Business in residential buildings: ଆବାସିକ କୋଠାରେ ବ୍ୟବସାୟ: ଭାଙ୍ଗିବ ୫୮୨ ଅବୈଧ କୋଠା!
ଭୁବନେଶ୍ୱର: ଆବାସିକ କୋଠାକୁ ବ୍ୟବସାୟରେ ଲଗାଇଥିବା କୋଠାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସବୁ ମହାନଗର ନିଗମକୁ ଏଭଳି କୋଠାକୁ ତୁରନ୍ତ ସିଲ୍ କରିବା ସହ ପାଣି, ବିଜୁଳି ଆଦି ସଂଯୋଗ ବିଚ୍ଛିନ୍ନ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଛାଟ ପରେ ବିଏମ୍ସି ପକ୍ଷରୁ ତନାଘନା ଚାଲିଛି। ପୂର୍ବରୁ ବିଏମ୍ସି ଯେଉଁ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଥିଲା, ସେଥିରେ ୪୬୩୨ଟି ଏଭଳି ଅବୈଧ କୋଠା ଚିହ୍ନଟ କରିଥିବା ଦର୍ଶାଇଥିଲା। ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏ ଭିତରେ ସଂଖ୍ୟା ୪୭୩୯ ଡେଇଁଲାଣି। ଏସବୁ କୋଠାକୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ସେପଟେ ଚିହ୍ନଟ ଅବୈଧ କୋଠାରୁ ୫୮୨ କୋଠାକୁ ଭାଙ୍ଗିବାକୁ ଆଦେଶ ଦିଆଯାଇଥିବା ବିଏମ୍ସି କମିସନର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କମିସନର୍ ଏଥିପାଇଁ ୬ ମାସ ସମୟ ମାଗିଛନ୍ତି। ଏଭଳି ଅବୈଧ କାର୍ଯ୍ୟକୁ ପ୍ରଶ୍ରୟ ଦେଇଥିବା ଓ କାର୍ଯ୍ୟରେ ଅବହେଳା ପାଇଁ ୭ଜଣ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
Zonal Council Meeting: ଆଞ୍ଚଳିକ ପ୍ରତିନିଧିତ୍ୱ ସୁରକ୍ଷା ଓ ଆର୍ଥିକ ସ୍ୱାୟତ୍ତତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି
ଅବହେଳା ପାଇଁ ୭ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଚାଲିଛି ପୁନଃ ଯାଞ୍ଚ ପ୍ରକ୍ରିୟା, ଆହୁରି ବଢ଼ିବ
ସିଡିଏମ୍ଓ, ଡିଇଓଙ୍କୁ ରିପୋର୍ଟ ଦେବାକୁ ଚିଠି
ଆଦେଶ କାର୍ଯ୍ୟକାରୀ ପାଇଁ ୬ ମାସ ସମୟ ମାଗିଲେ
ପୂର୍ବରୁ ବିଏମ୍ସି ନର୍ଥ ଜୋନ୍ରୁ ୧୭୧୨ଟି, ସାଉଥ୍-ଇଷ୍ଟ ଜୋନ୍ରୁ ୧୩୮୦ଟି ଓ ସାଉଥ୍-ୱେଷ୍ଟ ଜୋନ୍ରୁ ୧୫୪୦ଟି ଅବୈଧ କୋଠା ଚିହ୍ନଟ କରିଥିଲା, ଯେଉଁମାନେ ଆବାସିକ ଘରର ପ୍ଲାନ ନେଇ ଏହାକୁ ବ୍ୟବସାୟରେ ଲଗାଇଥିଲେ। ସମସ୍ତଙ୍କୁ କାରଣଦର୍ଶାଅ ନୋଟିସ୍ ବି ଜାରି କରାଯାଇଛି। କିଛି ଘର ବି ସିଲ୍ କରି ଦିଆଯାଇଛି। ସମସ୍ତଙ୍କୁ କାଗଜପତ୍ର ଦାଖଲ ପାଇଁ ମାସେ ସମୟ ଦିଆଯାଇଛି।
ଲୋଗନାଥନ୍ ମାମଲାରେ ବିଏମ୍ସି ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି, ଯେଉଁ ଅବୈଧ କୋଠାକୁ ନେଇ କୋର୍ଟ ମାମଲା ରହିଛି, ତାକୁ ବାଦ୍ ଦେଇ ୫୮୨ଟି କୋଠା ଭାଙ୍ଗିବାକୁ ଆଦେଶ ଦିଆଯାଇଛି। ୪୭୩୯ଟି ଘରକୁ ସିଲ୍ କରିବାକୁ ଆଦେଶ ଦିଆଯାଇଛି। କୋଠାକୁ ବୈଧ କରିବାକୁ ଆବେଦନ ହୋଇଥିବା ୫୯୧ଟି କୋଠାର ଆବେଦନପତ୍ର ନାକଚ କରି ଦିଆଯାଇଛି। ଓଡିଏ ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆପାର୍ଟମେଣ୍ଟ ସଂପର୍କିତ ତଥ୍ୟରେ କୁହାଯାଇଛି, ୭୧୦ଟି ଆପାର୍ଟମେଣ୍ଟ ନିର୍ମାଣ ଆବେଦନ ଅନୁମୋଦନ କରାଯାଇଥିଲା ଓ ଏଥିରୁ ୧୩୨ଟି ଆପାର୍ଟମେଣ୍ଟ ଓକୁପାନ୍ସି ପ୍ରମାଣପତ୍ର ପାଇଛନ୍ତି। ୧୧ଟି ଆପାର୍ଟମେଣ୍ଟ ପୁନଃ ବୈଧକରଣ କରାଯାଇଛି।
Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ
୨୩୧ଟି ଆପାର୍ଟମେଣ୍ଟର ବୈଧ ପ୍ରମାଣପତ୍ର ରହିଛି। ୧୬୦ଟି ଆପାର୍ଟମେଣ୍ଟ ଓକୁପାନ୍ସି ପ୍ରମାଣପତ୍ର ଅନୁମୋଦନ ଅପେକ୍ଷାରେ ଅଛନ୍ତି। ୪୭ଟି ଆପାର୍ଟମେଣ୍ଟ ପୁନଃ ବୈଧକରଣ ଅପେକ୍ଷାରେ ରହିଛନ୍ତି। ଆବାସିକ ଘରେ ବ୍ୟବସାୟ ଚାଲିଥିବା ଯେଉଁ ସବୁ ବେଆଇନ କୋଠା ଚିହ୍ନଟ ହୋଇଛି, ତାହାକୁ ସିଲ୍ ପାଇଁ ନୋଟିସ୍ ଜାରି କରାଯାଇଛି। ଏହା ଉପରେ ନଜର ରଖିବାକୁ ସମସ୍ତ ଜୋନାଲ୍ ଡେପୁଟି କମିସନର, ଏନ୍ଫୋର୍ସମେଣ୍ଟ ଦଳ, ୱାର୍ଡ ଅଧିକାରୀ, ପ୍ଲାନିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂପର୍କିତ ମାମଲାର ବିଚାର ପାଇଁ ୩ଟି ଓଡିଏ କୋର୍ଟ ରହିଛି। ସବୁ କୋଠାର ପ୍ଲାନ୍ ଓ ଓକୁପାନ୍ସି ପ୍ରମାଣପତ୍ର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କେତେ ଡାକ୍ତରଖାନା ଓ ନର୍ସିଂହୋମ୍ ବେଆଇନ ଭାବେ ଚାଲିଛି, ତଥ୍ୟପ୍ରମାଣ ଦେବାକୁ ବିଏମ୍ସି ଚିଠି କରିଛି। ସମାନ ଚିଠି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବି କରାଯାଇଛି। ବିଏମ୍ସି ଅଞ୍ଚଳରେ ଏଭଳି ଅବୈଧ ଶିକ୍ଷାନୁଷ୍ଠାନର ତାଲିକା ଓ ତଥ୍ୟପ୍ରମାଣ ଦେବାକୁ କୁହାଯାଇଛି। ଟିପିସିଓଡିଏଲ୍କୁ ବିଜୁଳି ସଂଯୋଗ ଓ ୱାଟ୍କୋକୁ ପାଣି ସଂଯୋଗ ବିଚ୍ଛିନ୍ନ କରିବାକୁ କୁହାଯାଇଛି। ଏଭଳି ଅବୈଧ କୋଠାରେ ବ୍ୟବସାୟ ଚଳାଇଥିବା ଅନେକ ବ୍ୟବସାୟୀଙ୍କ ଟ୍ରେଡ୍ ଲାଇସେନ୍ସ ବି ରଦ୍ଦ କରାଯାଇଛି ବୋଲି ବିଏମ୍ସି ସତ୍ୟପାଠରେ ଦର୍ଶାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
