତୁଚକ୍ର ଅନୁସାରେ, ଶ୍ରାବଣ ପୂର୍ଣ୍ଣିମା ବେଳକୁ ମୌସୁମୀ ସଂପୂର୍ଣ୍ଣ ସକ୍ରିୟ ରହିଥାଏ।
ଏହା ଫଳରେ କୃଷିକାର୍ଯ୍ୟ ତ୍ବରାନ୍ବିତ ହୋଇଥାଏ।
କୃଷିର ମୁଖ୍ୟ ସାଧନ ଲଙ୍ଗଳ ବା ହଳ।
ଏହା ଶ୍ରୀବଳଭଦ୍ରଙ୍କର ଆୟୁଧ।
ଏହି କାରଣରୁ, ଶ୍ରାବଣ ପୂର୍ଣ୍ଣିମା ଦିନ ହଳ ବା ଲଙ୍ଗଳ ସମେତ ଅନ୍ୟ କୃଷି ଉପକରଣ ଗୁଡ଼ିକୁ ପରିଷ୍କୃତ ଓ ସ୍ନାନ କରାଇ ଧୂପ, ପୁଷ୍ପ ଓ ଚନ୍ଦନ, ସିନ୍ଦୂର ଆଦି ଦେଇ ପୂଜା କରାଯାଏ।ପାରମ୍ପରିକ ଭାବରେ ଏହା ମଧ୍ୟ ଗୋ-ପୂଜନର ପର୍ବ।
ଏହିଦିନ ଘରେ ଘରେ ଗାଈ ଓ ବଳଦଙ୍କୁ ପୂଜା କରାଯାଏ।
ସେମାନଙ୍କୁ ସ୍ନାନ କରାଇ, ସେମାନଙ୍କର ଶିଙ୍ଗରେ ଓ ମଥାରେ ସିନ୍ଦୂର ଓ ଚନ୍ଦନ ଦିଆଯାଏ।
ସେମାନଙ୍କୁ ପୂଜା କରାଯିବା ସହିତ ସୁସ୍ବାଦୁ ଖାଦ୍ୟଦ୍ରବ୍ୟ ରନ୍ଧନ କରି ଖାଇବାକୁ ଦିଆଯାଏ।Advertisment Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏହିଦିନ, ଶ୍ରୀବଳଭଦ୍ରଙ୍କର ଜନ୍ମଦିନ ପାଳନ ସହିତ ଗୋ-ପୂଜନ ପରମ୍ପରାର ବିଶେଷ ତାତ୍ପର୍ଯ୍ୟ ରହିଛି।
ଶ୍ରୀମଦ୍ଭାଗବତ ଓ ଅନ୍ୟ ପୁରାଣ ଅନୁସାରେ- ଶ୍ରୀବଳଭଦ୍ର ଥିଲେ ଦେବକୀଙ୍କର ସପ୍ତମ ଗର୍ଭର ସନ୍ତାନ।
କିନ୍ତୁ ତାହାଙ୍କୁ ଆକର୍ଷିତ କରି ନେଇ ରୋହିଣୀଙ୍କ ଗର୍ଭରେ ସଂସ୍ଥାପିତ କରାଯାଇଥିଲା।
ତେଣୁ ସେ ହେଲେ ରୋହିଣୀସୁତ।
କିନ୍ତୁ ଶ୍ରୀବଳଭଦ୍ର ରୋହିଣୀସୁତ ଭାବରେ ଗୋମାତାଙ୍କ ସହିତ ମଧ୍ୟ ଘନିଷ୍ଠ ଭାବେ ସଂପୃକ୍ତ।
ସେହି ପୁରାଣ ପ୍ରସଙ୍ଗ ହେଉଛି- ବସୁଦେବ ପୂର୍ବ ଜନ୍ମରେ ଥିଲେ କଶ୍ୟପ ପ୍ରଜାପତି।
ତାଙ୍କର ପତ୍ନୀମାନଙ୍କ ମଧ୍ୟରୁ ଜଣେ ଥିଲେ- ସୁରଭି।
ସେ ଥିଲେ ଦକ୍ଷ ପ୍ରଜାପତିଙ୍କର ସପ୍ତମା କନ୍ୟା।
ତାଙ୍କର ଦୁଇକନ୍ୟା ହେଉଛନ୍ତି ରୋହିଣୀ ଓ ଗାନ୍ଧର୍ବୀ।
ରୋହିଣୀଙ୍କଠାରୁ ଗୋଜାତି ଓ ଗାନ୍ଧର୍ବୀଙ୍କ ଠାରୁ ଅଶ୍ବଜାତି ଜନ୍ମ ନେଇଥିଲେ।
କଶ୍ୟପ ଯେତେବେଳେ ବସୁଦେବ ରୂପେ ଜନ୍ମନେଲେ, ସେତେବେଳେ କଶ୍ୟପଙ୍କର ଅନ୍ୟ ଦୁଇପତ୍ନୀ ଅଦିତି ଓ ସୁରଭି ମଧ୍ୟ ଦେବକୀ ଓ ରୋହିଣୀ ରୂପେ ଜନ୍ମ ନେଲେ।
ଏଣୁ ବଂଶ ପରମ୍ପରା କ୍ରମରେ ରୋହିଣୀ ଉଭୟ ଗୋବଂଶର ମାତା ଓ ଶ୍ରୀବଳଭଦ୍ରଙ୍କର ମାତା।
ଏହା ହେଉଛି ଶ୍ରାବଣ ପୂର୍ଣ୍ଣିମାକୁ ଶ୍ରୀବଳଭଦ୍ରଜନ୍ମ ଏବଂ ଗୋପୂଜନ ପୂର୍ଣ୍ଣିମା ରୂପେ ପାଳନ କରାଯିବାର ତାତ୍ପର୍ଯ୍ୟ।-ଅସିତ ମହାନ୍ତି Voter ID: ତୁଳସା ସାନ୍ତାଙ୍କ ନାମ ଭୋଟର ତାଲିକାରେ ସାମିଲ ପାଇଁ ପ୍ରକ୍ରିୟା ଆରମ୍ଭ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
